Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ବୈଜ୍ଞାନିକମାନେ ଉନ୍ମୋଚନ କଲେ ବରମୁଡ଼ା ଟ୍ରାଏଙ୍ଗଲର ରହସ୍ୟ : ଜାଣନ୍ତୁ ଏଠାକୁ କାହିଁକି ଯାଇପାରିନଥାଏ ମଣିଷ

27/06/2019 at 2:16 PM

 ବରମୁଡ଼ା ଟ୍ରାଏଙ୍ଗଲର ନାଁ ଶୁଣିଲେ ଲୋକଙ୍କ ଲୋମ ଟାଙ୍କୁରି ଉଠେ। ବରମୁଡ଼ା ଟ୍ରାଏଙ୍ଗଲକୁ ଦାନବର କ୍ଷେତ୍ର କୁହାଯାଇଥାଏ। ବରମୁଡ଼ା ଟ୍ରାଏଙ୍ଗଲ୍ ଏକ ଏପରି ସ୍ଥାନ ଯାହା ଏବେ ଯାଏଁ ଅନେକ ଜାହାଜ ଏବଂ ବିମାନକୁ ଗ୍ରାସ କରିଛି।

ବାସ୍ତବରେ କେଉଁ କାରଣ ଯୋଗୁଁ ଏଠାରେ ବଡ଼ ବଡ଼ ଜାହାଜ ଏବଂ ବିମାନ ବୁଡ଼ିଯାଇଥାଏ? ଏହାର ରହସ୍ୟ ଜାଣିବା ପାଇଁ ଏବେ ଯାଏଁ ଗବେଷଣା ଚାଲିଥିଲା। ଶେଷରେ ବୈଜ୍ଞାନିକମାନେ ଏହି ରହସ୍ୟରୁ ପର୍ଦ୍ଦା ଫାଶ କରିଥିଲେ। ଏହି ଗବେଷଣାରେ ଜଡ଼ିତ ଥିବା ବୈଜ୍ଞାନିକମାନଙ୍କ ଅନୁସାରେ ଏହା କୈାଣସି ୟୁଏଫଓ ନୁହେଁ କି କୈାଣସି ସାମୁଦ୍ରିକ ଦାନବ ନୁହେଁ।

ବୈଜ୍ଞାନିକଙ୍କ ଅନୁସାରେ ଏହା ଅନ୍ୟ ପ୍ରକାରର ଭୟଙ୍କର ଲହରୀ ଯାହା କୈାଣସି ଦାନବଠୁ କମ୍ ନହେଁ। ଏହି ଲହରୀ କାରଣରୁ ବଡ଼ ବଡ଼ ଜାହାଜଗୁଡ଼ିକ ବୁଡ଼ିଯାଇଥାଏ। ଏହା ଉତ୍ତର ଆଟଲାଣ୍ଟିକର ଏକ ଏପରି କ୍ଷେତ୍ର ଯାହା ମିଆମି,ବରମୁଡ଼ା ଏବଂ ପ୍ୟୁର୍ଟୋ ରିକୋ ଦ୍ବାରା ଘେରି ହୋଇ ରହିଛି।

ବିଭିନ୍ନ ଅନୁଧ୍ୟାନରୁ ଜଣା ପଡ଼ିଛି ଯେ ଗତ କିଛି ଦିନରୁ ଏହି ବରମୁଡ଼ା ଟ୍ରାଏଙ୍ଗଲରେ ଅନେକ ଜାହାଜ ଏବଂ ଏୟାରକ୍ରାଫ୍ଟ ଲୀନ ହୋଇଯାଇଛି। ଆଶ୍ଚର୍ଯ୍ୟର କଥା ଏହିକି ଯେ ଏବେ ଯାଏଁ ଏହି ବିମାନ ଏବଂ ଜାହାଜ ବିଷୟରେ କିଛି ଜଣା ପଡ଼ିନାହିଁ। ବୈଜ୍ଞାନିକଙ୍କ କହିବାନୁସାରେ ଏହା ଦକ୍ଷିଣ  ଏବଂ ଉତ୍ତର ଝଡ଼ ଯାହା ହଠାତ୍ ଏକାଠି ଆସିଥାଏ।

ଏହି ସମୟରେ ଯଦି ଫ୍ଲୋରିଡ଼ାରୁ କିଛି ହୋଇଥାଏ ତେବେ ଏହି ଲହରୀ ଆଉ ଭୟଙ୍କର ହୋଇଯାଇଥାଏ। ଏହି ଭୟଙ୍କର ଲହରୀ ୧୦୦ଫୁଟ ଯାଏଁ ଉପରକୁ ଉଠି ପାରେ। ଅନେକ ଲୋକଙ୍କ ଭ୍ରମକୁ ଦୂର କରିବା ପାଇଁ ବୈଜ୍ଞାନିକମାନେ ଏହାର ରହସ୍ୟ ଉନ୍ମୋଚନ କରିଛନ୍ତି।

   Related Posts