Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ବୈଜ୍ଞାନିକଙ୍କ ନିଆରା ଗବେଷଣା: ବିଜ୍ଞାନାଗାରରେ ପ୍ରସ୍ତୁତ କଲେ ‘କ୍ଷୁଦ୍ର ଫୁସ୍‌ଫୁସ୍‌’, ତାହାକୁ କରୋନା ସଂକ୍ରମିତ କରାଇ ରୋଗୀଙ୍କ ମୃତ୍ୟୁର କାରଣ ଦେଖାଇଲେ

24/10/2020 at 4:06 PM

ନୂଆଦିଲ୍ଲୀ ୨୪/୧୦: କରୋନା ମହାମାରୀରେ ଫୁସଫୁସ ଅଧିକ ସଂକ୍ରମଣ ହେଉଛି। ତେବେ ଭାଇରସ ଫୁସୁଫୁସକୁ କିଭଳି ସଂକ୍ରମଣ କରୁଛି ତାହା ଏବେ ବି ଗବେଷଣାର ବିଷୟ ହୋଇ ରହିଛି। ତେବେ ଏବେ ଏହାକୁ ନେଇ ଦୁଇଟି ନୂତନ ଅଧ୍ୟୟନ ପ୍ରକାଶ ପାଇଛି। ବୈଜ୍ଞାନିକମାନେ ଗବେଷଣାଗାରରେ ଫୁସଫୁସ ମଡେଲ ବିକଶିତ କରିଛନ୍ତି। ଏହା ସହ ଏହାକୁ କରୋନାରେ ସଂକ୍ରମିତ କରାଇ ଫୁସଫୁସ କୋଷ ଓ ଭାଇରସ ଉପରେ ଅଧିକ ଜାଣିବାକୁ ଚେଷ୍ଟା କରିଛନ୍ତି।

ଏହି ଦୁଇଟି ଅଧ୍ୟୟନ ସେଲ୍ ଷ୍ଟେମ ସେଲ ପତ୍ରିକାରେ ପ୍ରକାଶ ପାଇଛି। ଗୋଟିଏ ଅଧ୍ୟୟନ କ୍ୟାମ୍ବ୍ରିଜ ବିଶ୍ବବିଦ୍ୟାଳୟର ସାଉଥ କୋରିଆ ଓ ବ୍ରିଟେନ ବୈଜ୍ଞାନିକ କରିଛନ୍ତି। ସେହିପରି ଅନ୍ୟ ଏକ ଅଧ୍ୟୟନ ଡୁକେ ୟୁନିଭର୍ସିଟି ଓ ନର୍ଥ କର୍ଲୋନିଆ ବୈଜ୍ଞାନିକମାନେ କରିଛନ୍ତି।

ଦୁଇଟି ଅଧ୍ୟୟନରେ ବୈଜ୍ଞାନିକମାନେ ଜାଣିବାକୁ ଚେଷ୍ଟା କରିଛନ୍ତି ଯେ ଫୁସଫୁସର alveoli କୁ ଭାଇରସ କିପରି କ୍ଷତି ପହଞ୍ଚାଉଛି। ବେଲୁନ ଭଳି ଏୟାର ସାକ୍ସ ହେଉଛି alveoli । ଆମ ଶ୍ବାସକ୍ରିୟାକୁ ସଞ୍ଚାଳନରେ ଏହା ସାହାଯ୍ୟ କରେ। alveoli କୁ କ୍ଷତି ପହଞ୍ଚିଲେ ନିମୋନିଆ ଓ ଆକ୍ୟୁଟ ରେସପିରେଟୋରି ଡିସଟ୍ରେସ ସମସ୍ୟା ଦେଖାଦିଏ। ଯାହା କରୋନା ମୃତ୍ୟୁର ମୁଖ୍ୟ କାରଣ।

ଉଭୟ ଟିମ୍‌ ‘ମିନିଲଙ୍ଗ’ (କ୍ଷୁଦ୍ର ଫୁସଫୁସ) ବା ଲଙ୍ଗ ଅରଗାନୋଏଡକୁ ବ୍ୟବହାର କରି ଏହାକୁ ବିକଶିତ କରିଛନ୍ତି। ଷ୍ଟେମ ସେଲରୁ ଅର୍ଗାନୋଏଡ ବିକଶିତ ହୁଏ। ଯାହାକି ଫୁସଫୁସର ଗଭୀର ଅଂଶକୁ ଠିକ୍ କରିଥାଏ ଯେଉଁଠକୁ କରୋନା ଆକ୍ରାନ୍ତ କରେ। ଏହାକୁ ଏଟି୨ ସେଲ୍ କୁହାଯାଏ।

   Related Posts