୫ବର୍ଷର ଛାତ୍ରୀ ସହ ଅସଦାଚରଣ କରୁଥିଲା ସ୍କୁଲ ଭ୍ୟାନ୍ ଡ୍ରାଇଭର, ପରିବାରଲୋକଙ୍କ ଅଭିଯୋଗ ପରେ ଗିରଫ ହେଲା ଅଭିଯୁକ୍ତ

Published By : Prameya-News7 Bureau | October 24, 2018 IST

ନୂଆଦିଲ୍ଲୀ ୨୪|୧୦: ଦିଲ୍ଲୀ ପୋଲିସ ୫ବର୍ଷର ଶିଶୁ ସହ ଅସଦାଚରଣ କରିବା ଅଭିଯୋଗରେ ସ୍କୁଲ ଭ୍ୟାନ୍ ଡ୍ରାଇଭରକୁ ଗିରଫ କରିଛି । ଅଭିଯୁକ୍ତ ଡ୍ରାଇଭର ଶିଶୁଟିକୁ ସ୍କୁଲରୁ ଘରେ ଛାଡିବା ବେଳେ ତା ସହ ଅସଦାଚରଣ କରିଥିଲା । ସୂଚନା ଅନୁସାରେ ଅଭିଯୁକ୍ତ ଶିଶୁଟିକୁ ଜବରଦସ୍ତି ତା କୋଳରେ ଆଣି ବସାଉଥିଲା । ଆପତ୍ତିଜନକ ଭାବେ ତାକୁ ଛୁଉଁଥିଲା । ସୂଚନା ଅନୁସାରେ ଶିଶୁଟି ଦକ୍ଷିଣପଶ୍ଚିମ ଦିଲ୍ଲୀର ଶାହବାଦ ଡେରିରେ ତା ବାପା ମାଆଙ୍କ ସହ ରହୁଥିଲା । ଗତ ଦୁଇ ମାସ ହେବ ଶିଶୁଟି ଏକା ଏକା ରହୁଥିଲା ଏବଂ କାହା ସହ ବେଶୀ  କଥାବାର୍ତ୍ତା ମଧ୍ୟ କରୁନଥିଲା । ସୋମବାର ଦିନ ଯେତେବେଳେ ଶିଶୁଟିର ମାଆ ତାକୁ ସ୍କୁଲ ଯିବା ପାଇଁ ଡାକିଥିଲେ ସେତେବେଳେ ସେ ସ୍କୁଲ ଯିବା ପାଇଁ ମନା କରିଥିଲା । ମାଆ ତାକୁ ସ୍କୁଲ କଣ ପାଇଁ ଯିବୁନାହିଁ ବୋଲି ପଚାରିବାରୁ ସେ ସବୁ ଘଟଣା ମାଆଙ୍କୁ କହିଥିଲା । ଶିଶୁଟି କହିଥିଲା ଯେ, ସ୍କୁଲ ଭ୍ୟାନ୍ ର ଡ୍ରାଇଭର ତାକୁ ଜବରଦସ୍ତି ତା କୋଳରେ ଆଣି ବସାଉଥିଲା । ଆପତ୍ତିଜନକ ଭାବେ ତାକୁ ଛୁଉଁଥିଲା । କିଛି ଦିନ ହେଲା ତାକୁ ଏଭଳି ଅସଦାଚାରଣ କରୁଥିଲା । ସବୁ ଛୁଆଙ୍କୁ ଘରେ ଛାଡିବା ପରେ ସେ ତା ସହ ଏଭଳି କାମ କରୁଥିଲା । ଅଭିଯୁକ୍ତ ତାକୁ ଏହି ଘଟଣା ସମ୍ବନ୍ଧରେ କାହାରିକୁ କହିବା ପାଇଁ ମଧ୍ୟ ମନାକରିଥିଲା । ଶିଶୁଠାରୁ ସବୁ ଘଟଣା ଶୁଣିବା ପରେ ବାପା ମାଆ ତାକୁ ହସ୍ପିଟାଲ ନେଇଯାଇଥିଲେ ।ହସ୍ପିଟାଲରେ ଡାକ୍ତର କହିଥିଲେ ଯେ, ଶିଶୁ ସହ ଯୌନ ଉତ୍ପୀଡନ ହୋଇଛି । ତା ବ୍ୟକ୍ତିଗତ ଅଙ୍ଗରେ କିଛି ଦାଗ ମଧ୍ୟ ଦେଖିବାକୁ ମିଳିଥିଲା । ଏହାପରେ ପୀଡିତ ଶିଶୁର ବାପା ମାଆ ଏ ଘଟଣା ସଂପର୍କରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ । ଶିଶୁଟିର ବାପା ମାଆଙ୍କ  ଅଭିଯୋଗ ପରେ ଅଭିଯୁକ୍ତ ସୁରଜ କୁମାରକୁ ଜେଜେ କଲୋନୀ ସ୍ଥିତ ତା ଘରୁ ଗିରଫ କରାଯାଇଛି । ଅଭିଯୁକ୍ତ ବିରୋଧରେ ପୋକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇଛି । ଗିରଫ କରିବା ପରେ ତାକୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.