ବିଷ ବଳୟରେ ଦିଲ୍ଲୀ : ନଭେମ୍ବର ୫ ପର୍ଯ୍ୟନ୍ତ ସବୁ ସ୍କୁଲ ଛୁଟି, ନିର୍ମାଣ କାର୍ଯ୍ୟ ଉପରେ ଲାଗିଲା ରୋକ୍

Published By : Prameya-News7 Bureau | November 02, 2019 IST

ନୂଆଦିଲ୍ଲୀ ୨।୧୧: ଦିଲ୍ଲୀରେ ଆଜି ମଧ୍ୟ ବାୟୁ ପ୍ରଦୂଷଣ ମାତ୍ରା ସାଂଘାତିକ ରହିଛି । ଲୋକେ ଆଜି ମଧ୍ୟ ଘରୁ ବାହାରକୁ ବାହିରାବା ପାଇଁ ମୁସ୍କିଲ ହୋଇପଡିଛି । ଏମିତି ସ୍ଥିତିରେ ଶ୍ବାସ ପ୍ରଶ୍ବାସ ନେବା କଷ୍ଟକର ହୋଇପଡ଼ିଛି । ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ପ୍ରାଧିକରଣ-ଇପିସିଏ ପକ୍ଷରୁ ଦିଲ୍ଲୀରେ ଜନସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଜାରି କରାଯାଇଛି । ଲୋକଙ୍କୁ ମାଗଣାରେ ମାସ୍କ ବାଣ୍ଟୁଛନ୍ତି ଦିଲ୍ଲୀ ସରକାର ।

ଏହାସହ ଦିଲ୍ଲୀ ସରକାର ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲରେ ଛୁଟି ଘୋଷଣା କରିବା ସହ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ପ୍ରାଧୀକରଣ ନଭେମ୍ବର ୫ ଯାଏଁ ଦିଲ୍ଲୀ ଏନସିଆରରେ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି । ପ୍ରଭାବିତ ଇଲାକାରେ ପାଣି ଛିଞ୍ଚିବା ପାଇଁ ବ୍ୟବସ୍ଥା କରାଯାଉଛି । 

ତେବେ ଦିଲ୍ଲୀର ଏଭଳି ସ୍ଥିତି ଦେଖି ଇପିସିଏ ଦିଲ୍ଲୀ ସମେତ ହରିୟାଣା ଓ ୟୁପିର ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତ । ଦୀପାବଳିରେ ପ୍ରବଳ ବାଣ ଫୁଟିବା ସହିତ ପଡ଼ୋଶୀ ପଞ୍ଜାବ, ହରିୟାଣା ଓ ୟୁପିରେ ଚାଷୀମାନେ ସେମାନଙ୍କ କ୍ଷେତରେ ଉତ୍ପାଦିତ ଶସ୍ୟର ବଳକା ଅଂଶ ପୋଡ଼ିଦେବାରୁ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢୁଛି । ତେଣୁ ଦିଲ୍ଲୀ ପ୍ରଦୂଷଣ ପାଇଁ କେଜରିୱାଲ ପଂଜାବ ହରିୟାଣାକୁ ଦାୟୀ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.