Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କେନ୍ଦ୍ରମନ୍ତ୍ରୀଙ୍କଠୁ ପୁରସ୍କାର ନେବାକୁ ମନା କଲେ କୃଷି ବୈଜ୍ଞାନିକ, କହିଲେ ବାଧା ଦେଉଛି ବିବେକ !

9/12/2020 at 8:18 PM

ନୂଆଦିଲ୍ଲୀ ୯।୧୨:  କେନ୍ଦ୍ର ସରକାରଙ୍କ ସଂଶୋଧିତ କୃଷି ଆଇନ-୨୦୨୦କୁ ନେଇ ସାରା ଦେଶରେ ଏବେ ଚାଷୀ ଅସନ୍ତୋଷ ଦେଖାଦେଇଛି। ପଞ୍ଜାବ ଓ ହରିୟାଣାର ଚାଷୀମାନେ ଦେଶରେ କୃଷକଙ୍କ ନେତୃତ୍ୱ ନେଇଛନ୍ତି। ଚାଷୀଙ୍କ ପ୍ରତି ସରକାରଙ୍କ ଦମନମୂଳକ ନୀତିକୁ ବିରୋଧ କରି ରାଜ୍ୟର ନେତାମାନେ ସେମାନଙ୍କ ପଦ୍ମପୁରସ୍କାର ଫେରାଇଛନ୍ତି। ଏହି କ୍ରମରେ ସାମିଲ ହୋଇଯାଇଛନ୍ତି କୃଷି ବୈଜ୍ଞାନିକ ବରିନ୍ଦର ପାଲ ସିଂ। କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିବାକୁ ମଞ୍ଚ ଉପରେ ମନା କରିଦେଇଛନ୍ତି ବୈଜ୍ଞାନିକ।

ରସାୟନିକ ସାର ଗବେଷଣାରେ ଉଲ୍ଲେଖନୀୟ ଅନୁସନ୍ଧାନ ଲାଗି ଫର୍ଟିଲାଇଜର ଆସୋସିଏନ ଅଫ ଇଣ୍ଡିଆ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟର  ବୈଜ୍ଞାନିକ ବରିନ୍ଦରଙ୍କୁ ଗୋଲ୍ଡେନ ଜୁବଲୀ ପୁରସ୍କାରରେ ସମ୍ବର୍ଦ୍ଧିତ କରିବାକୁ ଦିଲ୍ଲୀ ଆମନ୍ତ୍ରିତ କରିଥିଲେ। ଏଠାରେ ଅନୁଷ୍ଠିତ ସମ୍ମାନ ସମାରୋହରେ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡି.ଭି.ସଦାନନ୍ଦ ଗୌଡା ତାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବାର ଥିଲା। କାର୍ଯ୍ୟକ୍ରମରେ ବୈଜ୍ଞାନିକ ବରିନ୍ଦରପାଲ ସିଂହ ମଧ୍ୟ ଉପସ୍ଥିତ ଥିଲେ।

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ସମ୍ମାନୀତ କରିବା ଲାଗି ବରିନ୍ଦରଙ୍କୁ ମଞ୍ଚ ଉପରକୁ ଡକାଯିବାରେ ସେ ସରକାରଙ୍କଠାରୁ ପୁରସ୍କାର ଗ୍ରହଣ କରିପାରିବେ ନାହିଁ ବୋଲି କହିଥିଲେ। ତେବେ ପୁରସ୍କାର ଲାଗି ସେ ସରକାରଙ୍କୁ ତାଙ୍କର କୃତଜ୍ଞତା ଜଣାଇଥିଲେ। ସେ ଭବିଷ୍ୟତରେ ମଧ୍ୟ ଦେଶରେ କୃଷିର ବିକାଶ ଲାଗି ଏପରି ପରିଶ୍ରମ କରିବେ ହେଲେ ଉପୁଜିଥିବା ପରିସ୍ଥିତିରେ ସେ ସରକାରଙ୍କ ପୁରସ୍କାର ଗ୍ରହଣ କରିପାରିବେନି ବୋଲି କହିଥିଲେ।

ଏବେ ପଞ୍ଜାବର ଚାଷୀ ରାଜରାସ୍ତାରେ ସେହି ଚାଷୀଙ୍କ ସମର୍ଥନରେ ସେ ସରକାରଙ୍କ ପୁରସ୍କାର ଗ୍ରହଣ କରିପାରିବେନି ବୋଲି ସଫାସଫା ମନା କରିଦେଇଥିଲେ। ବରିନ୍ଦରଙ୍କ ପୁରସ୍କାର ଅସ୍ୱୀକାରର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବରିନ୍ଦର ସିଂହ ଦେଶର ଶୀର୍ଷ କୃଷି ବିଜ୍ଞାନୀଙ୍କ ମଧ୍ୟରେ ଅନ୍ୟତମ। ତାଙ୍କ କୃଷିପ୍ରଣାଳୀରେ ଚାଷୀ ଖେତର କମ୍‌ ୟୁରିୟା ଦେଇ ମଧ୍ୟ ଭଲ ଫସଲ ଅମଳ କରିପାରିବେ। ତାଙ୍କର ଏହି କୃଷି କୌଶଳ ଯୋଗୁ ପଞ୍ଜାବ କୃଷି ବାବଦେ ବାର୍ଷିକ ୭୫୦ କୋଟି ଟଙ୍କା ବଞ୍ଚାଇପାରିବ।

ତେବ ପୁରସ୍କାର ଅସ୍ୱୀକାର ବାବଦେ ଡା.ବରିନ୍ଦର କେନ୍ଦ୍ରମନ୍ତ୍ରୀଙ୍କୁ ଏକ ପତ୍ର ମଧ୍ୟ ଦେଇଛନ୍ତି। ଯେଉଁଥିରେ କୌଣସି ବ୍ୟକ୍ତିଗତ ଆକ୍ରୋଶ ଅଥବା ଅସୂୟା ଯୋଗୁ ନୁହେଁ କିମ୍ବା କେନ୍ଦ୍ର ସରକାରଙ୍କ ବିରୋଧ ଲାଗି ମଧ୍ୟ ନୁହେଁ କେବଳ ଚାଷୀଙ୍କ ଲାଗି ସେ ଏହି ପୁରସ୍କାର ଗ୍ରହଣ କରିପାରୁନଥିବା ପତ୍ରରେ ଉଲ୍ଲେଖ କରିଛନ୍ତି।

   Related Posts