ସମ୍ବଲପୁର ରେ ସ୍କୁଲ ଭ୍ୟାନ୍ ଦୁର୍ଘଟଣା ; ୮ ଛାତ୍ର ଗୁରୁତର

Published By : Prameya-News7 Bureau | July 11, 2018 IST

ସମ୍ବଲପୁର ଅଇଁଠା ପାଲି ଥାନା ଅନ୍ତର୍ଗତ ଅମ୍ବିରାନଗର ନିକଟରେ ସ୍କୁଲ ଭ୍ୟାନ୍ ଦୁର୍ଘଟଣା ହୋଇ ୮ ଛାତ୍ର ଗୁରୁତର ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବାର ଜଣା ପଡ଼ିଛି। ଆଜି ସକାଳୁ ସ୍କୁଲ ଭେନ ଟି ଛାତ୍ର ଛାତ୍ରୀ ଙ୍କୁ ନେଇ ସେଣ୍ଟ ଜୋସେଫ ସ୍କୁଲ କୁ ଯାଉଥିବାବେଳେ ଅମ୍ବିରାନାଗର ନିକଟରେ ଏକ ଭାରି ଯାନ କୁ ପଛ ପଟୁ ଧକ୍କା ଦେଇଥିଲା। ଏହା ପରେ ଡ୍ରାଇଭର ଫେରାର ହୋଇଯାଇଥିଲେ। ସ୍ତାନୀୟ ଲୋକେ ଆହତ ଛାତ୍ର ଛାତ୍ରୀ ଙ୍କୁ ଜିଲା ସରକାରୀ ମୂଖ୍ୟ ଚିକିତ୍ସା ଲୟରେ ଭର୍ତି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.