ଫେରିଲା କରୋନା ! ଫେବୃଆରୀ ୨୮ ପର୍ଯ୍ୟନ୍ତ ସ୍କୁଲ୍-କଲେଜ ବନ୍ଦ

Published By : Prameya-News7 Bureau | February 21, 2021 IST

ପୁଣେ ୨୧/୦୨ : ପୁଣି ଲେଉଟୁଛି କରୋନା । ଭୟାନକ ଭାବେ ଦେଶରେ କାୟା ମେଲାଇବାକୁ ଆରମ୍ଭ କଲାଣି କରୋନା ଭାଇରସ୍ । ପୁଣେରେ କରୋନା ସଂକ୍ରମଣ ପୁଣିଥ​‌ରେ ବୃଦ୍ଧି ପାଇବାରେ ଲାଗିଛି । ଯେଉଁଥି ପାଇଁ ସରକାର ପୁଣି ଥରେ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପୁଣେର ସମସ୍ତ ସ୍କୁଲକୁ ଆସନ୍ତା ଫେବୃଆରୀ ୨୮ ଯାଏଁ ବନ୍ଦ କରିଦିଆଯାଇଛି ।

ସମସ୍ତ ଶିକ୍ଷାନୁଷ୍ଠାନ ଏକ ସପ୍ତାହ ପାଇଁ ବନ୍ଦ ଘୋଷଣା କରାଯାଇଛି । ଏ ନେଇ ପ୍ରେସ୍‌ କନଫରେନ୍ସ କରି ସୂଚନା ଦେଇଛନ୍ତି ପୁଣେ ଡିଭିଜନାଲ କମିସନର । ଏହା ବାଦ ରାତି ୧୧ଟାରୁ ସକାଳ ୬ଟା ଯାଏଁ ରାତ୍ରି କର୍ଫ୍ୟୁ ମଧ୍ୟ ଜାରି ରହିବ । କେବଳ ଅତ୍ୟାବଶ୍ୟକ ସେବା ଛଡା ଅନ୍ୟ କୌଣସି ଯାନବାହନ ଯାଆସ ଉପରେ ରୋକ ଲଗାଯାଇଛି ।

ମହାରାଷ୍ଟ୍ର ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ ସଚିବ ଅଜିତ ପାଓ୍ବାର ଏକ ଜରୁରୀକାଳୀନ ବୈଠକ ଡକାଇଛନ୍ତି । ବୈଠକରେ କୋଭିଡ୍‌ ସଂକ୍ରମଣ ରୋକିବା ଦିନରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ବହୁ ଦିନ ବ୍ୟବଧାନରେ ଜାନୁଆରୀ ୨୦୨୧ରେ ସ୍କୁଲ ଏବଂ କଲେଜ୍‌ ଖୋଲାଯାଇଥିଲା । କିନ୍ତୁ ଏବେ ପୁନଶ୍ଚ ସେଠାରେ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାର ଆସନ୍ତା ଫେବୃଆରୀ ୨୮ ଯାଏଁ ସ୍କୁଲ ଏବଂ କଲେଜ ଛୁଟି ଘୋଷଣା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.