Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

କରୋନା ପ୍ରଭାବ ଆରମ୍ଭ ହେବା ପୂର୍ବରୁ ଉହାନ ବଜାରରେ ହୋଇଥିଲା ହଜାର ହଜାର ପଶୁ ବିକ୍ରି, ଗବେଷଣାରୁ ମିଳିଲା ସାଙ୍ଘାତିକ ତଥ୍ୟ

9/06/2021 at 8:31 PM

ନୂଆଦିଲ୍ଲୀ ୯/୬:  କରୋନା ମହାମାରୀ ସାରା ବିଶ୍ବରେ ସଂହାର ଲୀଳା ଚଳାଇଛି। ଏବେ ଭାରତରେ ଦ୍ବିତୀୟ ଲହର ସ୍ଥିତି ସୁଧୁରୁଥିବା ବେଳେ ତୃତୀୟ ଲହର ଆଶଙ୍କା ବୃଦ୍ଧି ପାଇଛି। କିନ୍ତୁ ଏହି ଭୂତାଣୁ କେଉଁଠୁ ଆସିଥିଲା ତାକୁ ନେଇ ଦ୍ବନ୍ଦ୍ବ ଲାଗିରହିଛି। ତଥାପି କରୋନା ଭୂତାଣୁର ଉତ୍ପତିସ୍ଥଳ ଚୀନର ଉହାନ ସହର ବୋଲି ବିଭିନ୍ନ ସମୟରେ ଶୁଣିବାକୁ ମିଳୁଛି। ଏହାକୁ ନେଇ ଏବେ ଅନ୍ତାର୍ଜତୀୟ ସ୍ତରରେ ମଧ୍ୟ ଚର୍ଚ୍ଚା ଆଲୋଚନା ଜାରି ରହିଛି। ଏହାରି ଭିତରେ ଅନ୍ତର୍ଜାତୀୟ ବୈଜ୍ଞାନିକଙ୍କ ଏକ ଗବେଷଣା ଚୀନ ଆଡ଼କୁ ପୁଣି ଥରେ ଅଙ୍ଗୁଳି ନିର୍ଦେଶ କରିଛି। ବୈଜ୍ଞାନିକଙ୍କ ମତରେ କରୋନା ସଂକ୍ରମଣ ଆରମ୍ଭ ହେବା ପୂର୍ବରୁ ଉହାନ ସହରରେ ହଜାର ହଜାର ପଶୁ ବିକ୍ରି ହୋଇଥିଲା।

ଏହା ସହ ୨୦୧୭-୨୦୧୯ ମଧ୍ୟରେ ସହରରେ ୪୭ ହଜାରରୁ ଅଧିକ ପଶୁ ବିକ୍ରି ହୋଇଥିଲା। ବୈଜ୍ଞାନିକଙ୍କ ରିପୋର୍ଟ ଅନୁସାରେ ଏହି ୪୭,୩୮୧ ପଶୁଙ୍କୁ ୧୭ଟି ବଜାରରେ ବିକ୍ରି କରାଯାଇଥିଲା। ପଶୁମାନଙ୍କ ମଧ୍ୟରେ ୩୮ ପ୍ରଜାତି ସାମିଲ ଥିଲା। ୩୧ ସୁରକ୍ଷିତ ଏବଂ ବାକି ୭ ପ୍ରଜାତି ମଣିଷ ପାଇଁ ଅସୁରକ୍ଷିତ ଥିଲେ ବୋଲି ଜଣାପଡ଼ିଛି। ସେମାନଙ୍କୁ ଯନ୍ତାରେ ରଖାଯାଇଥିଲା ଏବଂ ଠିକ ଭାବେ ଖାଇବାକୁ ଦିଆଯାଉନଥିଲା। ତେଣୁ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଯାଉଥିଲା। ଚୀନ ସରକାର କହିଥିଲେ, ଉହାନ ସହରରେ ୨୦୧୯ ଡିସେମ୍ବର ଆରମ୍ଭରୁ କୋଭିଡ-୧୯ ମାମଲା ସାମ୍ନାକୁ ଆସିଥିଲା। ସେତେବେଳେ ଏହାକୁ ଏକ ପ୍ରକାର ନିମୋନିଆ ସଂକ୍ରମଣ ବୋଲି କୁହାଯାଉଥିଲା।

ପ୍ରଥମେ ମଣିଷ ଶରୀରରେ ସଂକ୍ରମଣ ମିଳିବା ପରେ ଏହାକୁ ଉହାନର ହୁନାନ ସିଫୁଡ୍‌ ମାର୍କେଟ ସହିତ ଯୋଡ଼ାଯାଇଥିଲା। ଏବେ ଆସିଥିବା ନୂଆ ଗବେଷଣା ଚୀନ, ବ୍ରିଟେନ ଏବଂ କାନାଡାର ବୈଜ୍ଞାନିକମାନଙ୍କ ଦ୍ବାରା କରାଯାଇଛି। ଏହି ଗବେଷଣା ୭ ଜୁନ୍‌ରେ ଓପନ ଆକ୍ସେସ୍‌ ସାଇଣ୍ଟିଫିକ୍‌ ରିପୋର୍ଟସ୍‌ ଜର୍ଣ୍ଣାଲ୍‌ରେ ପ୍ରକାଶ ପାଇଥିଲା। ତେବେ ଉହାନ ସହରରେ ବାଦୁଡ଼ି କିମ୍ବା ବଜ୍ରକାପ୍ତା ବିକ୍ରି ହେଉଥିଲା କି ନାହିଁ ଜଣାପଡ଼ିନାହିଁ। କିନ୍ତୁ ରାକନ କୁକୁର, ଗୁଣ୍ଡୁଚି ମୂଷା ଏବଂ ଗଧିଆ ଆଦି ବିକ୍ରି ହେଉଥିଲା।

ଏହା ସହ ରିପୋର୍ଟରେ ଲେଖାଯାଇଛି ବଜ୍ରକାପ୍ତା କରୋନା ଭୂତାଣୁର ସ୍ରୋତ ନଥିଲା। ବିଶେଷଜ୍ଞଙ୍କ ଅନୁସାରେ, ଯେଉଁସବୁ ପଶୁ ଉହାନ ସହରରେ ବିକ୍ରି ହେଉଥିଲା ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍‌ ନଥିଲା। ଏମିତିରେ ଏହି ସବୁ ପଶୁ ଜୋନୋଟିକ୍‌ ରୋଗ ପ୍ରସାର କରିବାରେ ସକ୍ଷମ ଥିଲେ। କହିରଖୁଛୁ, କରୋନା ଭୂତାଣୁ ପ୍ରଭାବ ବଢ଼ିବା ପରେ ଚୀନ ସରକାର ୨୬ ଜାନୁଆରୀ ୨୦୨୦ରେ ସମସ୍ତ ପ୍ରକାର ପଶୁ ବିକ୍ରି ଉପରେ ତତ୍କାଳ ରୋକ ଲଗାଇଦେଇଥିଲେ। ଏହାର ୩ ଦିନ ପରେ ଉହାନ ସହରରେ ଲକଡାଉନ୍‌ ଲଗାଇ ଦିଆଯାଇଥିଲା।  

   Related Posts