ବିଜ୍ଞାନ ଜଗତରେ ଚହଳ, ମଣିଷ ଓ ମାଙ୍କଡ ଜିନ୍ ସମିଶ୍ରଣରେ ତିଆରି ହେଲା ଡିଜାଇନର ଭୃଣ

Published By : Prameya-News7 Bureau | August 03, 2019 IST

ଆଶ୍ଚର୍ଯ୍ୟହେଲେ ବି ସତ ! ସ୍ପେନର ଜନୈକ ବୈଜ୍ଞାନିକ ବିଶ୍ୱରେ ପ୍ରଥମଥର ଡିଜାଇନର ଭୃଣ ବିକଶିତ କରିଛନ୍ତି, ଯାହାକୁ ସେ ମାଙ୍କଡ ଓ ମଣିଷକୁ ମିସାଇ ତିଆରି କରିଛନ୍ତି। ଏହି ହାଇବ୍ରିଡ ଭୃଣରୁ ଜନ୍ମ ହେବାକୁ ଥିବା ଶିଶୁଠାରେ ଉଭୟ ମଣିଷ ଓ ମାଙ୍କଡ ଗୁଣ ରହିବ। ବିଶ୍ୱରେ ଏଭଳି ପ୍ରୟୋଗ କରିବାକୁ ଆଇନଗତ କଟକଣା ରହିଛି। ଏଣୁ ବୈଜ୍ଞାନିକ ଚୀନର ପ୍ରୟୋଗଶାଳାରେ ଏହି ଗବେଷଣା କରିଥିଲେ। ଭୃଣ ୧୪ ଦିନ ରହେବା ପରେ ଏହାକୁ ନଷ୍ଟ କରିଦିଆଯାଇଥିବା ଜଣାପଡିଛି। ତେବେ ଚିକିତ୍ସା ବିଜ୍ଞାନରେ ଏହି ପ୍ରୟଗକୁ ଏପର୍ଯ୍ୟନ୍ତ ସବୁଠାରୁ ମହତ୍ୱପୂର୍ଣ୍ମ ମନେ କରାଯାଉଛି। କାରଣ ଏହା ଦ୍ୱାରା ପଶୁଙ୍କ ଅଙ୍ଗପ୍ରତ୍ୟଙ୍ଗ ମାନବ ଦେହରେ ପ୍ରତ୍ୟାର୍ପଣ ନିମନ୍ତେ ପ୍ରୟୋଗରୁ ମାର୍ଗ ପ୍ରଶସ୍ତ ହେବ।

{"id":140411,"width":575,"height":300}

ଏହିଗବେଷଣାରେ କେବଳ ସ୍ପେନ ନୁହେଁ ଚୀନ ଓ ଆମେରିକାର ବୈଜ୍ଞାନିକମାନେ ମଧ୍ୟ ସାମିଲ ଥିଲେ। ତେବେ ସ୍ପେନ ବୈଜ୍ଞାନିକ ଜୁଆନ କାର୍ଲୋସ ଏହି ଗବେଷଣା ନିମନ୍ତେ ମାଙ୍କଡ ଭୃଣରୁ ଅଙ୍ଗପ୍ରତ୍ୟଙ୍ଗ ବିକଶିତ କରୁଥିବା ଜିନକୁ ଡିଆକ୍ଟିଭେଟ କରିବା ପରେ ଏଥିରେମାନବର ଷ୍ଟିମ ସେଲ ମିସାଇଥିଲେ। ଫଳରେ ଭୃଣ ଟିସ୍ୟୁ ନିର୍ମାଣ ନିମନ୍ତେ ସକ୍ଷମ ହୋଇଯାଇଥିଲା। ଏହି ଗବେଷଣା ନେଇ କୌଣସି ମେଡିକାଲ ଜର୍ଣ୍ଣାଲରେ ସନ୍ଦର୍ଭ ପ୍ରକାଶିତ ହେବ ନାହିଁ। ହେଲେ ୱେବ୍ ସାଇଟ୍ ଏଲ-ପେସ ଅନୁସାରେ ଭୃଣ ତିଆରି କରିବାର ପ୍ରୟୋଗ ନିଶ୍ଚିତ ଭାବେ ସଫଳ ହୋଇଛି ବୋଲି କୁହାଯାଇଛି।

{"id":140413,"width":581,"height":328}

ତେବେ ବୈଜ୍ଞାନିକମାନଙ୍କର ଏହା ପ୍ରଥମ ପ୍ରୟୋଗ ନୁହେଁ। ଏହା ପୂର୍ବରୁ ୨୦୧୭ ମସିହାରେ ମଧ୍ୟ ବୈଜ୍ଞାନିକମାନେ ଘୁଷୁରି ଓ ମଣିଷର ଆନୁବଂଶିକ ସାମଗ୍ରୀକୁ ମିସାଇ ଏକ ଭୃଣ ପ୍ରସ୍ତୁତ କରାଯାଇଥିଲା। ହେଲେ ଏହି ପ୍ରୟୋଗରୁ ଏତେଟା ସଫଳତା ମିଳିନଥିଲା ଯେତେଟା ମଣିଷ ଓ ମାଙ୍କଡରୁ ମିଳିଛି। ତେବେ ପ୍ରୟୋଗର ସଫଳତା ନେଇ ଟିମ୍ ଏକ ସନ୍ଦର୍ଭ ଜର୍ଣ୍ଣାଲରେ ପ୍ରକାସନ ନିମନ୍ତେ ଏବେ ଉଦ୍ୟମ କରୁଥିବା ଆମେରିକାର ମର୍ସିଆ କ୍ୟାଥୋଲିକ ୟୁନିଭର୍ସିଟିର ଭାଇସ ଚାନସେଲର ଏଷ୍ଟ୍ରେଲା ନ୍ୟୁନେଲ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.