ସ୍କୁଲ ନେବ ନାହିଁ ଫି : ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଆଶ୍ୱସ୍ତି, କଂଗ୍ରେସ ସରକାରଙ୍କ ଆସିଲା ନିର୍ଦ୍ଦେଶ

Published By : Prameya-News7 Bureau | July 26, 2020 IST

ଚଣ୍ଡିଗଡ, ୨୬|୦୭: ବିଭିନ୍ନ ରାଜ୍ୟରେ କରୋନା ଭାଇରସ ପାଇଁ ସ୍କୁଲ ଓ କଲେଜ ବନ୍ଦ ରହିଛି । ଛାତ୍ରଛାତ୍ରୀ ଏପରିକି ଅଭିଭାବକମାନେ ମଧ୍ୟ ସ୍କୁଲ ଫି ଛାଡ ହେଉ ବୋଲି ଚାହୁଁଛନ୍ତି । ଏହାମଧ୍ୟରେ ପଞ୍ଜାବ ସରକାର ଛାତ୍ରଛାତ୍ରୀଙ୍କୁ ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଶନିବାର ରାଜ୍ୟରେ ସରକାରୀ ସ୍କୁଲ କୋଭିଡ୍ ସଙ୍କଟ କାରଣରୁ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଫି ଛାଡ କରିବେ ବୋଲି କହିଛନ୍ତି । ଛାତ୍ରଛାତ୍ରୀଙ୍କଠାରୁ କୌଣସି ଆଡମିସନ୍ ଫି, ରି ଆଡମିସନ ଫି ଓ ଟ୍ୟୁସନ୍ ଫି ନିଆଯିବ ନାହିଁ ବୋଲି ସେ କହିଛନ୍ତି ।

ତେବେ ଘରୋଇ ସ୍କୁଲ ଫି ଛାଡ କରିବେ ନା ନାହିଁ ଏନେଇ କୋର୍ଟରେ ମାମଲା ଚାଲିଛି । ତେବେ ସରକାରୀ ସ୍କୁଲରେ ବର୍ଷ ସାରା କୌଣସି ଫି ନିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଓପନ ସ୍କୁଲ ନିୟମରେ ୩୧ ହଜାର ଦଶମ ଶ୍ରେଣୀ ଛାତ୍ରଙ୍କୁ ଏକାଦଶ ଶ୍ରେଣୀକୁ ଉତ୍ତୀନ୍ନ କରିଛନ୍ତି । କରୋନା ଭାଇରସ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

ଶନିବାର ଅମରିନ୍ଦର ଏବାବଦରେ ଘୋଷଣା କରିଛନ୍ତି । ସେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୯୮ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ୩୩୫ ଛାତ୍ରଛାତ୍ରୀଙ୍କୁ ୫୧୦୦ ଲେଖାଏଁ ପୁରସ୍କାର ରାଶି ଦେବେ ବୋଲି ଘୋଷଣା କରିଛନ୍ତି । ଏପରିକି ଫି ଦେଇନଥିଲେ କୌଣସି ସ୍କୁଲ ଛାତ୍ରଛାତ୍ରୀଙ୍କୁ ବାହାର କରିପାରିବେ ନାହିଁ ବୋଲି ମଧ୍ୟ ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.