ବୈଜ୍ଞାନିକଙ୍କ ଚେତାବନୀ, ୨୦୨୩ ଯାଏଁ ରହିବ କରୋନା ଭାଇରସ, ଲୋକଙ୍କୁ କରୋନା ସହ ରହିବାକୁ ଅଭ୍ୟସ୍ତ ହେବାକୁ ପଡ଼ିବ

Published By : Prameya-News7 Bureau | September 07, 2020 IST

ଜର୍ମାନୀ ୦୭/୦୯: ଦିନକୁ ଦିନ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ୟାରି ଭିତରେ ଜର୍ମାନର ଜଣେ ବୈଜ୍ଞନିକ ଚମକାଇ ଦେବା ଭଳି ତଥ୍ୟ ଦେଇଛନ୍ତି। କରୋନା ଭାଇରସ ସଂକ୍ରମଣ ଉପରେ ଅଧ୍ୟୟନ କରୁଥିବା ଜଣେ ପ୍ରମୁଖ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି ‌ଯେ ଭାଇରସ୍ ଆଗାମୀ ତିନି ବର୍ଷ ପଯ୍ୟନ୍ତ ରହିବ। ଜର୍ମାନୀ ଭାଇରୋଲଜିଷ୍ଟ ହେଡ୍ରିକ ଷ୍ଟ୍ରିକ କହିଛନ୍ତି ଆଗାମୀ ସମୟରେ ଏହା ବଢ଼ିବ। ଏହାକୁ ଦୂର କରିବା ମଧ୍ୟ ସମ୍ଭବ ନୁହେଁ। ସେ ଏ କଥା ବି କହିଛନ୍ତି କରୋନା ମାମଲା ବଢ଼ୁଥିବା ସଂଖ୍ୟାରେ ଲୋକଙ୍କୁ ଅଭ୍ୟସ୍ତ ହେବା ଦରକାର ।

ହେଡ୍ରିକ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲଜି ଆଣ୍ଡ ଏଚଆଇଭି ରିସର୍ଚର ନିର୍ଦେଶକ। ସେ କହିଛନ୍ତି ଟିକାର କୌଣସି ଗ୍ୟାରେଣ୍ଟି ନାହିଁ। ଲୋକଙ୍କୁ ନିଜ ଜୀବନରେ ପରିବର୍ତନ ଆଣିବା ପାଇଁ ପ୍ରସ୍ତୁତି କରିବା ଦରକାର। ୨୦୨୩  ପର୍ଯ୍ୟନ୍ତ ଆମ ମାନଙ୍କ ଲଢ଼େଇ ଭାଇରସ ସହ ଜାରି ରହିବ ।

ଭାଇରସ କେମିତି ବ୍ୟାପେ ଓ ଏହାକୁ କେମିତି ରୋକାଯିବ ଜାଣିବା ପାଇଁ ହେଡ୍ରିକଙ୍କ ଟିମ୍ କରୋନାରକୁ ନେଇ ଜର୍ମାନୀରେ ଏକ ଅଧ୍ୟୟନ ବି କରିଥିଲେ। ଘରେ ହାଉସ୍ ପାର୍ଟିରେ କଟକଣା ଲଗାଇଲେ ଭାଇରସ୍ ବ୍ୟାପିବା ଅାଶଙ୍କା କିଛି ମାତ୍ରାରେ କମ୍ ହୋଇପାରିବ ବୋଲି କୁହାଯାଇଛି।

ଏ ଭାଇରସ୍ ଗାଏବ ହେଉ ନାହିଁ। ଏଣୁ ଏହା ନିତିଦିନ ଜୀବନର ଅଂଶ ହେଲାଣି। ଏହା ଆଗାମୀ ତିନିବର୍ଷ ଆମ ସହ ରହିବ। ଏହା ସହ ଜିଇବା ପାଇଁ ଲୋକଙ୍କୁ ରାସ୍ତା ଖୋଜିବାକୁ ହେବ। କରୋନା ସହ ରହିବାକୁ ଲୋକଙ୍କୁ ଅଭ୍ୟସ୍ତ ହେବାକୁ ପଡ଼ିବ। ଭାଇରସ୍ ହୁ ହୁ ହୋଇ ଦିନକୁ ବ୍ୟାପୁଛି। ଯେଉଁ କାରଣ ପାଇଁ ଏହା ବଢ଼ିବାରେ ଲାଗିଛି। ପ୍ରଥମେ ତା’ ଉପରେ ଦୃଷ୍ଟି ଦେବାକୁ ହେବ ଓ ତା ଉପରେ କିଭଳି କଟକଣା ଲଗାଯାଇପାରିବ ସେ ବିଷୟରେ ଜାଣିବାକୁ ହେବ। ଲୋକଙ୍କ ଜନସମାଗମ କମ୍ କରିବା ହେଉଛି ସବୁଠୁ ବଡ଼ ପଦକ୍ଷେପ। କାରଣ ଗୋଟିଏ କାନିର୍ଭାଲ ସେଲିବ୍ରେସନରେ ଭାଗ ନେଇଥିବା ୪୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.