ଟ୍ରେନ୍ରୁ ତଳେ ପଡି ଯୁକ୍ତ ତିନି ମେଧାବୀ ଛାତ୍ରଙ୍କ କଟିଗଲା ଗୋଡ ; ସ୍ବପ୍ନ ପୂରଣ ନେଇ ଚିନ୍ତାରେ ଛାତ୍ର
7/09/2018 at 4:40 PM

ବ୍ରହ୍ମପୁର ୭/୯ : ସ୍ବପ୍ନ ଥିଲା ଉଚ୍ଚ ଆଶା। ପାଠ ପଢିବି ଆଉ ଭବିଷ୍ୟତରେ ଡାକ୍ତର ହେବି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା. ସ୍ବାସ୍ଥ୍ୟ ସେବାର ଅଭାବକୁ ହୃଦୟଙ୍ଗମ କରି ଆଗକୁ ବଢିଥିଲା ମେଧାବୀ ଛାତ୍ର ଜଣକ। ହେଲେ ଟ୍ରେନ୍ରେ ଯାତାୟାତ କରିବା ଆଦିବାସୀ ମେଧାବୀ ଛାତ୍ରଙ୍କ ପାଇଁ ମହାଙ୍ଗା ପଡିଲା।
ଆଦିବାସୀ ମେଧାବୀ ଛାତ୍ର ଜଣକ ହେଲେ ସନ୍ତୋଷ ଶବର। ବାପା ସୁବାଷ ଶବର। ପରିବାରରେ ୪ପୁଅ, ୨ଝିଅଙ୍କ ମଧ୍ୟରେ ସନ୍ତେଷ ହେଉଛନ୍ତି ବଡ ପୁଅ। ରାୟଗଡା ଜିଲ୍ଲା ଗୁଣୁପୁର ବ୍ଳକ୍ର ପୁଟାସିଂ ଥାନା ଅନ୍ତର୍ଗତ ଆଙ୍ଗିରିସିଂ ଗାଆଁର ସନ୍ତେଷ ଶବର। ଉଚ୍ଚଶିକ୍ଷା ଆଶାରେ କାଶୀନଗର ଏକ ଘରୋଇ କଲେଜ୍ରେ ଯୁକ୍ତ ତିନି ବିଜ୍ଞାନ ଦ୍ବିତୀୟ ବର୍ଷ ଛାତ୍ର। ଗୁଣୁପୁରକୁ ନୋଟ୍ ବୁକ୍ ଆଣିବାକୁ ଯାଇ ଟ୍ରେନ୍ରେ କାଶୀନଗର ଫେରୁଥିବା ବେଳେ ଓହ୍ଳାଇବା ବେଳେ ଦୁଃର୍ଘଟଣାର ଶୀକାର ହୋଇଥିଲେ ସନ୍ତୋଷ। ଦୁଇ ଗୋଡକୁ ଲାଗିଥିଲା ଜୋର ଆଘାତ। ଗତ ୨ ତାରିଖରେ ଦୁଃର୍ଘଟଣାର ଶୀକାର ହୋଇଥିବା ବେଳେ ଏବେ ସେ ବ୍ରହ୍ମପୁର ବଡ ମେଡିକାଲ୍ରେ ଚିକିତ୍ସିତ ହେଉଛନ୍ତି। ବାମ ଗୋଡ କାଟି ଦେଇଥିବା ବେଳେ ଡାହାଣ ଗୋଡ ମଧ୍ୟ ଗୁରୁତର ହୋଇଛି। ଗରୀବ ମେଧାବୀ ଛାତ୍ର ଜଣକ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ସେବା କରିବା ଲକ୍ଷ୍ୟ ରଖିଥିଲେ। କିନ୍ତୁ ଏବେ ଗୋଡ ହରାଇ ସ୍ବପ୍ନର ବାସ୍ତବ ରୂପକୁ ନେଇ ଚିନ୍ତାରେ ଥିବା ଚାତ୍ର ଜଣକ କହିଛନ୍ତି।
ଗରୀବ ପରିବାର ହେତୁ ପୁଅର ଚିକିତ୍ସା କରିବା କଷ୍ଟକର ହୋଇପଡୁଛି ବୋଲି କହିଛନ୍ତି ସନ୍ତେଷର ବାପା ସୁବାଷ ଶବର। ଡାକ୍ତର ହେବାକୁ ପୁଅ ସ୍ବପ୍ନ ଦେଖିଥିଲା। କିନ୍ତୁ ଗୋଡ ହରାଇ ପୁଅ ସଂପୂର୍ଣ୍ଣ ଭାଙ୍ଗି ପଡିଛି। ସାହାର୍ଯ୍ୟ ସହଯୋଗ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ସନ୍ତେଷଙ୍କ ପରିବାରବର୍ଗ। ସେପଟେ ବ୍ରହ୍ମପୁରର ବ୍ୟବସାୟୀ ଜଣକ ମାନବିକତାର ପରିଚୟ ଦେଇ ଚିକିତ୍ସା ପାଇଁ କିଛି ଅର୍ଥ ସାହାର୍ଯ୍ୟ କରିଥିବା କହିଛନ୍ତି। ଅନ୍ୟମାନଙ୍କୁ ମଧ୍ୟ ସାହାର୍ଯ୍ୟ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।