ନଭେମ୍ବରରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ-କଲେଜ୍‌, ହାଫ୍‌ ଡେ ସହ ଦୁଇ ଦିନରେ ଥରେ ହେବ କ୍ଲାସ୍

Published By : Prameya-News7 Bureau | October 29, 2020 IST

ଅମରାବତୀ  ୨୯/୧୦: କରୋନା ମହାମାରୀକୁ ନଜରରେ ରଖି  ଦେଶର ସମସ୍ତ ସ୍କୁଲ୍‌ ଓ କଲେଜ୍‌ ବନ୍ଦ ଥିଲା। ଲକ୍‌ଡାଉନ୍‌ ହଟିଲା ପରେ ଧିରେ ଧିରେ ଦେଶ ଅନ୍‌ଲକ୍‌ ହେଉଛି। ବିଭିନ୍ନ ସର୍ତ୍ତ ସହ ସ୍କୁଲ, କଲେଜ୍‌ ଖୋଲିବାକୁ ନିଷ୍ପତ୍ତି ନେଉଛନ୍ତି ରାଜ୍ୟ। ନଭେମ୍ବର ୨ରୁ ରାଜ୍ୟର ସମସ୍ତ ସ୍କୁଲ୍‌ ଓ କଲେଜ୍‌ ଖୋଲିବା ନେଇ ଆନ୍ଧ୍ରପ୍ରଦେଶ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ତେବେ କେରୋନା ନବ୍ୟାପିବା ପାଇଁ ସମସ୍ତ ପ୍ରକାର ନିୟମର ପାଳନ କରାଯିବ । ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ନୀଲମ ସହାନି ସ୍କୁଲ୍‌, କଲେଜ୍‌ ଖୋଲିବା ନେଇ ବିଜ୍ଞପ୍ତି ଜାରି କରିଛନ୍ତି।

ବିଜ୍ଞପ୍ତି ଅନୁସାରେ ନଭେମ୍ବର ୨ରୁ ସ୍କୁଲ୍‌ କଲେଜ୍‌ ଖୋଲିବ। ନବମ, ଦଶମ, +୨ ପ୍ରଥମ ଓ ଦ୍ବିତୀୟ ବର୍ଷର କ୍ଲାସ୍‌ ଦୁଇ ଦିନରେ ଥରେ ହେବ। ଏ ସମସ୍ତ କ୍ଲାସ୍‌ ସକାଳ ସମୟରେ ଚାଲିବ। ୨ ନଭେମ୍ବରରୁ କଲେଜ୍‌ ଖୋଲିବ । +୩ ସମେତ ଅନ୍ୟ ଉଚ୍ଚ ଶ୍ରେଣୀର କ୍ଲାସ୍‌ ରୋଟେସନ୍‌ ପଦ୍ଧତିରେ ଚାଲିବ। ସେପଟେ ଷଷ୍ଠ, ସପ୍ତମ, ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ନଭେମ୍ବର ୨୩ରେ ସ୍କୁଲକୁ ଆସିବାକୁ ଥିବା ବେଳେ ପ୍ରଥମ, ଦ୍ବିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ୧୪ ଡିସେମ୍ବରରୁ ଆରମ୍ଭ ହେବ। ଏହିସବୁ କ୍ଳାସ୍‌ ହାଫ୍‌ ଡେ ସହ ଦୁଇ ଦିନରେ ଥ​‌ରେ ହେବ।

ଏହା ପୂର୍ବରୁ ଅକ୍ଟୋବର ୫ରେ ସ୍କୁଲ୍‌ କଲେଜ୍‌ ଖୋଲିବା ନେଇ ଆନ୍ଧ୍ର ସରକାର ସ୍ଥିର କରିଥିଲେ। ପରେ ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଇବାରୁ ନିଷ୍ପତ୍ତି ବଦଳାଇଥିଲେ ସରକାର। ତେବେ କେନ୍ଦ୍ର ଗୃହମନ୍ତ୍ରାଳୟ ଅନଲକ୍‌ ଘୋଷଣା କରିବା ବେଳେ ସ୍କୁଲ୍‌, କଲେଜ୍‌ ଧିରେ ଧିରେ ଖୋଲିବାକୁ ଅନୁମତି ଦେଇଥିଲା। ପରେ ଆନ୍ଧ୍ର ସରକାର ଏନେଇ ପ୍ରସ୍ତୁତି ଆରମ୍ଭ କରିଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.