Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||

କରୋନ ସଂକ୍ରମଣ ମଧ୍ୟରେ ଦେଶରେ ଆସନ୍ତାକାଲିଠୁ ଖୋଲିବାକୁ ଯାଉଛି ସ୍କୁଲ, ଏହି ନିୟମ ପାଳନ ଜରୁରୀ

14/10/2020 at 8:54 PM

ନୂଆଦିଲ୍ଲୀ ୧୪।୧୦: ଦେଶରେ କରୋନା ସଂକ୍ରମଣ ରେକର୍ଡ ସ୍ତରରେ ପହଞ୍ଚିଛି। ଏହା ମଧ୍ୟରେ ଗୁରୁବାରଠୁ ଅନଲକ-୫ ମାର୍ଗଦର୍ଶିକା ଆଧାରରେ ବିଦ୍ୟାଳୟ ଖୋଲିବାକୁ ଯାଉଛି। ସରକାରଙ୍କ ଏହି ନିଷ୍ପତ୍ତି ସତ୍ଵେ ବି ଅଭିଭାବକ ନିଜର ପିଲାଙ୍କୁ ସ୍କୁଲ ଛାଡିବା ନେଇ ଆଶଙ୍କାରେ ଅଛନ୍ତି। କରୋନା ସ୍ଥିତି ଏବଂ ଅଭିଭାବକଙ୍କ ଚିନ୍ତାକୁ ଆଖି ଆଗରେ ରଖି ଅନେକ ରାଜ୍ୟ ବିଦ୍ୟାଳୟ ଖୋଲିବା ତାରିଖକୁ ଘୁଞ୍ଚାଇଛନ୍ତି।

ମେଘାଳୟ ସରକାର ଗୁରୁବାରଠୁ ଷଷ୍ଠ ଶ୍ରେଣୀରୁ ୯-୧୦ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର-ଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବାକୁ ଘୋଷଣା କରିଛନ୍ତି। ଏହି ସମୟରେ ଛାତ୍ର-ଛାତ୍ରୀଙ୍କୁ କେବଳ ଶିକ୍ଷକଙ୍କ ପାଇଁ ପରାମର୍ଶ ନେବା ପାଇଁ ଖୋଲାଯିବ। ବିହାରରେ ମଧ୍ୟ ଗୁରୁବାର ସ୍କୁଲ ଖୋଲାଯିବ। ନୋଏଡା-ଗାଜିଆବାଦ ସମେତ ଉତ୍ତର ପ୍ରଦେଶର ଅନ୍ୟ ଅଞ୍ଚଳରେ ଅକ୍ଟୋବର ୧୯ରୁ ସ୍କୁଲ ଖୋଲିବ। ଏଥିରେ କେବଳ ନବମରୁ ଦ୍ଵାଦଶ ପର୍ଯ୍ୟନ୍ତ ଛାତ୍ର-ଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲାଯିବ।

ଏହି ସବୁ ନିୟମ ପାଳନ କରିବାକୁ ପଡିବ

ଅନଲକ-୫ ନିୟମ ଆଧାରରେ ଯେଉଁ ରାଜ୍ୟରେ ଗୁରୁବାରଠୁ ସ୍କୁଲ ଖୋଲିବାକୁ ଯାଉଛି ସେଠାରେ ପ୍ରତିଦିନ ଶ୍ରେଣୀ ଗୃହ ସାନିଟାଇଜେସନ କରାଯିବ। ପ୍ରତ୍ୟେକ କକ୍ଷରେ ଗୋଟିଏ ଦିନରେ କେବଳ ୫୦ ପ୍ରତିଶତ ଛାତ୍ର-ଛାତ୍ରୀ ବସି ପାରିବେ। ସମସ୍ତ ଛାତ୍ର-ଛାତ୍ରୀ ମାସ୍କ ଲଗାଇ ଏବଂ ହ୍ୟାଣ୍ଡ ସାନିଟାଇଜ ନେଇ ବିଦ୍ୟାଳୟ ଆସିବେ। ଯେଉଁ ପିଲାମାନେ ସ୍କୁଲ ଆସିବେ ସେମାନଙ୍କୁ ବିଦ୍ୟାଳୟରେ ନିଜ ଅଭିଭାବକଙ୍କଠୁ ଲିଖିତ ସହମତି ପତ୍ର ଦାଖଲ କରିବେ। ଯଦି କୌଣସି ଛାତ୍ର-ଛାତ୍ରୀ ନିୟମିତ ସ୍କୁଲ ଆସିବାକୁ ଚାହୁଁ ନାହାନ୍ତି ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଉକ୍ତ ଛାତ୍ର-ଛାତ୍ରୀଙ୍କ ପାଇଁ ଅନଲାଇନ୍‌ ପାଠପଢାର ବ୍ୟବସ୍ଥା କରିବାକୁ ପଡିବ।

   Related Posts