ଫ୍ରାନ୍ସ ଡାକ୍ତରଙ୍କ ଦାବି : ଚୀନ ନୁହେଁ ୟୁରୋପରେ କରୋନାର ପ୍ରଥମ ରୋଗୀ ଚିହ୍ନଟ, ନଭେମ୍ବରରେ ସାମ୍ନାକୁ ଆସିଥିଲା ପ୍ରଥମ ମାମଲା

Published By : Prameya-News7 Bureau | June 01, 2020 IST

ପ୍ୟାରିସ ୦୧/୦୬ : ଫ୍ରାନ୍ସର ବୈଜ୍ଞାନିକଙ୍କ ଏକ ଟିମ ଦାବି କରିଛନ୍ତି ଯେ, କରୋନା ଭାଇରସର ପ୍ରଥମ ମାମଲା ୨୦୧୯ ନଭେମ୍ବର ୧୬ ତାରିଖରେ ସାମ୍ନାକୁ ଆସିଥିଲା | ଉତ୍ତର-ପୂର୍ବ ଫ୍ରାନ୍ସର ଏକ ହସ୍ପିଟାଲରେ ନଭେମ୍ବରରୁ ଡିସେମ୍ବର ମାସ ମଧ୍ୟରେ ଫ୍ଲୁ ଜନିତ ରୋଗୀଙ୍କ ୨୫୦୦ ରୁ ଅଧିକ ଲୋକଙ୍କ ଏକ୍ସରେ ରିପୋର୍ଟ ଅଧ୍ୟୟନ କରାଯାଇଛି | ନଭେମ୍ବରର ଦୁଇଟି ଏକ୍ସରେ ରିପୋର୍ଟ ରହିଛି ଯେଉଁଥିରେ କରୋନା ଭାଇରସ ସମ୍ପର୍କରେ ସ୍ପଷ୍ଟ ହୋଇଛି | କିନ୍ତୁ ସେତେବେଳେ ଡାକ୍ତର କରୋନା ସମ୍ପର୍କରେ ଜାଣିନଥିଲେ |

ଉତ୍ତର-ପୂର୍ବ ଫ୍ରାନ୍ସର କାଲମର ସ୍ଥିତ ଆଲବର୍ଟ ସ୍ବିତ୍ଯର ହସ୍ପିଟାଲର ଡାକ୍ତର ମାଇକଲଙ୍କ ଟିମ ଦାବି କରିଛି ଯେ, ୟୁରୋପୀୟ ଦେଶମାନଙ୍କରେ ଜିରୋ ମାମଲା ସମ୍ପୂର୍ଣ ଭୁଲ | ଏହି ଟିମ ଦାବି କରିଛି ଯେ, କରୋନାର ପ୍ରଥମ ମାମଲା ଚୀନରୁ ନ ଅସିଥାଇପାରେ | କାରଣ ସଂକ୍ରମଣ ନଭେମ୍ବର ମଧ୍ୟ ଭାଗରେ ୟୁରୋପରେ ଆରମ୍ଭ ହୋଇସାରିଥିଲା | ଡେଲି ମେଲରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ହସ୍ପିଟାଲରେ ନଭେମ୍ବର ୧୬ ତାରିଖରେ ଜଣେ ବ୍ୟକ୍ତିଙ୍କ ଏକ୍ସରେ କରାଯାଇଥିଲା ଏବଂ ରିପୋର୍ଟରେ ସ୍ପଷ୍ଟ ହୋଇଛି ଯେ ସେ କରୋନାରେ ସଂକ୍ରମିତ ହୋଇଥିଲେ | ସେହି ବ୍ୟକ୍ତିଙ୍କର ପରବର୍ତ୍ତୀ ଦିନ ପୁଣି ଏକ ଏକ୍ସରେ କରାଯାଇଥିଲା | ଏକ୍ସରେ ରିପୋର୍ଟରେ ପୁଣି କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା |

ଫ୍ରାନ୍ସରେ ଜାନୁଆରୀ ୨୪ ତାରିଖରେ ଦେଶରେ ପ୍ରଥମ କରୋନା ସଂକ୍ରମଣ ମାମଲା ସ୍ପଷ୍ଟ ହୋଇଥିଲା | କିନ୍ତୁ ଡ.ମାଇକଲଙ୍କ ଟିମଙ୍କ ଦାବି ଅନୁଯାୟୀ ପ୍ରଥମ କରୋନା ମାମଲା ନଭେମ୍ବର ୧୬ ତାରିଖରେ ସାମ୍ନାକୁ ଆସିଥିଲା | କେବଳ ଫ୍ରାନ୍ସରେ ନୁହେଁ ବରଂ ଅଧିକାଂଶ ୟୁରୋପୀୟ ଦେଶ ଏବଂ ଆମେରିକାରେ ମଧ୍ୟ ଏହା ଜଣାପଡିଛି ଯେ ଜିରୋ ମାମଲା କୁହାଯାଉଥିବା ଦେଶରେ ପ୍ରକୃତରେ ଜିରୋ ପେସେଣ୍ଟ ନଥିଲେ | ଯାହାଫଳରେ ଅନେକ ମାମଲା ଟ୍ରେସ ହୋଇପାରିନଥିଲା ଏବଂ ଅଜାଣତ ଭାବେ ସଂକ୍ରମଣ ବଢି ଚାଲିଲା | ଏହି ଟିମ ଅନୁଯାୟୀ, ଡିସେମ୍ବର ମାସରେ ହୋଇଥିବା ଏକ୍ସରେ ଯାଞ୍ଚରେ ଜଣାପଡିଥିଲା ମୋଟ ୧୨ ଜଣଙ୍କ ମଧ୍ୟରେ କରୋନା ଲକ୍ଷଣ ସ୍ପଷ୍ଟ ହୋଇଥିଲା | ୱାସିଂଟନ ୟୁନିଭର୍ସିଟିର ଗ୍ଲୋବାଲ ହେଲ୍ଥ ଏକ୍ସପର୍ଟ ଡାକ୍ତର ବିନ ଗୁପ୍ତା ମଧ୍ୟ ଏହି ଦାବି ଏବଂ ଏକ୍ସରେ ଉପରେ ଯାଞ୍ଚ କରିଛନ୍ତି | ଡାକ୍ତର ବିନଙ୍କ କହିବାନୁଯାୟୀ, ଏକ୍ସରେରେ ରୋଗୀଙ୍କ ଫୁସଫୁସ ଅସାମାନ୍ୟ ଜଣାପଡିଛି ଯେଉଁଭଳି କରୋନା ସଂକ୍ରମିତଙ୍କର ହୋଇଥାଏ | ଡ.ମାଇକଲ କହିଛନ୍ତି, ଯେପର୍ଯ୍ୟନ୍ତ ପ୍ରଥମ ମାମଲା ପର୍ଯ୍ୟନ୍ତ ନ ପହଞ୍ଚିଛନ୍ତି ସେପର୍ଯ୍ୟନ୍ତ ସଂକ୍ରମଣର ଗୋଟିଏ ପାଦ ପଛକୁ ରହିବେ | ଯଦି ତାଙ୍କ ଦାବି ସତ ପ୍ରମାଣିତ ହୁଏ ତାହେଲେ କରୋନା ସଂକ୍ରମଣ ବିରୋଧରେ ଜାରି ହୋଇଥିବା ନୀତି ସମ୍ପୂର୍ଣ ପରିବର୍ତ୍ତନ କରିବାକୁ ହେବ | 

ସୂଚନା ଅନୁଯାୟୀ, ଚୀନରେ ପ୍ରଥମ କରୋନା ମାମଲା ନଭେମ୍ବର ୧୭ ତାରିଖରେ ସାମ୍ନାକୁ ଆସିଥିଲା | ଚୀନର ଏକ ୱେବସାଇଟ ସାଉଥ ଚାଇନା ମର୍ନିଙ୍ଗ ପୋଷ୍ଟ ଅନୁଯାୟୀ ସରକାରୀ ଦସ୍ତାବେଜରେ ପ୍ରଥମ ରୋଗୀଙ୍କ ରେକର୍ଡ ଦର୍ଜ ହୋଇଥିଲା | ଚୀନ ପ୍ରଶାସନ ୨୬୬ ସନ୍ଦିଗ୍ଧ କରୋନା ଭାଇରସ ସଂକ୍ରମିତଙ୍କୁ ଚିହ୍ନଟ କରିଛି ଯେଉଁମାନେ ଗତବର୍ଷ ଆକ୍ରାନ୍ତ ହୋଇଥିଲେ | କରୋନା ଭାଇରସକୁ ନେଇ ହ୍ୱିସଲ ବ୍ଲୋୟର୍ସ କାମ କରୁଥିବା କିଛି ଲୋକଙ୍କ ସହ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା | ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଡିସେମ୍ବର ମାସ ଶେଷ ଆଡକୁ ଚୀନ ଡାକ୍ତର ଜାଣିବାକୁ ପାଇଥିଲେ ଯେ ଏହା ଏକ ନୂଆ ପ୍ରକାର ରୋଗ | ଡିସେମ୍ବର ୨୭ ତାରିଖରେ ହୁବେଇର ଏକ ହସ୍ପିଟାଲର ଜଣେ ଡାକ୍ତର ଝାଙ୍ଗ ଜିକ୍ସିୟନ ପ୍ରଥମଥର ଚୀନ ପ୍ରଶାସନଙ୍କୁ କହିଥିଲେ ଯେ ଏକ ନୂଆ ପ୍ରକାର କରୋନା ଭାଇରସର ସଂକ୍ରମଣ ବିସ୍ତାର ଲାଭ କରିଛି | ସେତେବେଳେ ପଖାପାଖି ୧୮୦ ଜଣ ସଂକ୍ରମଣର ଶିକାର ହୋଇସାରିଥିଲେ | ଡିସେମ୍ବର ୩୧ ତାରିଖରେ କରୋନା ସଂକ୍ରମଣ ବିସ୍ତାର ନେଇ ଅଫିସିଆଲି ଘୋଷଣା ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.