୯ ତାରିଖରେ ୯ଟି ଜିଲ୍ଲାରେ ଛୁଟି ଘୋଷଣା

Published By : Prameya-News7 Bureau | November 07, 2019 IST

ଭୁବନେଶ୍ୱର - ବାତ୍ୟା ପ୍ରଭାବରେ ଉପକୂଳ ବର୍ତ୍ତୀ ଜିଲ୍ଲାମାନଙ୍କର ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ପୁରୀ , କେନ୍ଦ୍ରାପଡା ଓ ଜଗତସିଂହପୁରରେ ଶୁକ୍ରବାର ଓ ଶନିବାରରେ ସମସ୍ତ ସ୍କୁଲରେ ଛୁଟି ଘୋଷଣା କରାଯାଇଛି। ୯ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ୯ଟି ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ ।
ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ମୟୂରଭଂଜ ,ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଓ ଯାଜପୁରର ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହି ଜିଲ୍ଲାମାନଙ୍କରେ ସମସ୍ତ ସ୍କୁଲରେ ୯ ତାରିଖ ଶନିବାରରେ ଛୁଟି ଘୋଷଣା କରାଯାଇଛି ।

ଏହି ଜିଲ୍ଲାରେ ସରକାରୀ କର୍ମଚାରୀଙ୍କୁ ସଜାଗ ରହିବାକୁ କୁହାଯିବା ସହ ସେମାନଙ୍କର ଛୁଟି ବାତିଲ୍‌ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.