Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ଠାବ ହେଲା ଚିକନଗୁନିଆ ଭୂତାଣୁ, ଏବେ ସହଜ ହେବ ଆର୍ଥାରାଇଟସ୍ ଚିକିତ୍ସା

8/06/2019 at 4:12 PM

ଶେଷରେ ମସା ଯୋଗୁ ବ୍ୟାପୁଥିବା ଚିକନଗୁନିଆ ଭୂତାଣୁକୁ ଠାବ କରିଛନ୍ତି ବୈଜ୍ଞାନିକ। ଆମେରିକା ୱାସିଂଟନ ୟୁନିଭର୍ସିଟିର ଏକ ବୈଜ୍ଞାକନିକ ଦଳ ଗଣ୍ଠି  କୋଶିକା ଉପରେ ଥିବା ପ୍ରୋଟିନରୁ ଏହି ଭୂତାଣୁ ଠାବ ହୋଇଥିବା ଦାବି କରିଛନ୍ତି। ଫଳରେ ଚିକନଗୁନିଆ ଓ ଏଭଳି ଭୂତାଣୁ ସଂକ୍ରମିତ ଆକ୍ରନ୍ତଙ୍କ ସଂକ୍ରମଣ  ଚିକିତ୍ସା ଏବେ ସହଜ ହୋଇପାରିବ।

ଚିକନଗୁନିଆ ଏକ ମସା ଯୋଗୁ ବ୍ୟାପୁଥିବା ଭୂତାଣୁ । ମସା ଦ୍ବାରା ଭୂତାଣୁ ଶରୀରରେ ପ୍ରବେଶ କରିବା ଯୋଗୁ ଆଣ୍ଠୁଗଣ୍ଠି ବିନ୍ଧା ସହ ଜ୍ବର ହୁଏ । ପ୍ରାୟ ଏକ ସପ୍ତାହ ଧରି ଏହି ଜ୍ବରର ଭୂତାଣୁ ଶରୀରରେ ସକ୍ରିୟ ରହେ। ତେବେ ଜ୍ବର ଛାଡିବା ପରେ ଆଧିକାଂଶ ସଂକ୍ରମିତ ପ୍ରାୟ ୧ ମାସ ବା ତାଠାରୁ ଅଧିକ ସମୟ ଧରି ଆଣ୍ଠୁଗଣ୍ଠି ଯନ୍ତ୍ରଣାରେ ଆକ୍ରାନ୍ତ ହୋଇଥାନ୍ତି। ତେବେ ଅନେକ ଚିକନଗୁନିଆ ଆର୍ଥାରାଇଟସ୍ ଆକ୍ରାନ୍ତ ହେବା ଯୋଗୁ ଲୋକେ ଜୀବନବ୍ୟାପୀ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ହଲେ ସେମାନଙ୍କ ଚିକିତ୍ସା କିନ୍ତୁ ସମ୍ଭବ ହୋଇପାରୁନି।

କେବଳ ଚିକନଗୁନିଆ ନୁହେଁ ଏହି ପରିବାରର ମାୟାରୋ, ରୋଜରିଭର ଏବଂ ଓନ୍ୟୋଙ୍ଗ-ନ୍ୟୋଙ୍ଗ ଆଲଫା ଭାୟରସ ମଧ୍ୟ ମସାଙ୍କ ଦ୍ବାରା ବ୍ୟାପୀବା ସହ ଅଣ୍ଠୁଗଣ୍ଠି ବିନ୍ଧା ଜନିତ ଜ୍ବର ହୋଇଥାଏ। ହେଲେ ଲୋକେ ଭୋଗୁଥିବା ସମସ୍ୟାର ଚିକିତ୍ସା ନିମନ୍ତେ ଏପର୍ଯ୍ୟନ୍ତ କୌଣସି ଚିକିତ୍ସା ବ୍ୟବସ୍ଥା ନଥିବାରୁ  ଲୋକେ  ପାରମ୍ପରିକ ଚିକିତ୍ସା କରାଉଥିଲେ ହେଁ ସୁସ୍ଥ ହୋଇ ପାରୁନାହାନ୍ତି।  ଡାକ୍ତର ସବୁ ଜାଣୁଥିଲେ ବି ହେଲେ ଭୂତାଣୁ ସମ୍ପର୍କରେ ଚିକିତ୍ସା ବିଜ୍ଞାନରେ ସୂଚନା ନଥିବାରୁ ଲୋକଙ୍କ ଚିକିତ୍ସା ହୋଇ ପାରୁନଥିଲେ।

ହେଲେ ୟୁନିଭର୍ସିଟି ଅଫ ୱାସିଂଟନର ବୈଜ୍ଞାନିକଙ୍କ ଅନୁସନ୍ଧାନକୁ ଏବେ ଯୁଗାନ୍ତକାରୀ କୁହାଯାଉଛି।  ଭୂତାଣୁର ଆବିଷ୍କାର ପରେ ଏହି ଭୂତାଣୁଙ୍କ ସଂରଚନା ସହ ସେମାନଙ୍କର ମୁକାବିଲା ଲାଗି ଖୁବଶୀଘ୍ର ଗବେଷଣା ଆରମ୍ଭ ହେବ ବୋଲି କହିଛନ୍ତି ବିଶ୍ବବିଦ୍ୟାଳୟର ପ୍ରଫେସର ଡାଭେଡ ଫ୍ରିମଣ୍ଟ। କେବଳ ଚିକନଗୁନିଆ ନୁହେଁ ସମାନ ପରିବାରର ମାୟାରୋ, ରୋଜରିଭର ଏବଂ ଓନ୍ୟୋଙ୍ଗ-ନ୍ୟୋଙ୍ଗ ଆଲଫା ଭାୟରସଙ୍କର ପ୍ରକୃତି ଓ ମୁକାବିଲାରମଧ୍ୟ ବାଟ ବାହାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ଫ୍ରିମୋଣ୍ଟ।

   Related Posts