ପୁରୀରେ ଟ୍ରକକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ସ୍କୁଲ ଭ୍ୟାନ ; ଜଣେ ଶିକ୍ଷୟତ୍ରୀ ମୃତ, ୫ ଆହତ

Published By : Prameya-News7 Bureau | October 13, 2018 IST

ପୁରୀ ୧୩/୧୦ : ପୁରୀ-ବ୍ରହ୍ମଗିରି ରାସ୍ତାର ଜଗନ୍ନାଥ ସଡ଼କ ଛକରେ ସ୍କୁଲ ଗାଡ଼ି ଦୁର୍ଘଟଣାଗସ୍ତ ହୋଇଛି । ଏହି ଦୁର୍ଘଟଣାରେ ଜଣେ ଶିକ୍ଷୟତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତା ଶିକ୍ଷୟତ୍ରୀ ଜଣକ ହେଉଛନ୍ତି ପୁରୀ ମାର୍କଣ୍ତେଶ୍ୱର ସାହିର ଦାମିନୀ ପୃଷ୍ଟି। ଗୁରୁତର ଆହତ ଲିପସା ମହାନ୍ତି, ପୂର୍ଣ୍ଣିମା ପ୍ରଧାନ, ଜୟପ୍ରଦା ରଥ, କମଳେଶ ଉପାଧ୍ୟାୟ ଓ ପ୍ରଫୁଲ‌୍ଲଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ସ୍କୁଲ ଗାଡ଼ିରେ ବେଣ୍ଟପୁର ଜାଭିୟର ସ୍କୁଲର ୮ ଜଣ ଶିକ୍ଷକ, ଶିକ୍ଷୟତ୍ରୀ ସ୍କୁଲକୁ ଯାଉଥିବା ବେଳେ ଜଗନ୍ନାଥ ସଡ଼କ ଛକରେ ଏକ ବାଇକ୍ ଓଭରଟେକ୍ କରିବାରୁ ସ୍କୁଲ ଗାଡ଼ିଟି ଏକ ଟ୍ରକ ସହ ଧକ୍କା ଦେଇ ରାସ୍ତା ତଳକୁ ଖସିପଡ଼ିବାରୁ ଘଟଣାସ୍ଥଳରେ ଦାମିନୀଙ୍କ ମୃତ୍ୟୁ ଘଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.