ଆମ ସ୍କୁଲକୁ ବି ସ୍ମାର୍ଟ ସ୍କୁଲ କର, ନହେଲେ ରାସ୍ତାରୋକକୁ ଓହ୍ଲାଇବୁ...

Published By : Prameya-News7 Bureau | December 09, 2021 IST

ଭଦ୍ରକ ୦୯।୧୨: ନିର୍ବାଚନ ମଣ୍ଡଳୀର ସବୁଠୁ ପୁରାତନ ବିଦ୍ୟାଳୟ । ଭିତ୍ତିଭୂମି ମଧ୍ୟ ରହିଛି । ପ୍ରଥମେ ଆକାଂକ୍ଷା ଯୋଜନାରେ ସାମିଲ ହୋଇଥିଲେ ମଧ୍ୟ ପରେ ବାଦ୍ ଦିଆଯାଇଛି । ସେଥି ପାଇଁ ପୁଣି ଥରେ ୫ଟିରେ ସାମିଲ କରିବା ପାଇଁ ଅନୁରୋଧ କରିଛନ୍ତି ପୁରାତନ ଛାତ୍ର ଓ ଅଞ୍ଚଳବାସୀ ।

{"id":556767,"sizeSlug":"full","linkDestination":"none"}

ଖବର ଅନୁଯାୟୀ,  ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ କୋଠାର ସରକାରୀ ଉଚ୍ଚ ବିଦ୍ୟାଳୟର ବହୁ ପୁରାତନ ବିଦ୍ୟାଳୟ ।  ଏହି ବିଦ୍ୟାଳୟରେ ପଞ୍ଚମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଶିକ୍ଷାଦାନର ବ୍ୟବସ୍ତା ଅଛି । ଓଡ଼ିଶା ସରକାରଙ୍କ ଆକାଂକ୍ଷା ଯୋଜନାରେ ଉକ୍ତ ବିଦ୍ୟାଳୟଟିକୁ ପ୍ରଥମ ପର୍ଯ୍ୟାୟରେ ସାମିଲ କରାଯାଇଥିଲା । ଜିଲ୍ଲାପାଳ ନିର୍ଦ୍ଦେଶ କ୍ରମେ ଗୋଷ୍ଠୀ ଶିକ୍ଷାଧିକାରୀ ଏକ ସମୀକ୍ଷା ବୈଠକ କରିଥିଲେ । ଏଥିରେ ସରକାରଙ୍କ ତରଫରୁ ଶିକ୍ଷାଧିକାରୀ ଭକ୍ତ ବିଦ୍ୟାଳୟଟିକୁ ଆକାଂକ୍ଷା ଯୋଜନାରେ ସାମିଲ ହୋଇଥିବାର ସୂଚନା ପ୍ରଦାନ କରିଥିଲେ । କିନ୍ତୁ ପରେ ବିଦ୍ୟାଳୟଟିକୁ ଏହି ଯୋଜନାରୁ ବାଦ ଦିଆଯାଇଥିବା କହିଛନ୍ତି ପୁରାତନ ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ।

{"id":556768,"sizeSlug":"full","linkDestination":"none"}

ତେବେ ବିଦ୍ୟାଳୟଟି ନିର୍ବାଚନ ମଣ୍ଡଳୀ ତଥା ଜିଲ୍ଲାର ସର୍ବପୁରାତନ ହୋଇଥିବାରୁ ଏହାର ଭିତ୍ତିଭୂମିର ବିକାଶ ପାଇଁ ଆକାଂକ୍ଷା ଯୋଜନାରେ ସାମିଲ କରିବାର ଆବଶ୍ୟକତା ରହିଛି । ପୁନଃ କ୍ଷେତ୍ର ପରିଦର୍ଶନ କରି ଉକ୍ତ ବିଦ୍ୟାଳୟଟିକୁ ଆଗାମୀ ୧୫ ଦିନ ଭିତରେ ଏହି ଯୋଜନାରେ ସାମିଲ ନକରାଗଲେ,  ଆଗାମୀ ଦିନରେ ଆନ୍ଦୋଳନ କରାଯିବ । ବିଦ୍ୟାଳୟଟିକୁ ସମ୍ପୂର୍ଣ୍ଣ ବନ୍ଦ କରି  ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଧାମନଗର , ଗୋଷ୍ଠୀ ଶିକ୍ଷାଧିକାରୀ, ଧାମନଗରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ସହ ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥରେ କୋଠାର ଠାରେ ରାସ୍ତା ରୋକର ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.