ଚିକିତ୍ସା ବିଜ୍ଞାନରେ ଚମତ୍କାର: ମଣିଷ ଶରୀରରେ ଏବେ ହୋଇପାରିବ ପଶୁ ଅଂଗ ପ୍ରତିରୋପଣ

Published By : Prameya-News7 Bureau | December 13, 2018 IST

ନୂଆଦିଲ୍ଲୀ ୧୨/୧୧: ପଶୁଙ୍କ ଅଙ୍ଗ ମଧ୍ୟ ମଣିଷଙ୍କ ଶରୀରରେ ପ୍ରତିରୋପଣକରାଯାଇପାରିବ। ବୈଜ୍ଞାନିକମାନେ ଏହି ଦିଗରେ ଅଭିଯାନ ଜାରି ରଖିଛନ୍ତି। ବଡ଼ ଧରଣର ରୋଗ ଭୋଗୁଥିବାଲୋକଙ୍କ ଶରୀରରେ ଘୁଷୁରୀର ହୃଦୟ ଲଗାଇବାର ସମ୍ଭାବନା ବଢ଼ିଯାଇଛି। ଜର୍ମାନୀର ବୈଜ୍ଞାନିକମାନେସମ୍ପୂର୍ଣ୍ଣ ଚିକିତ୍ସା ବିଜ୍ଞାନକୁ ନୂତନ ଜ୍ଞାନକୈାଶଳ ଦ୍ବାରା ଚକିତ କରିଦେଇଛନ୍ତି।

ଏହି ବୈଜ୍ଞାନିକମାନେ ବାବୁନ୍(ମାଙ୍କଡ ପ୍ରଜାତିର)ଙ୍କ  ଶରୀରରେ ଘୁଷୁରୀର ହୃଦୟ ପ୍ରତିରୋପଣ କରିବାରେ ସଫଳ ହୋଇଛନ୍ତି। ଘୁଷୁରୀର ହୃଦୟ ଲଗାଇବା ଦ୍ବାରା ବାବୁନଟି ୬ମାସରୁ ଅଧିକ ଦିନ ବଞ୍ଚିଥିଲା। ବୈଜ୍ଞାନିକମାନେ ଏହିପ୍ରୟୋଗକୁ ପସନ୍ଦ କରିବା ସହ ଏହାକୁ ଚିକିତ୍ସା ବିଜ୍ଞାନର ନୂଆ ଦିଗ ବୋଲି କହିଛନ୍ତି। ଗୋଟିଏ ପଶୁରସୁସ୍ଥ ହୃଦୟକୁ ଅନ୍ୟ ପ୍ରଜାତିର ପ୍ରଣୀଙ୍କ ଶରୀରରେ ପ୍ରତିରୋପଣ କରିବା ପ୍ରକ୍ରିୟାକୁ ଅତିରିକ୍ତପ୍ରତିରୋପଣ କୁହାଯାଇଥାଏ। ଅଧ୍ୟୟନରୁ ଜଣାପଡ଼ିଛି ଯେ ଏହି ପ୍ରକ୍ରିୟା ଦ୍ବାରା ଭବିଷ୍ୟତରେ ମଣିଷଙ୍କୁନୂତନ ଜୀବନ ଦିଆଯାଇପାରିବ। ପ୍ରତିରୋପଣ ନିମନ୍ତେ ଘୁଷୁରୀର ଜିନରେ ପରିବର୍ତ୍ତନ କରାଗଲା ଯାହା ଦ୍ବାରାଅନ୍ୟ ପ୍ରଜାତିର ପ୍ରତିରକ୍ଷା ପ୍ରତିକ୍ରିୟାକୁ ବନ୍ଦ କରାଯାଇପାରିବ।

ସମଗ୍ର ପୃଥିବୀରେ ପ୍ରତିରୋପଣ ପାଇଁ ଅଙ୍ଗ ପାଇବା ନିମନ୍ତେ ଦୀର୍ଘସମୟ ଅପେକ୍ଷା କରିବାକୁ ପଡ଼ିଥାଏ। କେତେକ ବଡ଼ ଧରଣର ରୋଗରେ ଯଦି ପ୍ରତିରୋପଣ ସଫଳ ନ ହେଲା ତେବେବ୍ୟକ୍ତିର ମୃତ୍ୟୁ ସୁନିଶ୍ଚିତ। ଜଣେ ଡାକ୍ତରଙ୍କ କହିବାନୁସାରେ ୨୦୩୦ମସିହା ମଧ୍ୟରେ ଆମେରିକାରେହୃଦଘାତ ମାମଲା ୮୦ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିପାରେ। ଘୁଷୁରୀର ଜିନ୍ ପରିବର୍ତ୍ତନ ଦ୍ବାରା ଏହି ସମସ୍ୟାରସମାଧାନ କରାଯାଇପାରିବ।

ଏହି ପ୍ରକାର ଗବେଷଣାରୁ ପ୍ରଥମେ ବିଶେଷ ସଫଳତା ମିଳିନଥିଲା। ଗବେଷକମାନେହୃଦୟରେ ଅମ୍ଳଜାନ ଦେଇ ଏହି ପ୍ରକ୍ରିୟାକୁ ଶେଷ କରିଥିଲେ। ଏଥି ପାଇଁ ସେମାନେ ପୂରା ସମୟ ଅଙ୍ଗରେରକ୍ତ ସଞ୍ଚାର କରିଥିଲେ। ଏହି କାରଣରୁ ବାବୁନର ରକ୍ତଚାପ କମ୍ ହେବା ସତ୍ତ୍ବେ ପ୍ରତିରୋପଣ ହୋଇଥିବାଅଙ୍ଗର ଆକାର ବଢ଼ିନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.