Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଧିରେ ଧିରେ କ୍ଷୟ ହେଉଛି ଆମାଜନ୍‌, ଆଗକୁ ଅମ୍ଳଜାନ ମିଳିବା ମୁସ୍କିଲ୍‌, ଜାଣନ୍ତୁ କଣ ରହିଛି ସ୍ଥିତି

12/03/2021 at 9:51 PM

ନୂଆଦିଲ୍ଲୀ, ୧୨/୦୩ :୪୩ ବର୍ଷରେ ପୃଥିବୀକୁ ୨୦ ପ୍ରତିଶତ ଅମ୍ଳଜାନ ଯୋଗାଉଥିବା ଜଙ୍ଗଲ ଲୋପ ପାଇଯିବ । ୨୦୬୪ ବେଳକୁ ପୃଥିବୀ ପାଇଁ ଅମ୍ଲଜାନ ମିଳିବା ମୁସ୍କିଲ ହୋଇଯାଇପାରେ । ଏମିତି କିଛି ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଆମାଜନ ଜଙ୍ଗଲ ଯେଉଁଭଳି ଭାବେ ଲୋପ ପାଉଛି ତାହା ପୃଥିବୀର ଜୀବଜଗତ ପାଇଁ ବିପଦ ସୃଷ୍ଟି କରିବାକୁ ଯାଉଛି ବୋଲି ସେମାନେ କହିଛନ୍ତି ।

ପୃଥିବୀର ଫୁସ୍ ଫୁସ ବୋଲି ଜଣାଯାଇଥାଏ ଆମାଜନ ଜଙ୍ଗଲ । କାରଣ ପୃଥିବୀର ଜୀବସତ୍ତା ତିଷ୍ଠି ରହିବା ପାଇଁ ଆବଶ୍ୟକ ହେଉଥିବା ଅମ୍ଲଜାନର ୨୦ ପ୍ରତିଶତ ସୃଷ୍ଟି ହୋଇଥାଏ ଆମାଜନ ଜଙ୍ଗଲର ବୃକ୍ଷରାଜିଙ୍କ ଦ୍ୱାରା । କିନ୍ତୁ ଉଦ୍‌ବେଗର ବିଷୟ ଏହା ଯେ, ଆମାଜନ ଲୋପ ପାଇଯିବାର ଆଶଙ୍କା ସୃଷ୍ଟି ହୋଇଛି । ମାତ୍ର ୪୩ ବର୍ଷରେ ମାନେ ୨୦୬୪ ବେଳକୁ ଏହି ବିଶାଳ ଜଙ୍ଗଲ ଲୋପ ପାଇଯାଇପାରେ । ଏହାର ସବୁଠାରୁ ବଡ଼ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ, ବ୍ୟାପକ ବୃକ୍ଷ ଛେଦନ ଏବଂ ନିଆଁ । ଆମାଜନ ଜଙ୍ଗଲ ୨୧ ଲକ୍ଷ ବର୍ଗ ମାଇଲ ଅଞ୍ଚଳ ପରିବ୍ୟାପ୍ତ ।

ଦକ୍ଷିଣ ଆମେରିକା ମହାଦେଶର ବିସ୍ତୃତ ଅଂଚଳରେ ପରିବ୍ୟାପ୍ତ ଏହି ଆମାଜନ ଜଙ୍ଗଲ ଯଦି ଏକ ଦେଶ ହୋଇଥାନ୍ତା ତେବେ ଏହା ପୃଥିବୀର ନବମ ବଡ଼ ଦେଶ ହୋଇଥାନ୍ତା ।  କିନ୍ତୁ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଏମିତି ସମୟ ଆସିବ ଯେତେବେଳେ ଏହି ବିସ୍ତିର୍ଣ୍ଣ ଜଙ୍ଗଲ ଟାଙ୍ଗରା ଭୂଇଁରେ ପରିଣତ ହୋଇଯିବ । ୟୁନିଭର୍ସିଟି ଅଫ ଫ୍ଲୋରିଡାର ଭୂଗୋଳ ବିଜ୍ଞାନୀ ରବର୍ଟ ୱାକର ଆମାଜନ ଉପରେ ବର୍ଷ ବର୍ଷ ଧରି ଅନୁଧ୍ୟାନ ଜାରି ରଖିଛନ୍ତି । ଏଥିସହିତ ଡିସ୍କୋଭରିର ସୂଚନା ଅନୁସାରେ ଆମାଜନର ସ୍ଥିତି ଖରାପ ହେବାରେ ଲାଗିଛି।

୨୦୦୪ରୁ ୨୦୧୨ ଭିତରେ ବ୍ରାଜିଲରେ ଜଙ୍ଗଲ ଗଛ କାଟିବା କିଛିମାତ୍ରାରେ କମ ଥିଲା । କିନ୍ତୁ ୨୦୨୦ରେ ଆମାଜନ ଜଙ୍ଗଲରୁ ବିପୁଳ ଗଛ କଟା ଜାରି ରହିଛି । ୨୦୨୦ର ପ୍ରଥମ ଭାଗରେ ୧୨୦୨ ବର୍ଗ କିଲୋମିଟର ଜଙ୍ଗଲ ପଦା ହୋଇଗଲାଣି । ଏବେସୁଦ୍ଧା ଆମାଜନର ୧୧ ପ୍ରତିଶତ ଜଙ୍ଗଲ ସଫା ହୋଇଗଲାଣି । ୧୭ ପ୍ରତିଶତ ଜଙ୍ଗଲ ଧ୍ୱଂସାଭିମୁଖୀ । ଏ ଧାରା ବଳବତ୍ତର ରହିଲେ ଏହା ଜଳବାୟୁ ପରିବର୍ତ୍ତନ ଉପରେ ବଡ଼ ପ୍ରଭାବ ପକାଇବ ନିଶ୍ଚୟ । ଏପରିକି ଗତ କିଛି ବର୍ଷ ଧରି ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆମାଜନ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଦେଖାଦେଲାଣି ।

୧୯୮୨ଠାରୁ ପଶ୍ଚିମ ଆମାଜନର ଅଞ୍ଚଳରେ ୭ ଇଞ୍ଚରୁ ଅଧିକ ବର୍ଷା ହେଉଛି । ଯେତେବେଳେ କି ପୂର୍ବରୁ ଦକ୍ଷିଣ ଅଞ୍ଚଳ, ଯେଉଁଠାରେ ବ୍ୟାପକ ଗଛ କଟା ହେଉଛି ସେ ଅଞ୍ଚଳରେ ବର୍ଷର ୭ ମାସ ଧରି ବର୍ଷା ହେଉନି । ଏବଂ ପ୍ରତିବର୍ଷ ବର୍ଷା ନ ହେବାର ଦିନ ବଢ଼ି ବଢ଼ି ଚାଲିଛି । ତେଣୁ ସେହି ଅଞ୍ଚଳରେ ଜଙ୍ଗଲ ଛାଏଁ ଛାଏଁ ପଦା ହେବାର ଦେଖାଦେଇଛି । ଜଣାଯାଇଛି ଯଦି ଥରେ ଜଙ୍ଗଲ ଉପରେ ମରୁଡ଼ି ପ୍ରଭାବ ପଡ଼େ ଏହାକୁ ସୁଧୁରିବା ପାଇଁ ୪ ବର୍ଷ ଲାଗିଥାଏ ।

ତେଣୁ ଏମିତି ସ୍ଥିତି ଲାଗି ରହିଲେ ପୂରା ପୃଥିବୀର ଜଳବାୟୁ ଉପରେ ପ୍ରଭାବ ପଡ଼ିପାରେ। ଧିରେ ଧିରେ ଆମାଜନର ବଡ଼ ବଡ଼ ଗଛ ଲୋପ ପାଇଯଇଥିବ । ଆଉ ଏହି ଅଞ୍ଚଳରେ କେବଳ କିଛି ଗୁଳ୍ମ ଓ ଛୋଟ ଛୋଟ ବୁଦା ହିଁ ରହିଯାଇଥିବ। ଏମିତି ହେଲେ ପୃଥିବୀର ଅମ୍ଳଜାନ ସ୍ତର ଉପରେ ବଡ଼ ପ୍ରଭାବ ପଡ଼ିବ ବୋଲି ଆକଳନ କରାଯାଇଛି।

   Related Posts