ବାଜିବ ଘଣ୍ଟି, ଶୁଭିବ ପିଲାଙ୍କ ପ୍ରାର୍ଥନା: ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍ ଜାରି

Published By : Prameya-News7 Bureau | October 31, 2020 IST

ଭୁବନେଶ୍ୱର ୩୧/୧୦ :  ନଭେମ୍ବରରେ ଖୋଲିବ ସ୍କୁଲ । ନଭେମ୍ବର ୧୫ ପରେ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ନିଜ ତତ୍ତ୍ବାବଧାନ ବା ନିରୀକ୍ଷଣରେ ସ୍କୁଲ ଖୋଲିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ତାରିଖ ଧାର୍ଯ୍ୟ କରିପାରିବ । ଏନେଇ ଏସ୍‌ଆର୍‌ସି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ତେବେ ତା ପୂର୍ବରୁ ବିଭିନ୍ନ ଷ୍ଟେକହୋଲଡରଙ୍କ ସହ ବିଭାଗ ଆଲୋଚନା କରିବା ପରେ  ଆବଶ୍ୟକୀୟ ଗାଇଡ୍‌ଲାଇନ୍‌ ଓ ଏସଓପି ଜାରି କରିବ ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ ସ୍କୁଲ ଖୋଲିବା ନେଇ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି ।

{"id":353918,"sizeSlug":"large"}

ପୁଣି ବାଜିବ ଘଣ୍ଟି । ଶୁଭିବ ପିଲାଙ୍କ ପ୍ରାର୍ଥନା । କାରଣ ନଭେମ୍ବରରେ ଖୋଲିବ ସ୍କୁଲ । କଟକଣା ସହ ନଭେମ୍ବର ୧୬ରୁ ନବମରୁ ଦ୍ବାଦଶ ଶ୍ରେଣୀ ଯାଏ ଖୋଲିବାକୁ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । ଏଥିପାଇଁ ବିଭାଗ ପ୍ରସ୍ତୁତ ଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତେବେ ସ୍କୁଲ ଖୋଲିବା ନେଇ ଏସଓପି ପ୍ରସ୍ତୁତି ଲାଗି ସମସ୍ତ ପକ୍ଷଙ୍କ ସହ ଆଲୋଚନା କରିବାକୁ ସେ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେପେଟେ ନଭେମ୍ବର ୧୫ ପରେ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ନିଜ ତତ୍ତ୍ବାବଧାନ ବା ନିରୀକ୍ଷଣରେ ସ୍କୁଲ ଖୋଲିବାକୁ ବିଭାଗ ତାରିଖ ଧାର୍ଯ୍ୟ କରିପାରିବ ବୋଲି ସାନି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରିଛନ୍ତି SRC । ମାନେ ମୋଟାମୋଟି ଏବେ ଗଣଶିକ୍ଷା ବିଭାଗ କୋର୍ଟରେ ବଲ୍‌ ରହିଛି ।

{"id":353919,"sizeSlug":"large"}

ସ୍କୁଲ ଖୋଲିବା ନିଷ୍ପତ୍ତି ପରେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ । ବିଶେଷ କରି ମାଟ୍ରିକ ଏବଂ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଆଉ ମାତ୍ର ୪ ମାସ ବାକି ଥିବାରୁ ପ୍ରସ୍ତୁତିରେ ଏହା ବେଶ ସହାୟକ ହେବ ବୋଲି ଛାତ୍ରଛାତ୍ରୀ କହିଛନ୍ତି । ସ୍କୁଲଗୁଡ଼ିକ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସ୍କୁଲ ପରିସର ସହ କ୍ଲାସରୁମ୍‌ ସଫା ଓ ସାନିଟାଇଜେସନ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି ।

{"id":353920,"sizeSlug":"large"}

ତେବେ ସ୍କୁଲ ଖୋଲିବା ପାଇଁ ଏସଓପିରେ କଣ ରହିବ ଗାଇଡ୍‌ଲାଇନ୍‌ ? କେନ୍ଦ୍ରର ଗାଇଡ୍‌ଲାଇନ୍‌ ପରି ପିଲା ଚାହିଁଲେ ସ୍କୁଲ ନଆସି  ଅନ୍‌ଲାଇନ୍‌ କ୍ଲାସ୍‌ କରିପାରିବେ କି ? ସ୍କୁଲ ଯିବାକୁ ହେଲେ ଅଭିଭାବକଙ୍କ ଅନୁମତିଯୁକ୍ତ ପତ୍ର ନେବାକୁ ପଡ଼ିବ କି ? ସିଲାବସ୍‌ କେତେ ମାତ୍ରାରେ କାଣ୍ଟଛାଣ୍ଟ ହେବ ? ଏଭଳି କିଛି ପ୍ରଶ୍ନ ଏବେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳିତ କରୁଥିବା ବେଳେ ପିଲାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛି ଅଭିଭାବକ ମହାସଂଘ । ସେପଟେ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶାନୁସାରେ ଯାହା କିଛି ନିଷ୍ପତ୍ତି ହେବ ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି । ନବମରୁ ଦ୍ବାଦଶ ବ୍ୟତିତ ରାଜ୍ୟର ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ନଭେମ୍ବର ୩୦ ଯାଏ ବନ୍ଦ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.