ନଭେମ୍ବର ୨୩ରୁ ଖୋଲିବ ଏହି ରାଜ୍ୟର ସ୍କୁଲ୍‌, ମେ’ ପୂର୍ବରୁ ହୋଇପାରିବ ନାହିଁ ପରୀକ୍ଷା

Published By : Prameya-News7 Bureau | November 06, 2020 IST

ମୁମ୍ବାଇ ୬/୧୧: ମହାମାରୀ କରୋନା ପ୍ରକୋପ ଧିରେ ଧିରେ କମୁଥିବା ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଏବେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ଗୁରୁତ୍ବ ଦେଉଛନ୍ତି ବିଭିନ୍ନ ରାଜ୍ୟ ସରକାର। ମହାରାଷ୍ଟ୍ର ସରକାର ନଭେମ୍ବର ୨୩ରୁ ସ୍କୁଲ ଖୋଲିବା ନେଇ ଶୁକ୍ରବାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଚଳିତ ମାସ ୨୩ ତାରିଖରୁ ନବମ, ଦଶମ, ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ପାଠ ପଢ଼ା ଆରମ୍ଭ ହେବ। କିନ୍ତୁ ଦଶମ ଓ ଦ୍ବାଦଶ ଣ୍ରେଣୀର ବାର୍ଷିକ ପରୀକ୍ଷା ଫେବୃଆରୀ-ମାର୍ଚ୍ଚ ପରିବେର୍ତେ ମେ’ ମାସରେ କରାଯିବ ବୋଲି ଜଣାପଡ଼ିଛି ।

ନଭେମ୍ବର ୨୩ରୁ ନବମ, ଦଶମ, ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ପାଠ ପଢ଼ା ଆରମ୍ଭ ହେବାକୁ ଥିବା ବେଳେ ୨୦୨୧ ମେ’ରେ ପରୀକ୍ଷା କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ବର୍ଷା ଗାଇକ୍ବାଡ।

ଅନ୍ୟପଟେ କରୋନା ଭାଇରସ୍‌ ସଂକ୍ରମଣ ଅନେକ ଦିନ ଧରି ଚାଲିବାକୁ ଥିବା ବେଳେ ଏଭଳି ପରିସ୍ଥିତିରେ ସ୍ବଳ୍ପ ସିଲାବସ୍‌ ସହ ପରୀକ୍ଷା କରିବା ଉପରେ ସରକାର ଚିନ୍ତା କରୁଥିବା ଜଣାପଡ଼ିଛି। ପାଠ୍ୟକ୍ରମକୁ ୨୫ ପ୍ରତିଶତ କମ୍‌ କରିବାକୁ ଶିକ୍ଷା ବିଭାଗ ଯୋଜନା କରିଛି। ଯାହା ଦ୍ବାରା ଶିକ୍ଷକ ସିଲାବସ୍‌ ଶେଷ କରିପାରିବେ ବୋଲି ବର୍ଷା ଗାଇକ୍ବାଡ କହିଛନ୍ତି।

ଅନ୍ୟପଟେ ସେପ୍ଟେମ୍ବର ଠାରୁ ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ଦେଖିବାକୁ ମିଳିଛି। ସେପ୍ଟେମ୍ବର ୧୧ରେ ୨୪୮୮୬ ସଂକ୍ରମତି ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୨୪୬ ନୂଆ ସଂକ୍ରମତି ଚିହ୍ନଟ ହୋଇଛନ୍ତି। ଯାହା  ଦର୍ଶାଉଛି ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଏହାସହ ରାଜ୍ୟରେ ସୁସ୍ଥ ହାର ୯୧.୦୭ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.