ନଭେମ୍ବର ୨ରେ ଖୋଲିବ ସ୍କୁଲ, ରାଜ୍ୟ ସରକାର ଅକ୍ଟୋବର ୫ରୁ ଛାତ୍ର-ଛାତ୍ରୀଙ୍କୁ ବାଣ୍ଟିବେ ଡ୍ରେସ୍ ଓ ଷ୍ଟଡି କିଟ୍

Published By : Prameya-News7 Bureau | September 30, 2020 IST

ହାଇଦ୍ରାବାଦ ୩୦।୦୯: ଆନ୍ଧ୍ର ପ୍ରଦେଶ ସରକାର ନଭେମ୍ବର ୨ରୁ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜ୍ୟରେ ଅକ୍ଟୋବର ୫ରେ ଛାତ୍ର-ଛାତ୍ରୀଙ୍କୁ କିଟ୍ ବିତରଣ କରାଯିବ। ଯଦ୍ଵାରା ବିଦ୍ୟାର୍ଥୀ ସ୍କୁଲ ଖୋଲିବା ପୂର୍ବରୁ ନିଜର ସ୍କୁଲ ୟୁନିଫର୍ମ ପ୍ରସ୍ତୁତ କରି ପାରିବେ। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଅନୁଯାୟୀ ପ୍ରତି କିଟ୍‌ରେ ତିନି ଯୋଡା ପୋଷାକ, ପାଠ୍ୟପୁସ୍ତକ, ନୋଟ୍‌ବୁକ୍, ଏକ ଯୋଡା ଯୋତା, ଦୁଇ  ଯୋଡା ମୋଜା, ବେଲ୍‌ଟ ଓ ଗୋଟିଏ ସ୍କୁଲ ବ୍ୟାଗ ରହିଛି।

ସରକାର ଅକ୍ଟୋବର ୫ରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ରାଜ୍ୟରେ କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖିଥିଲେ। ଏବେ ନଭେମ୍ବର ୨ରୁ ଶିକ୍ଷାନୁଷ୍ଠାନ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଓ୍ଵାଇଏସ ଜଗନମହୋନ ରେଡ୍ଡୀ ମଙ୍ଗଳବାର ଆୟୋଜିତ ସ୍ପନ୍ଦନା ଭିଡିଓ କନଫରେନ୍ସିଂ ସମୟରେ କହିଛନ୍ତି ସ୍କୁଲ ନଭେମ୍ବରରେ ଖୋଲାଯିବ।

ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ଯଥା ଶୀଘ୍ର କାମ ପୂରା କରିବା ପାଇଁ ନାଡୁ-ନେଦୁର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଉପରେ ଧ୍ୟାନ କେନ୍ଦ୍ରିଭୂଥ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି  ଯୋଜନା ଆଧାରରେ ବିଦ୍ୟାଳୟରେ ପ୍ରଥମରୁ ଷଷ୍ଠ ଶ୍ରେଣୀର ଛାତ୍ର-ଛାତ୍ରୀଙ୍କ ପାଇଁ ସ୍ଵତନ୍ତ୍ର ଇଂରାଜୀ ଶିକ୍ଷା ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟ ପାଇଁ ୧୫,୭୧୫ ସ୍କୁଲର ଚିହ୍ନଟ କରାଯାଇଛି। ଏହି ସ୍କୁଲ ଗୁଡିକରେ ୧୦ ସୁବିଧା ପ୍ରଦାନ କରାଯିବ। ଏ ପର୍ଯ୍ୟନ୍ତ ମୋଟ୍ ୧୫,୭୧୫ ବିଦ୍ୟାଳୟରୁ ୧୫,୫୬୨ ବିଦ୍ୟାଳୟରେ କାମ ଜାରି ରହିଥିବା ବେଳେ ୧୫୩ ବିଦ୍ୟାଳୟରେ କାମ ଆରମ୍ଭ ହେବା ବାକି  ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.