Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||
  • କେମ୍ରୁନରେ ଗ୍ୟାସ ବୋଝେଇ ଟ୍ରକ ସହ ଧକ୍କା ପରେ ଜଳିଗଲା ବସ୍ : ୫୩ ମୃତ, ୨୯ ଗୁରୁତର
  • ||
  • ଶେଷ ହେବ କୃଷକ ଆନ୍ଦୋଳନ ! ସଙ୍ଗଠନରେ ଫାଟ, ଯୋଗେନ୍ଦ୍ର ଯାଦବ ଓ ଟିକୈତଙ୍କ ସମେତ ୩୭ ଚାଷୀଙ୍କ ଉପରେ ପଡିବ ଚଡକ
  • ||
  • ଖଲ୍ଲିକୋଟ : ଫାଟିଗଲା କାର୍ ଚକା, ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୨ ଆହତ
  • ||

ଶରୀରରେ ଲୁଚି ରହିପାରିବନି କରୋନା ଭାଇରସ୍, ଖୁବ୍ କମ୍ ସମୟରେ ଖୋଜି ବାହାର କରିଦେବ ଏହି ସଫ୍ଟଓ୍ବେୟାର

13/04/2020 at 5:02 PM

ଓ୍ବାଶିଂଟନ୍ ୧୩।୪: ସାରା ବିଶ୍ବ ପାଇଁ ବିପଦ ହୋଇଥିବା କରୋନା ଭାଇରସ୍ ଆମେରିକା ସର୍ବାଧିକ ତାଣ୍ଡବ ସୃଷ୍ଟି କରିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ସାଢେ ପାଞ୍ଚ ଲକ୍ଷ ଲୋକ କୋଭିଡ-୧୯ ପଜିଟିଭ ଥିବାବେଳେ ୨୨,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ମାରାତ୍ମକ ଭାଇରସର ମୁକାବିଲା ପାଇଁ ଆମେରିକାର ସ୍ବାସ୍ଥ୍ୟ ସେବା ଅଧିକାରୀମାନେ ଦିନରାତି କାର୍ଯ୍ୟ କରୁଛନ୍ତି । ଏହି ସମସ୍ୟାକୁ ଦୂର କରିବା ପାଇଁ ଜଣେ ଆମେରିକୀୟ ବୈଜ୍ଞାନିକ ଏକ ସଫ୍ଟୱେୟାର କୋଡ୍ ଉଦ୍ଭାବନ କରିଥିବା ଦାବି କରିଛନ୍ତି । ଯାହାକି ଶରୀରରେ ଥିବା ଭାଇରସକୁ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଚିହ୍ନଟ କରିପାରିବ ।

ଏକ ରିପୋର୍ଟ ଅନୁଯାୟୀ ୟୁନିଭରସିଟି ଅଫ୍ ଡେଟ୍ରାନ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବୈଜ୍ଞାନିକ ବରାଥ ନାରାୟଣନ୍ କହିଛନ୍ତି ଯେ, ତାଙ୍କ ସଫ୍ଟୱେୟାର୍ କୋଡ୍ ମନୁଷ୍ୟର ଛାତିକୁ ସ୍କାନ କରି ଶରୀରରେ ଲୁଚି ରହିଥିବା ଭାଇରସକୁ ଚିହ୍ନଟ କରିପାରିବ । କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସଫ୍ଟୱେୟାର୍ ଶରୀରରେ ଲୁଚି ରହିଥିବା ଭାଇରସ୍ ବିଷୟରେ ୯୮ପ୍ରତିଶତ ସଠିକ୍ ତଥ୍ୟ ଦେବାକୁ ମଧ୍ୟ ସକ୍ଷମ ।

ନାରାୟଣନ୍ କହିଛନ୍ତି ଯେ, ଏହି ସ୍ବତନ୍ତ୍ର ସଫ୍ଟୱେୟାର୍ ସାଧାରଣ ଏକ୍ସ-ରେ ସ୍କାନିଂ ମେସିନ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଟେକ୍ନୋଲୋଜି ସହିତ ସଂଯୁକ୍ତ ହୋଇଛି । ଯାହାର ଫଳାଫଳ ୯୮ ରୁ ୯୯ ପ୍ରତିଶତ ସଠିକ୍ ହୋଇପାରେ । ସେ ଡେଲି ମେଲକୁ ଏକ ଇ-ମେଲ୍ କରି ଏଭଳି ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ନାରାୟଣନ୍ ଦୀର୍ଘ ଦିନ ଧରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ଉପରେ କାମ କରିଆସୁଛନ୍ତି । ଯାହା ଫଳରେ ଡାକ୍ତରମାନେ ରୋଗୀର ରୋଗକୁ ଶୀଘ୍ର ଚିହ୍ନଟ କରି ପାରିବେ । ଏହାପୂର୍ବରୁ ସେ ସ୍ତନ କର୍କଟ, ମ୍ୟାଲେରିଆ, ବ୍ରେନ୍ ଟ୍ୟୁମର, ଯକ୍ଷ୍ମା, ମଧୁମେହ ଏବଂ ନିମୋନିଆ ଭଳି ରୋଗର ଶୀଘ୍ର ଚିହ୍ନଟ ପାଇଁ ସଫ୍ଟୱେୟାର୍ କୋଡ୍ ପ୍ରସ୍ତୁତ କରିଥିଲେ ।

   Related Posts