ଥର୍ମାଲ ସ୍କ୍ରିନିଂ…ଶ୍ରେଣୀ ଗୃହ ସାନିଟାଇଜ୍… ସାତ ମାସ ପରେ ଏହି ରାଜ୍ୟରେ ଖୋଲିଲା ୧୦ମ ଏବଂ ୧୨ମ ସ୍କୁଲ

Published By : Prameya-News7 Bureau | November 02, 2020 IST

ଡେରାଡୁନ ୦୨।୧୧: କରୋନା ମହାମାରୀ  ମଧ୍ୟରେ  ଲକ୍‌ଡାଉନ୍‌ କାରଣରୁ ପ୍ରାୟ ୭ ମାସ ବନ୍ଦ ରହିବା ପରେ ଉତ୍ତରାଖଣ୍ଡରେ ନଭେମ୍ବର ୨ ଅର୍ଥାତ ସୋମବାରଠୁ ସ୍କୁଲ ଖୋଲିଛି। ପ୍ରଥମ ପର୍ଯ୍ୟାୟରେ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲା ଯାଇଛି। ଏତେ ଦିନ ପରେ ସ୍କୁଲ ଖୋଲିବା ପରେ ମଧ୍ୟ ପରିସରରେ ଚଳାଚଳ ବିଶେଷ ନଜର ଆସିନାହିଁ। ସରକାରୀ ସ୍କୁଲ ସହିତ ଘରୋଇ ସ୍କୁଲ ମଧ୍ୟ ଖୋଲିଛି। ହେଲେ ଅନେକ ସ୍କୁଲ ଔପଚାରିକ କାମ ପୂରା କରିପାରି ନଥିବାରୁ ସ୍କୁଲ ଖୋଲି ପାରି ନାହାନ୍ତି।

୭ ମାସ ପରେ ସ୍କୁଲ ଖୋଲାଯିବା ପରେ ଅନେକ ନୂତନ ବ୍ୟବସ୍ଥା ଦେଖିବାକୁ ମିଳିଛି। ନିକଟରେ ଶିକ୍ଷା ବିଭାଗ ତଫରୁ ସମସ୍ତ ସରକାରୀ ଏବଂ ଘରୋଇ ସ୍କୁଲ ପାଇଁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଥିଲା। ନିୟମ ଅନଯାୟୀ ସ୍କୁଲଗଡିକରେ ସମସ୍ତ ସତର୍କତାମୂଳକ ବ୍ୟବସ୍ଥା କରାଯାଇଛି। ସ୍କୁଲ ଫାଟକରେ ଛାତ୍ର-ଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଛି। ମାସ୍କ ପିନ୍ଧିଥିବା ବିଦ୍ୟାର୍ଥୀଙ୍କୁ ହିଁ ବିଦ୍ୟାଳୟରେ ପ୍ରବେଶ ଅନୁମତି ମିଳୁଛି। ଶ୍ରେଣୀ ଗୃହ ଓ କୋଠାକୁ ସଂପୂର୍ଣ୍ଣ ଭାବେ ସାନିଟାଇଜ୍ କରାଯାଇଛି।

ବିଦ୍ୟାଳୟରେ ଲଞ୍ଚ ବକ୍ସ ଆଣିବା ଉପରେ ବର୍ତ୍ତମାନ ରୋକ୍ ଲଗାଯାଇଛି। ଏହା ସହିତ ଖେଳ ପିରିୟଡ ବନ୍ଦ ରହିଛି। ଉତ୍ତରାଖଣ୍ଡ ସରକାର ତରଫରୁ ଜାରି ଏସଓପି ଅନୁସାରେ ଛାତ୍ର-ଛାତ୍ରୀ ଅଭିଭାବକଙ୍କ ଅନୁମତି ପରେ  ବିଦ୍ୟାଳୟ ଆସୁଥିବା ଏବଂ ଯେଉଁ ଛାତ୍ର-ଛାତ୍ରୀ ଭର୍ଚୁଆଲ କ୍ଲାସ ନେଇ ଘରେ ପଢିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏସବୁ ବିକଳ୍ପ ରହିଛି।

୭ ମାସ ପରେ ରାଜ୍ୟ ସରକାର ବହୁତ ପ୍ରସ୍ତୁତି ପରେ ସ୍କୁଲ ଖୋଲିଲେ। ହେଲେ ପ୍ରଥମ ଦିନରେ ବହୁତ କମ୍ ସଂଖ୍ୟାରେ ଛାତ୍ର-ଛାତ୍ରୀ ସ୍କୁଲ ଆସିଥିଲେ। ଅନେକ ସ୍କୁଲରେ ଦଶମ ଏବଂ ଦ୍ଵାଦଶ ଶ୍ରେଣୀରେ ୧୦ ପ୍ରତିଶତ ପିଲା ମଧ୍ୟ ଆସିନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.