ଦୀର୍ଘ ୯ମାସ ପରେ କାଲିଠୁ ଖୋଲିବ ସ୍କୁଲ୍: ସରକାରଙ୍କ ଏସ୍ଓପି ଅନୁସାରେ ସରିଛି ସବୁ ପ୍ରସ୍ତୁତି
7/01/2021 at 6:00 PM

ଭୁବନେଶ୍ବର୭/୧: ଦୀର୍ଘ ୯ମାସର ଛୁଟି ପରେ କାଲିଠୁ ସ୍କୁଲ ଖୋଲିବ। ଅନଲାଇନ ଛାଡି ଅଫଲାଇନରେ ପାଠ ପଢ଼ିବେ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀ। ସରକାର ଜାରି କରିଥିବା ଏସଓପି ଅନୁସାରେ ସ୍କୁଲକୁ ପ୍ରସ୍ତୁତ କରାରଯାଇଛି। ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ରକ୍ଷା ପାଇଁ ସ୍କୁଲ ପରିସର ସାନିଟାଇଜ ଠାରୁ ଆରମ୍ଭ କରି କ୍ଲାସ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହାର ସମୀକ୍ଷା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଏପଟେ ଶିକ୍ଷକ ଓ ଛାତ୍ରଛାତ୍ର ଉତ୍ସାହ ଦେଖିବାକୁ ମିଳିଛି। ଏହା ସହିତ ସ୍କୁଲରେ କିପରି ଛାତ୍ରଛାତ୍ରୀମାନେ ସମାଜିକ ଦ୍ବରତ୍ବ ରକ୍ଷା କରିବେ ସେଥିପାଇଁ ଅଧିକ ପ୍ରଧାନ୍ୟ ଦେଉଛନ୍ତି ସ୍କୁଲ କର୍ତ୍ତପକ୍ଷ।
କାଲିଠୁ ଖୋଲିବ ସ୍କୁଲ । ପ୍ରସ୍ତୁତ ସ୍କୁଲ ଓ ଛାତ୍ରଛାତ୍ରୀ। ଆରମ୍ଭ ହେବ ପାଠ ପଢ଼ା ଚ୍ୟାଲେଞ୍ଜ। ଦୀଘ ୯ମାସ ପରେ ସ୍କୁଲରେ ପାଦ ଥାପିବେ ଛାତ୍ରଛାତ୍ରୀ। ଆରମ୍ଭ କରିବେ ପାଠପଢ଼ା। କରୋନା ଠାରୁ ଛାତ୍ରଛାତ୍ରୀଙ୍କୁ ଦୂରେଇ ରଖିବା ପାଇଁ ସରକାର ଜାରି କରିଥିବା ଏସଓପି ଅନୁସାରେ ସବୁ ସ୍କୁଲକୁ ପ୍ରସ୍ତୁତ କରାଯାଇଛି। ସ୍କୁଲ ପରିସର ଓ କ୍ଲାସ ରୁମକୁ ସାନିଟାଇଜ କରାଯାଇଛି। ସ୍କୁଲରେ ଛାତ୍ରଛାତ୍ର ପ୍ରବେଶ କରିବା ସମୟରେ ହାତ ସାନିଟାଇଜ କରି ଛାଡିବା ଜଶେ ଶିକ୍ଷକ ସ୍କୁଲ ଗେଟ ପାଖରେ ଉପସ୍ଥିତ ରହିବେ।
ଏହା ସହିତ କ୍ଲାସ ରୁମକୁ ପ୍ରବେଶ ସମୟରେ ମଧ୍ୟ ଜଣେ ଶିକ୍ଷକ ଉପସ୍ଥିତି ରହି ଛାତ୍ରଛାତ୍ର ହାତ ସାନଟାଇଜ କରି ଭିତରକୁ ଛାଡିବେ। ପ୍ରତି କ୍ଲାସରେ ୫ ଫୁଟ ଦୁରତରେ ଛାତ୍ରଛାତ୍ରୀ ବସିବେ। ଗୋଟିଏ କ୍ଲାସରେ ୨୦ ଜଣ ଛାତ୍ରଛାତ୍ରୀ ବସିବେ। ଏହା ସହିତ ସାବୁନରେ ହାତ ଧୋଇବା ପାଇଁ ବ୍ୟବସ୍ଥା କରାଯାଇଛି। ସରକାର ଜାରି କରିଥିବା ଏସଓପି ଅନୁସାରେ ସ୍କୁଲ ସାନିଟାଇଜ କରିବା ସହ ସମସ୍ତ ବ୍ୟବସ୍ଥା ହୋଇଛି କି ନାହିଁ ସ୍କୁଲ ପରିଦର୍ଶନ କରି ତାର ସମୀକ୍ଷା କରିଛନ୍ତି ଗଣ ଶିକ୍ଷା।
ରାଜ୍ୟରେ ୧୦ହଜାର୧୮ଟି ସ୍କୁଲ ରହିଛି। ସେଥି ମଧ୍ୟରୁ ୮ହଜାର ସରାକାରୀ ସ୍କୁଲ ୨୦୧୮ଟି ବେସରକାରୀ ସ୍କୁଲ। ଏହି ମାନଙ୍କରେ ଏସଓପି ଅନୁସାରେ ସମସ୍ତ ବ୍ୟବସ୍ଥା ହୋଇଛି କି ନାହିଁ ତାର ଅନୁଧ୍ୟାନ କରିବା ପାଇଁ ସବୁ ଜିଲ୍ଲାରେ ଜଣେ ନୋଡାଲ ଅଫିସର ନିଯୁକ୍ତି କରାଯାଇଛି। ଏପଟେ ଦୀର୍ଘ ଦିନ ଦିନ ପରେ ସ୍କୁଲ ଖୋଲିଥିବା ଶିକ୍ଷକ ଓ ଅବିଭାବକ ମହଲରେ ଉତ୍ସାହ ଦେଖିବାକୁ ମିଳିଛି। ସ୍କୁଲରେ ଯେପରି ଛାତ୍ରଛାତ୍ରୀଙ୍କ ମଧ୍ୟ ସମାଜିକ ଦ୍ବରତ୍ବ ରହିବ ସେଥିପାଇଁ ଶିକ୍ଷକ ମାନେ ଅଧିକ ଧ୍ୟାନ ଦେଇଛନ୍ତି।
ଦଶମ ଓ ଦ୍ବାଦଶ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରୁସ୍ତୁତ କରିବାକୁ ଶିକ୍ଷକଙ୍କୁ ୧୦୦ ଦିନର ଟାର୍ଗେଟ ଦିଆଯାଇଛି। କାରଣ ବର୍ଷକର କୋର୍ସ ଏହି ଟାର୍ଗେଟ ଦିନ ରେ ସାରି ପରୀକ୍ଷା ପାଇଁ ପ୍ରସ୍ତୂତ କରିବାକୁ ପଡିବ। ଏହି ୧୦୦ ଦିନ ଏବେ ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି।