Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଅକ୍ଟୋବରରୁ ଖୋଲିପାରେ ପ୍ରାଥମିକ ବିଦ୍ୟାଳୟ ! ପୂଜା ପୂର୍ବରୁ କ୍ୟାମ୍ପସ ସଫେଇ ସାରିବାକୁ ନିର୍ଦ୍ଦେଶ

20/09/2021 at 10:02 AM

ଭୁବନେଶ୍ୱର ୨୦/୦୯: ଅକ୍ଟୋବରରେ ଖୋଲିପାରେ ପ୍ରାଥମିକ ବିଦ୍ୟାଳୟ । ଗତ ମାସକ ମଧ୍ୟରେ କରୋନା ସଂକ୍ରମଣ ବହୁ ପରିମାଣରେ ହ୍ରାସ ପାଇଥିବାରୁ ଏଭଳି ପଦକ୍ଷେପ ନେବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜୁଅର ବା ଏସଓପି ତିଆରି ଚାଲିଛି । ଆସନ୍ତା ୧୫ ଦିନ ମଧ୍ୟରେ ଯଦି କରୋନା ସଂକ୍ରମଣ ଆଉ ବୃଦ୍ଧି ନ ହୁଏ ତେବେ ଅକ୍ଟୋବର ପ୍ରଥମ ସପ୍ତାହ କିମ୍ବା ଦଶହରା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବ ।

ଦଶହରା ପୂର୍ବରୁ କ୍ୟାମ୍ପସ ସଫେଇ ଉପରେ ଗୁରୁତ୍ବ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଡିଇଓ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଡିପିସି ଓ ଡିଇଓଙ୍କୁ କୁହାଯାଇଛି । କ୍ୟାମ୍ପସ ସହ କ୍ଲାସରୁମ୍ ସଫେଇ ଉପରେ ପ୍ରାଥମିକତା ଦେବାକୁ ପ୍ରଧାନଶିକ୍ଷକଙ୍କୁ ପରାମର୍ଶ ଦେବାକୁ କୁହାଯାଇଛି । ପ୍ରାଥମିକ ବିଦ୍ୟାଳୟ ଖୋଲିବା ସପକ୍ଷରେ ବିଶେଷଜ୍ଞମାନେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲେଣି ।

ସେମାନଙ୍କ କହିବା କଥା ହେଉଛି ଯେ ଛୋଟ ପିଲାଙ୍କୁ ଟିକାକରଣ ପର୍ଯ୍ୟନ୍ତ ଅପେକ୍ଷା କରିବା ଅନୁଚିତ। ଛୋଟ ପିଲାଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ରହିଛି। କରୋନା ମୁକାବିଲାରେ ସେମାନେ ସକ୍ଷମ । ତେଣୁ ପିଲାଙ୍କୁ କରୋନା ପାଇଁ ପାଠପଢାରୁ ବଞ୍ଚିତ କରାଯିବା ଅନୁଚିତ । ଯାହାକୁ ଆଧାର କରି ରାଜ୍ୟ ସରକାର ବିଚାରବିମର୍ଶ ଚଲାଇଛନ୍ତି।

   Related Posts