ଦୁନିଆର ସବୁଠାରୁ ବୟସ୍କ ଜୀବ, ୧୮୮ ବର୍ଷୀୟ କଇଁଛ ଠାରୁ କ୍ୟାନସର ଚିକିତ୍ସା ନେଇ ଆଶାବାଦୀ ବୈଜ୍ଞାନିକ

Published By : Prameya-News7 Bureau | August 26, 2020 IST

ନୂଆଦିଲ୍ଲୀ ୨୬/୦୮ : କ୍ୟାନସର ଏହିଭଳି ଏକ ରୋଗ ଯାହାର ଚିକିତ୍ସା ପାଇଁ ଏବେ ମଧ୍ୟ ଗବେଷଣା ଚାଲିଛି | ବୈଜ୍ଞାନିକଙ୍କୁ ଏକ ୧୮୮ ବର୍ଷର ଏକ କଇଁଛରୁ କ୍ୟାନସର ଚିକିତ୍ସାକୁ ନେଇ ଆଶଙ୍କା କରିଛନ୍ତି | ଯୋନାଥନ ନାମକ ଏକ କଇଁଛ ଉପରେ ବୈଜ୍ଞାନିକ ଗବେଷଣା କରୁଛନ୍ତି | ଏହି କଇଁଛ ସ୍ଥଳଭାଗରେ ଥିବା ସବୁଠାରୁ ପୁରୁଣା ଜୀବ |

ବୟସ ବଢିବା ସହ ଯୋନାଥନର ସ୍ୱାସ୍ଥ୍ୟ ଆହୁରି ଭଲ ହେବାରେ ଲାଗିଛି | ଯେଉଁଥିପାଇଁ ବୈଜ୍ଞାନିକଙ୍କ ଆଶା ଆଶଙ୍କା ବୃଦ୍ଧି ପାଇଛି | ଦକ୍ଷିଣ ଆଟ୍ଲାଣ୍ଟିକ ମହାସାଗରରେ ବ୍ରିଟେନର ସେଣ୍ଟ ହେଲେନା ଦ୍ୱୀପରେ ରହୁଥିବା ଯୋନାଥନର ବୟସ ଲଣ୍ଡନର ପ୍ରସିଦ୍ଧ ଘଣ୍ଟା ଟାୱାର ବିଗ୍ ବେନ୍ ଏବଂ ପ୍ୟାରିସର ଆଇଫେଲ୍ ଟାୱାର ଠାରୁ ମଧ୍ୟ ଅଧିକ |

{"id":320594,"sizeSlug":"large"}

୧୮୮୨ ମସିହାରେ ତାକୁ ଏହି ଦ୍ବୀପକୁ ଅଣାଯାଇଥିଲା | ସେତେବେଳେ ତାକୁ ୫୦ ବର୍ଷ ବୟସ ହୋଇଥିଲା | ବୈଜ୍ଞାନିକ ତାର ଏହି ବୟସ ସମ୍ପର୍କରେ ପତା କରିବାକୁ ଚାହୁଁଛନ୍ତି ଯେପରିକି ମାନବ ଶରୀରରେ ଥିବା କୋଷରେ ଥିବା ମ୍ୟୁଟେସନର କାରଣ ପତା କରିପାରିବେ | ମ୍ୟୁଟେସନ ଯୋଗୁଁ କୋଷ ବଢିଥାଏ | ଯାହାଫଳରେ କ୍ୟାନସର ରୋଗ ହୋଇଥାଏ | ଯଦି ବୈଜ୍ଞାନିକ ଏହାର କାରଣ ପତା କରିପାରିବେ ତାହେଲେ କ୍ୟାନସରକୁ ନଷ୍ଟ କରାଯାଇପାରିବ |

ଯୋନାଥନଙ୍କ ଡାକ୍ତର ଜୋ ହୋଲିନ୍ସ କହିଛନ୍ତି ଯେ ଏହିଭଳି ତଥ୍ୟ ସାମ୍ନାକୁ ଆସିଛି ଯେଉଁଥିରୁ ଏହା ସଂକେତ ମିଳିଛି ଯେ ବିଶାଳ ଆକାରର କଇଁଛ ମଣିଷ ଭଳି ବଢି ନଥାନ୍ତି | ଏହି ଆଧାରରେ ଯୋନାଥନର ଡିଏନଏ ନମୁନା ସଂଗ୍ରହ କରି ଆମେରିକା ୟୁନିଭର୍ସିଟିକୁ ପଠାଯାଇଛି ଯେପରିକି ବୟସ ସମ୍ପର୍କରେ ଗବେଷଣା କରାଯାଇପାରିବ |

{"id":320585,"width":567,"height":398,"sizeSlug":"large"}

ସବୁଠାରୁ ଖାସ କଥା ହେଲା ଯୋନାଥନର ବୟସ ବଢିବା ସହ ତାର ସ୍ୱାସ୍ଥ୍ୟ ମଧ୍ୟ ଭଲ ହେଉଛି ଏବଂ ତାର ମୁହଁ ପୂର୍ବ ଭଳି ଧାରୁଆ ହେବାରେ ଲାଗିଛି | ସେ ବର୍ତ୍ତମାନ ନିଜେ ଖାଦ୍ୟ ଚରି ପାରୁଛି | କଇଁଛ ପାଟିରେ ଘର କାଟିବା ପାଇଁ ଏକ ବିଶେଷ ଅଂଶ ଥାଏ | କିନ୍ତୁ ଏହା ମଜବୁତ ହେଲେ ହିଁ ସେ ଘାସ ଚରି ପାରେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.