ବୈଜ୍ଞାନିକଙ୍କ ଆଉ ଏକ ଆବିଷ୍କାର : ଚନ୍ଦ୍ରରେ ଅଛି ବରଫ

Published By : Prameya-News7 Bureau | August 21, 2018 IST

ନୂଆଦିଲ୍ଲୀ ୨୧/୮ : ଚନ୍ଦ୍ରରେ ବରଫ ଅଛି ବୋଲି ଭାରତୀୟ ବୈଜ୍ଞାନିକମାନେ ସିଦ୍ଧାନ୍ତରେ ପହଂଚିଛନ୍ତି | ୨୦୦୮ ମସିହାରେ ଚନ୍ଦ୍ର ସମ୍ପର୍କରେ ଅଧିକ ଗବେଷଣା ପାଇଁ ଚନ୍ଦ୍ରାୟନ-୧ ଇସ୍ରୋ ପେରାନା କରିଥିଲା | ଏଥିରେ ସଂଯୁକ୍ତ ଉପକରଣ ମାଧ୍ୟମରେ ଉତ୍ତୋଳନ କରାଯାଇଥିବା କେତେକ ଚିତ୍ର ଉପରେ ଗବେଷଣା କରି ଭାରତୀୟ ବୈଜ୍ଞାନିକମାନେ ଏବେ ବରଫର ଅବସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି | ସୂଚନାଯୋଗ୍ୟ ଯେ, ଚନ୍ଦ୍ରାୟନ-୧ ପ୍ରେରଣର ଗୋଟିଏ ବର୍ଷ ମଧ୍ୟରେ ଚନ୍ଦ୍ରରେ ପାଣିଥିବା କଥା ବୈଜ୍ଞାନିକମାନେ ଜାଣିପାରିଥିଲେ | ତେବେ ବର୍ତ୍ତମାନ ଚନ୍ଦ୍ରରେ ବରଫ ଥିବା ଜଣାପଡିବା ଫଳରେ ଗବେଷଣାର ଆଉ ଏକ ଦିଗ ଉନ୍ମୋଚିତ ହୋଇଛି | ମୁଖ୍ୟତଃ ଚନ୍ଦ୍ରର ଉତ୍ତର ଓ ଦକ୍ଷିଣ ଦିଗରେ ଏହି ବରଫ ଦୃଶ୍ୟମାନ ହୋଇଛି | ବରଫ ଦୃଶ୍ୟମାନ ହୋଇଥିବା ଅଂଚଳରେ ତାପମାତ୍ରା ମାଇନସ ୧୬୩ ଡିଗ୍ରୀ ସେଲସିଅସ ରହିଥିବା ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି | ବରଫ ଦୃଶ୍ୟମାନ ହେଉଥିବା ଅଂଚଳରେ ଆୟତନ ଚନ୍ଦ୍ରଙ୍କ ସମୁଦାୟ ଆୟତନର ମାତ୍ର ୩.୫ ପ୍ରତିଶତ ବୋଲି ମଧ୍ୟ ବୈଜ୍ଞାନିକମାନେ କହିଛନ୍ତି | ଆଗାମୀ ଦିନରେ ଏ ଦିଗରେ ଅଧିକ ଗବେଷଣା ହେବାର ସମ୍ଭାବନା ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.