Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ନୂଆ ହଟସ୍ପଟ ଚିହ୍ନଟ କଲେ ବୈଜ୍ଞାନିକ: ଆହୁରି ଭୟାବହ ହୋଇପାରେ କରୋନା

2/06/2021 at 9:02 PM

ନୂଆଦିଲ୍ଲୀ ୦୨/୦୬ : ଭାରତରେ କରୋନାର ଦ୍ୱିତୀୟ ଲହର ମଧ୍ୟରେ ଆମେରିକୀୟ ବୈଜ୍ଞାନିକ ଏମିତି କିଛି ହଟସ୍ପଟ ସମ୍ପର୍କରେ କହିଛନ୍ତି ଯେଉଁଠାରେ ନୂଆ କରୋନା ଭାଇରସ ବିସ୍ତାର କରିପାରେ । ନୂଆ ଗବେଷଣାରେ ରିମୋଟ ସେଂସିଙ୍ଗ ବ୍ୟବହାର ଜରିଆରେ ବାଦୁଡ଼ିଙ୍କ ଉପସ୍ଥିତି ଚିହ୍ନଟ କରାଯାଇଛି । ଏହି ଗବେଷଣା ପଶ୍ଚିମ ୟୁରୋପରୁ ଦକ୍ଷିଣ-ପୂର୍ବ ଏସିଆ ରେଞ୍ଜରେ କରାଯାଇଛି । ବର୍କଲେ ସ୍ଥିତ ୟୁନିଭର୍ସିଟି ଅଫ କାଲିଫର୍ନିଆର ବୈଜ୍ଞାନିକ ଏହି ଗବେଷଣା କରିଛନ୍ତି । ଏଥିରେ ମିଲାନର ପଲିଟେକ୍ନିକ ୟୁନିଭର୍ସିଟି ଓ ନ୍ୟୁଜିଲ୍ୟାଣ୍ଡର ମେସି ୟୁନିଭର୍ସିଟି ମଧ୍ୟ ସାମିଲ ଥିଲେ ।
ଗବେଷଣାରେ ବୈଜ୍ଞାନିକ ଚିହ୍ନଟ କରିଛନ୍ତି ଯେ କେଉଁ ଜାଗାରେ ବାଦୁଡ଼ିଙ୍କ ଠାରୁ ନୂଆ କରୋନା ଭାଇରସ ମାନବ ଶରୀରରେ ସଂକ୍ରମଣ କରିବାର ସମ୍ଭାବନା ଅଧିକ ରହିଛି । ଏହି ଗବେଷଣାର ସବୁଠାରୁ ରୋମାଞ୍ଚକ କଥା ହେଲା, ଯେଉଁ ହଟସ୍ପଟକୁ ଚିହ୍ନଟ କରାଯାଇଛି ସେଥିମଧ୍ୟରୁ ଅଧିକାଂଶ ଚୀନରେ ହୋଇପାରେ ।
ତାଛଡା ଜାପାନର କିଛି ଭାଗ, ଉତ୍ତର ଫିଲିପାଇନ୍ସର କିଛି ସ୍ଥାନକୁ ଏଥିରେ ସାମିଲ କରାଯାଇଛି । ମାରିଆ କ୍ରିଷ୍ଟିନା ନାମକ ଗବେଷକ କହିଛନ୍ତି ଯେ, ଭବିଷ୍ୟତରେ କରୋନା ଭାଇରସ କେଉଁଠାରୁ ସୃଷ୍ଟି ହେବେ ତାହା ଜାଣିବା ଏହି ଗବେଷଣାର ଉଦ୍ଦେଶ୍ୟ । ବାଦୁଡ଼ି ଶରୀରରେ ଭାଇରସ ସଂଖ୍ୟା ୧୫ ହଜାର ହୋଇପାରେ ।
ସୂଚନାଯୋଗ୍ୟ ଯେ, ବାଦୁଡ଼ି ଉପରେ ବହୁ ସମୟ ଧରି ଗବେଷଣା କରୁଥିବା ବୈଜ୍ଞାନିକ ପିଟର ଗତ ବର୍ଷ ସିଏନଏନ ସହ କଥା ହେବା ସମୟରେ କହିଥିଲେ ଯେ ବାଦୁଡ଼ିଙ୍କ ଶରୀରରୁ ଏବେ ସୁଦ୍ଧା ମାତ୍ରା ୫୦୦ କରୋନା ଭାଇରସ ଚିହ୍ନଟ କରିପାରିଛନ୍ତି | ତାଙ୍କ ଅନୁଯାୟୀ ବାଦୁଡ଼ି ଶରୀରରେ ପ୍ରାୟ ୧୫ ଭାଇରସ ଥାଇପାରନ୍ତି । ଏବେ ଦୁନିଆ ଅଳ୍ପ କିଛି ଭାଇରସ ସମ୍ପର୍କରେ ଜାଣିଛି ।
ପିଟର ଆମେରିକୀୟ ସଂଗଠନ ଇକୋ ହେଲ୍ଥ କେୟାରର ସଭାପତି ଅଛନ୍ତି। ସେ ଗତ ୧୫ ବର୍ଷ ହେଲା ବାଦୁଡ଼ିଙ୍କ ନମୁନା ସଂଗ୍ରହ କରୁଛନ୍ତି ଯେପରି ଭବିଷ୍ୟତରେ ବିଶ୍ୱକୁ ମହାମାରୀରୁ ରକ୍ଷା କରାଯାଇପାରିବ । ଏପର୍ଯ୍ୟନ୍ତ ସେ କୋଡିଏ ଦେଶ ଭ୍ରମଣ କରି ବାଦୁଡ଼ିଙ୍କ ନମୁନା ସଂଗ୍ରହ କରିଛନ୍ତି ଯାହାଦ୍ୱାରା କୁହାଯାଇପାରିବ ଯେ ଆଗକୁ କେଉଁ ମହାମାରୀ ବ୍ୟାପିବ ।

   Related Posts