ଅକାରଣରେ ଆପଣଙ୍କ ଛୁଆ ଚିତ୍କାର କରି କାନ୍ଦୁଛି କି ? ଲାଗିଥାଇପାରେ ନଜର: ଖରାପ ନଜର ପଡିବା ବା ଦୃଷ୍ଟି ପଡିବା ବିଶ୍ବାସକୁ ସ୍ବୀକାର କଲାଣି ବିଜ୍ଞାନ

Published By : Prameya-News7 Bureau | December 27, 2018 IST

wp:heading {"level":5}
ଅନେକ ପୁରୁଣା କଥାକୁ ଆମେ ଅନ୍ଧ ବିଶ୍ବାସର ଆଖ୍ୟାଦେଇ ନଜର ଅନ୍ଦାଜ କରୁ । କିନ୍ତୁ ସବୁ କଥାକୁ ଅନ୍ଧବିଶ୍ବାସ ବୋଲି କହୁଥିବା ଲୋକଙ୍କୁ ଆମର ଏହି ତଥ୍ୟ ଝଟକା ଦେଇପାରେ । କାରଣ ବାରଂବାର ଏହାକୁ ଅନ୍ଧ ବିଶ୍ବାସ ବୋଲି କୁହାଯାଉଥିଲେ ମଧ୍ୟ ଏବେ ବିଜ୍ଞାନ ମଧ୍ୟ ଏକଥାକୁ ସ୍ବୀକାର କରିଛି । ଆମେ କହୁଛି ଦୃଷ୍ଟିପଡିବା ବା ନଜର ଲାଗିବା କଥା ।  କିଛି ଯୁକ୍ତିଯୁକ୍ତ କାରଣ ନଥାଇ ପିଲାଟିର ଦେହ ଖରାପ ହେବା, ପିଲାଟି ଜୋର ଜୋର ରେ କାନ୍ଦିବା, ଅକାରଣରେ ଝଡିଯିବା ଆଦି ଘଟଣା ସମସ୍ତେ ଦେଖିଛନ୍ତି , ଜାଣିଛନ୍ତି ବା ଅନୁଭବ କରିଛନ୍ତି । ଏଭଳି ଘଟିଲେ ସାଧାରଣତଃ ଗାଁ ଗହଳିରେ କୁହାଯାଏ ଦୃଷ୍ଟି ପଡିଗଲା ବୋଲି ବା ନଜର ଲାଗିଗଲା ବୋଲି । ଆଦୁନିକ ମଣିଷ କିନ୍ତୁ ଏଭଳି ଧାରଣାକୁ କେବଳ ଅନ୍ଧବିଶ୍ବାସ ବୋଲି କହିଆସିଛି ।
/wp:heading {"id":67720}

ଆଧୁନିକ ମଣିଷ ଏଭଳି କିଛି ଘଟିଲେ ଡାକ୍ତରଙ୍କ ସହାୟତା ନେଉଥିବାବେଳେ ଗାଁ ଗହଳି ବା ଏହାକୁ ବିଶ୍ବାସ କରୁଥିବା ଲୋକେ ଝଡାଫୁଙ୍କା ଉପରେ ନିର୍ଭର କରିଥାନ୍ତି । ଦେଖାଯାଇଛି ଡାକ୍ତରଙ୍କ ପାଖକୁ ଯାଇ ମଧ୍ୟ ବେଳେ ବେଳେ ସୁଫଳ ମିଳିନଥାଏ ଏବଂ ଝଡାଫୁଙ୍କାରୁ ବେଳେ ବେଳେ ଆଶ୍ଚର୍ଯ୍ୟଜନକ ଲାଭ ମିଲିଥାଏ । ଏଭଳି ଘଟିଲେ ଡାକ୍ତରଙ୍କ ପାଖକୁ ନଯିବା ପାଇଁ ଆମେ ପରାମର୍ଶ ଦେଉନାହୁଁ । ତେବେ ଏବେ ନଜର ଲାଗିବା ବା ଦୃଷ୍ଟିପଡିବା ଘଟଣାକୁ ବିଜ୍ଞାନ ସ୍ବୀକାର କରିବା ପରେ ଡାକ୍ତରି ଚିକିତ୍ସା ସହ ବିକଳ୍ପ ପ୍ରତିକାର  କରିବା ଆବଶ୍ୟକତାକୁ ଏଡାଇ ହେବ ନାହିଁ।

{"id":67721}
wp:heading {"level":5}
ଆମ ଦେଶରେ ନଜର ଲାଗିବା କିମ୍ବା ଦୃଷ୍ଟି ଲାଗିବା କିଛି ବଡ କଥା ନୁହଁ। ପିଲା ବେଳୁ ଦେହ ଖରାପ ହେଲେ ଆମେ ଶୁଣିଆସୁଛୁ ଯେ ଖରାପ ଦୃଷ୍ଟି ଲାଗିଛି। ଏହା ପରେ ଘରର ମହିଳା ମାନେ ଦୃଷ୍ଟିଠୁ ବଞ୍ଚିବା ପାଇଁ କିଛି ଝଡାଫୁଙ୍କା କରନ୍ତି। ଏହା ଦ୍ବାରା ଦୃଷ୍ଟି ଲାଗିଥିଲେ ଛାଡିଯାଏ। କୁହାଯାଏ ଯେ ଯେକୌଣସି ଘରେ ଦୃଷ୍ଟି ପଡିଲେ ସେ ଘର ମଧ୍ୟ ଭାଂଗିଯାଏ।
/wp:heading {"id":67722}
wp:heading {"level":5}
ବିଜ୍ଞାନର ତଥ୍ୟ ଅନୁସାରେ ଜାଣନ୍ତୁ ଦୃଷ୍ଟି ଲାଗିବାର ଅର୍ଥ କଣ ।  ପ୍ରତ୍ୟେକ ବ୍ୟକ୍ତିଙ୍କ ଆଖିରେ ନକରାତ୍ମକ ଏବଂ ସକରାତ୍ମକ ଶକ୍ତି ରହିଛି । ଯଦି କାହାଉପରେ ନକରାତ୍ମକ ଦଷ୍ଟି ପଡେ ତାର ଅନିଷ୍ଟ ହୋଇଥାଏ । ଯଦି ସକରାତ୍ମକ ଦୃଷ୍ଟି ପଡିଲେ ଅନ୍ୟର ମଂଗଳ ମଧ୍ୟ ହୋଇଥାଏ ।  ଛୋଟ ପିଲାମାନେ ସମ୍ବେଦନଶୀଳ ହୋଇଥିବାରୁ ସେମାନେ ସହଜରେ ନକରାତ୍ମକ ଦୃଷ୍ଟିର ଶିକାର ଶୀଘ୍ର ହୋଇଥାନ୍ତି।  ବିଜ୍ଞାନ ଅନୁସାରେ ମଣିଷ ମାନଙ୍କ ଭିତରେ ପରସ୍ପରଙ୍କ ପାଇଁ ଥିବା ଇର୍ଷା ଭାବ କ୍ଷତିକାରକ ହୋଇଥାଏ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.