ଓଜୋନ୍ ସ୍ତରର ଛିଦ୍ର ଯୋଗୁଁ ପୃଥିବୀରେ ହୋଇଥିଲା ସାମୂହିକ ବିନାଶ, ପୁଣି ଥରେ ଘଟିପାରେ ଏଭଳି…

Published By : Prameya-News7 Bureau | June 27, 2020 IST

ନୂଆଦିଲ୍ଲୀ ୨୭।୬: ପ୍ରାୟ ୬.୬୦ କୋଟି ବର୍ଷ ପୂର୍ବେ ଏକ ବଡ ଆଷ୍ଟ୍ରଏଡ ଅଥବା ଉଲକାପିଣ୍ଡ ପୃଥିବୀ ସହ ଧକ୍କା ଲାଗିଥିଲା । ଫଳରେ ପୃଥିବୀରେ ବସବାସ କରୁଥିବା ପ୍ରାୟ ୭୫ ପ୍ରତିଶତ ପ୍ରାଣୀ ବୃକ୍ଷଲତା ନଷ୍ଟ ହୋଇଯାଇଥିଲେ। ହଜାରହଜାରେ ବର୍ଷ ଧରି ଆକାଶ ଧୂଆଁରେ ଆଚ୍ଛାଦିତ ହୋଇ ରହିଥିଲା । ଏପରିକି ସୂର୍ଯ୍ୟକିରଣ ମଧ୍ୟ ପୃଥିବୀରେ ପହଞ୍ଚି ପାରୁନଥିଲା । ଏହି ଘଟଣା ପୂର୍ବରୁ ମଧ୍ୟ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା ​​। ଯେଉଁଥିପାଇଁ ସମଗ୍ର ପୃଥିବୀର ଉଦ୍ଭିଦ ଏବଂ ସାମୁଦ୍ରିକ ଜୀବଙ୍କର ମୃତ୍ୟୁହୋଇଥିଲା। ବର୍ତ୍ତମାନ ଘଟଣାର ପୁନରାବୃତ୍ତି ହୋଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି।

{"id":292217,"sizeSlug":"large"}
getty

ପ୍ରାୟ ୩୬ କୋଟି ବର୍ଷ ପୂର୍ବେ ପୃଥିବୀର ଉଦ୍ଭିଦ ଓ ସାମୁଦ୍ରିକ ପ୍ରାଣୀଙ୍କର ମହାବିନାଶ ହୋଇଥିଲା। ଓଜୋନ ସ୍ତରର ଛିଦ୍ର ଯୋଗୁଁ ଏଭଳି ଘଟଣା ଘଟିଥିଲା । ଏକ ନୂତନ ଅନୁସନ୍ଧାନରୁ ଏହି ସୂଚନା ମିଳିଛି ଯାହା ସାଇନ୍ସ ଆଡଭାନ୍ସ ନାମକ ଏକ ମାଗାଜିନ୍ ରେ ପ୍ରକାଶ ପାଇଛି । ଏହି ଅନୁସନ୍ଧାନ ରିପୋର୍ଟରେ କୁହାଯାଇଛି ଯେ ୩୬ କୋଟି ବର୍ଷ ପୂର୍ବେ ଓଜୋନ ସ୍ତରରେ ଏକ ଛିଦ୍ର ହେତୁ ବିଶୁଦ୍ଧ ଜଳରେ ଥିବା ଗଛ, ଉଦ୍ଭିଦ, ସମୁଦ୍ର ଜୀବ ଇତ୍ୟାଦି ଶେଷ ହୋଇଯାଇଥିଲେ । ପୃଥିବୀର ଅନେକ ସ୍ଥାନରେ କେବଳ ନିଆଁ ହିଁ ନିଆଁ ଜଳୁଥିଲା । ଏହି ସମୟ ଏକ ଭୟଙ୍କର ଗ୍ରୀଷ୍ମ ପ୍ରବାହର ସମୟ ଥିଲା ।

wp:html /wp:html {"id":292219,"sizeSlug":"large"}
getty

ପ୍ରାଚୀନ ପଥରର ଛିଦ୍ରରେ ଅତ୍ୟନ୍ତ ଶୁକ୍ଷ୍ମ ଉଦ୍ଭିଦ ମିଳିବା ଘଟଣାର ଗବେଷଣା ବେଳେ ବୈଜ୍ଞାନିକମାନେ ଏହା ଜାଣିବାକୁ ପାଇଥିଲେ। ଯେତେବେଳେ ବୈଜ୍ଞାନିକମାନେ ନଷ୍ଟ ହୋଇଥିବା ଉଦ୍ଭିଦଗୁଡିକର DNA ଅଧ୍ୟୟନ କଲେ, ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମୀରେ ସେଗୁଡିକ ପୋଡି ଯାଇଥିବା କିମ୍ବା ନଷ୍ଟ ହୋଇଥିବାର ଜାଣିବାକୁ ପାଇଥିଲେ । ଯାହା ବୈଜ୍ଞାନିକଙ୍କୁ ପ୍ରଥମ ଥର ସୂର୍ଯ୍ୟଙ୍କ ଅତିବାଇଗଣି ରଶ୍ମୀର ଭୟାବହତା ସମ୍ପର୍କରେ ଅବଗତ କରାଇଥିଲା।

{"id":292220,"width":573,"height":366,"sizeSlug":"large"}
getty

ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମୀ ବା ଅଲ୍ଟ୍ରାଭଓଲେଟ୍ ରେରୁ ଆମକୁ ରକ୍ଷା କରୁଥିବା ଓଜୋନ୍ ସ୍ତରରେ ବଡ ଦୁର୍ଘଟଣା ଘଟିସାରିଛି । ଅତୀତରେ ଓଜନ ସ୍ତରରେ ଛିଦ୍ର ଯୋଗୁ ପୃଥବୀର ଉତ୍ତାପ ବଢିତିଲା। ଏଣୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଜୀବଜଗତକୁ ମହାବିନାଶ ଆଡକୁ ଭଡିନେଇଥିଲା।

{"id":292221,"width":577,"height":321,"sizeSlug":"large"}
getty

ଉତ୍ତାପ ବଢିବା ଯୋଗୁ ପୃଥିବୀରେ ଆଗ୍ନେୟଗିରି କାର୍ଯ୍ୟକଳାପ ମଧ୍ୟ ବଢିବାରେ ଲାଗିଥିଲା। ଅନେକ ଦେଶରେ ଆଗ୍ନେୟଗିରି ଉଦଗୀରଣ ହୋଇଥିଲା । ଏହାଦ୍ୱାରା ଭୟଙ୍କର ବିପର୍ଯ୍ୟୟ ଘଟିଥିଲା ​​। ଏହାପରେ ସମଗ୍ର ବିଶ୍ବରେ କେବଳ ବିପର୍ଯ୍ୟୟ ଘଟିଥିଲା ​​।

wp:html /wp:html {"id":292222,"width":575,"height":319,"sizeSlug":"large"}
getty

ପୃଥିବୀର ବାୟୁମଣ୍ଡଳରେ ଉତ୍ତାପ ବୃଦ୍ଧି ଯୋଗୁ ବରଫ ଯୁଗ ଅର୍ଥାତ୍ ହିମ ଯୁଗର ଆରମ୍ଭ ହୋଇଥିଲା । ଯେଉଁଥିପାଇଁ ବିଶ୍ୱରେ ପୁଣି ଜୀବନ ଆରମ୍ଭ ହେବାକୁ ଲାଗିଲା । ଗରମ ପୃଥିବୀ ଧୀରେ ଧୀରେ ଥଣ୍ଡା ହୋଇଥିଲା। ବର୍ତ୍ତମାନ ବୈଜ୍ଞାନିକମାନେ ପୁଣି ଥରେ ଚେତାବନୀ ଦେଇଛନ୍ତି ଯେ ଯଦି ଓଜୋନ୍ ସ୍ତରରେ ଏପରି ଛିଦ୍ର ପୁଣି ହୁଏ, ତେବେ ଏହା ୩୬ କୋଟି ବର୍ଷ ପୁରୁଣା ଘଟଣାର ପୁନରାବୃତ୍ତି ଘଟାଇପାରେ । ଯଦି ଏପରି ହେଲା ତେବେ ପୃଥିବୀକୁ କେହି ରକ୍ଷା କରିପାରିବେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.