Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଗବେଷଣା ପାଇଁ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ଦିଆଯିବ ଆର୍ଥିକ ସହାୟତା

18/06/2019 at 7:28 PM

ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ରାଜ୍ୟର ୭ଟି ଉଚ୍ଚଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟରତ ଗବେଷକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମୌଳିକ ଓ ପ୍ରୟୋଗାତ୍ମକ ବିଜ୍ଞାନ କ୍ଷେତ୍ରରେ ଗବେଷଣା ପାଇଁ ଏହି ସହାୟତା ପ୍ରଦାନ କରାଯିବ । ସମ୍ବଲପୁର, ବ୍ରହ୍ମପୁର, ଉତ୍କଳ, ଖଲିକୋଟ, ରେଭେନ୍ସା ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ସମେତ ଭୁବନେଶ୍ୱରସ୍ଥିତ କଲେଜ୍‌ ଅଫ୍‌ ଇଂଜିନିୟରିଂ (ସିଇଟି)ରେ କାର୍ଯ୍ୟରତ ପି୍ରନ୍ସିପାଲ ଇନ୍‌ଭେଷ୍ଟିଗେଟର ଏହି ସହାୟତା ପାଇଁ ଯୋଗ୍ୟ ବିବେଚିତ ହେବେ ।

ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ୨ ଜଣ ଲେଖାଏଁ ଏବଂ ଅନ୍ୟ ଶିକ୍ଷାନୁଷ୍ଠାନରୁ ଜଣେ ଲେଖାଏଁ ସମୁଦାୟ ୯ ଜଣ ଗବେଷକଙ୍କୁ ଏହି ଆର୍ଥିକ ସହାୟତା ଉପଲବ୍ଧ ହେବ । ବିଶେଷ କରି ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, ଇଂଜିନିୟରିଂ, ଭୌତିକ ବିଜ୍ଞାନ, କମ୍ପୁ୍ୟଟର ଓ ଭୂ-ବିଜ୍ଞାନ କ୍ଷେତ୍ରରେ ଗବେଷଣା ନିମନ୍ତେ ସହାୟତା ମିଳିବ ବୋଲି ବିଭାଗ ପକ୍ଷରୁ ପ୍ରଦତ୍ତ ପ୍ରସ୍ତାବକୁ ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅନୁମୋଦନ କରିଛନ୍ତି ।

ବିଜ୍ଞାନ ଓ କାରିଗରୀ ବିଭାଗର ଏହି ଆର୍ଥିକ ସହାୟତା ୩ ବର୍ଷ ନିମନ୍ତେ ପ୍ରଦାନ କରାଯିବ । ସହାୟତା ରାଶି ୩ ବର୍ଷ ଅବଧି ନିମନ୍ତେ ସର୍ବାଧିକ ୧୦ ଲକ୍ଷ ଟଙ୍କା ହେବ । ଏଥି ପାଇଁ ପ୍ରଥମ କିସ୍ତି ଆର୍ଥିକ ଅନୁଦାନ ମଞ୍ଜୁର ହୋଇଛି ।

   Related Posts