Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହଙ୍ଗା ହେଲା ପ୍ଲାଟଫର୍ମ ଟିକେଟ୍, ପୂର୍ବାପେକ୍ଷା ୩ ଗୁଣା ବଢିଲା ଦାମ୍
  • ||
  • ଭିଜିଲାନ୍ସ ପଞ୍ଝାରେ କିରାଣୀ, ମୃତ୍ୟୁ ପ୍ରମାଣପତ୍ର ପାଇଁ ନେଉଥିଲେ ୬୦୦ ଟଙ୍କା ଲାଞ୍ଚ
  • ||
  • ଆଜି ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ, ପୁରସ୍କୃତ ହେବେ ଶ୍ରେଷ୍ଠ-୧୪ ପ୍ରତିଭାଦୀପ୍ତ ମହିଳା
  • ||
  • ଆଜି ସନ୍ଧ୍ୟାରେ ନ୍ୟୁଜ୍ ସେଭେନ୍ ସର୍ଟଫିଲ୍ମ କଣ୍ଟେଷ୍ଟ୍ ‘ସୋ-କେଶ୍ ୨୦୨୦’ର ପୁରସ୍କାର ବିତରଣୀ, ୧୨ଟି ବର୍ଗରେ ରହିଛି ପୁରସ୍କାର
  • ||
  • ଇଂଲଣ୍ଡ ବ୍ୟାଟିଂରେ ଭନ୍ ନିରାଶ, କହିଲେ- ‘ପିଚ୍ ଭଲ ଥିଲା କିନ୍ତୁ ଖେଳି ପାରିଲେ ନାହିଁ’
  • ||
  • ସୁନ୍ଦରଗଡ଼ : ନଦୀ ପଠାରେ ପଡିଛି ଶରୀରର ବିଭିନ୍ନ କଟା ଅଂଶ, ହତ୍ୟା ପରେ ଫିଙ୍ଗାଯାଇଛି !
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||

ସେପ୍ଟେମ୍ବର ୨୮ରୁ ଖୋଲିବ ସମସ୍ତ ସ୍କୁଲ, ଏହି ରାଜ୍ୟ ଜାରି କଲା ଗାଇଡଲାଇନ୍

22/09/2020 at 3:37 PM

ପାଟନା, ୨୨|୦୯: କରୋନା ମହାମାରୀ ପାଇଁ ବିଭିନ୍ନ ରାଜ୍ୟରେ ସ୍କୁଲ କଲେଜ ବନ୍ଦ ରହିଛି । ତେବେ ବିହାରରେ ସେପ୍ଟେମ୍ବର ୨୮ରୁ ସ୍କୁଲ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ସରକାରଙ୍କ ଏହି ନିଷ୍ପତ୍ତିରେ ପିଲାମାନେ ସପ୍ତାହରେ ୨ ଦିନ ସ୍କୁଲ ଆସିବେ । ଏହି ସମୟରେ ୫୦ ପ୍ରତିଶତ ଶିକ୍ଷକ ଓ ସ୍କୁଲ କର୍ମଚାରୀ ବିଦ୍ୟାଳୟକୁ ଆସିବେ । ସରକାର ଏହି ନିର୍ଦ୍ଦେଶ ଉଭୟ ସରକାରୀ ଓ ଘରୋଇ ସ୍କୁଲ ପାଇଁ ଲାଗୁ କରିଛନ୍ତି ।

ସରକାରଙ୍କ ନିଷ୍ପତ୍ତି ଅନୁସାରେ, ୩୦ ପ୍ରତିଶତ ଛାତ୍ରଛାତ୍ରୀ ଦୈନିକ ସ୍କୁଲ ଆସିବେ । କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ର ହିଁ ବିଦ୍ୟାଳୟରେ ଅଧ୍ୟୟନ କରିବେ । ଆହୁରି ମଧ୍ୟ ନବମରୁ ଦଶମ ଶ୍ରେଣୀର ଜଣେ ଛାତ୍ର ସପ୍ତାହକୁ ମାତ୍ର ୨ ଦିନ ସ୍କୁଲ ଆସିବେ । କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ଏସଓପି ଅନୁସାରେ ପିଲାମାନେ ସ୍କୁଲ ଯିବେ ଓ ଅଧ୍ୟୟନ କରିବେ ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରୀ ଅନଲକ୍ ୪ ଗାଇଡଲାଇନରେ ସେପ୍ଟେମ୍ବର ୨୧ରୁ ୯ମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ସ୍କୁଲ ଯିବା ପାଇଁ ଅନୁମତି ମିଳିଥିଲା ।

ସ୍କୁଲ ଯାଉଥିବା ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଗାଇଡଲାଇନ୍ ପାଳନ କରିବାକୁ ହେବ । ସାମାଜିକ ଦୂରତାକୁ ଧ୍ୟାନ ଦେବାକୁ ପଡିବ । ଏବେ ପ୍ରାକ୍ଟିକାଲ କ୍ସାସେ ହେବ ନାହିଁ । ସ୍କୁଲରେ ପିଲାମାନେ ମାସ୍କ ପିନ୍ଧି ବସିବେ । ଏହାସହ ହାତକୁ ବାରମ୍ବାର ସାନିଟାଇଜ୍ କରିବାକୁ ହେବ । ଏହାସହ ଛାତ୍ରଛାତ୍ରୀଙ୍କ ଅମ୍ଳଜାନ ସ୍ତର ମାପିବା ପାଇଁ ଅକ୍ସିମିଟର୍‌ର ବ୍ୟବସ୍ଥା ମଧ୍ୟ ରହିବ ।

   Related Posts