'ଝିଅ ବଦଳରେ ମୋତେ ମାରିଦେଇଥାନ୍ତ, ମୁଁ ବୁଢୀ ହେଲିଣି': ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ପ୍ରିନ୍ସିପାଲଙ୍କ ମାଆଙ୍କ କ୍ରନ୍ଦନ

Published By : Prameya-News7 Bureau | October 07, 2021 IST

ଶ୍ରୀନଗର ୦୭/୧୦ : ଜାମ୍ମୁ କାଶ୍ମୀର ଶ୍ରୀନଗରରେ ଗୁରୁବାର ଦିନ ଆତଙ୍କବାଦୀ ଏକ ସ୍କୁଲରେ ପଶି ଦୁଇ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଦୁଇ ମୃତକ ହେଲେ ପ୍ରିନ୍ସିପାଲ ସତୀନ୍ଦର ଓ ଶିକ୍ଷକ ଦୀପକ ଚନ୍ଦ। ମୃତକଙ୍କ ପରିବାରଙ୍କ ଅବସ୍ଥା ଦେଖି ଯେକେହି ବି କାନ୍ଦି ପକାଇବ। ସତୀନ୍ଦରଙ୍କ ମା କାନ୍ଦି କାନ୍ଦି କେବଳ ଗୋଟିଏ କଥା ହିଁ କହୁଛନ୍ତି, ମୋତେ ମାରିଦେଇଥାନ୍ତ, ମୁଁ ବୁଢ଼ୀ ହେଲିଣି, ମୋ ଝିଅକୁ କାହିଁକି ମାରିଲ।

{"id":523798,"sizeSlug":"full","linkDestination":"none"}

ଏପଟ ଦୀପକ ଚନ୍ଦଙ୍କ ପରିବାର ଅବସ୍ଥା ମଧ୍ୟ ସେହିଭଳି। ଦୀପକଙ୍କ ପରିବାର ଲୋକେ କହିଛନ୍ତି, କାଶ୍ମୀର ସ୍ୱର୍ଗ ନୁହେଁ, ଆମ ପରିବାର ପାଇଁ କାଶ୍ମୀର ନର୍କ। କାନ୍ଦି କାନ୍ଦି ହାତରେ ଇସାରା କରି ଦୀପକଙ୍କ ମା' କହିଛନ୍ତି ତାର ଛୋଟ ଛୁଆ ଅଛି। ତାଙ୍କୁ ଏବେ ଯାଏଁ ଧମକପୂର୍ଣ ଫୋନ ଆସୁଛି। ଗତ ୩୦ ବର୍ଷ ହେଲା ତାଙ୍କୁ ଟାର୍ଗେଟ କରାଯାଉଛି ବୋଲି ସେ କହିଛନ୍ତି।

{"id":523799,"width":719,"height":421,"sizeSlug":"full","linkDestination":"none"}

ସରକାରୀ ବାଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଶିକ୍ଷକ କହିଛନ୍ତି ଯେ ସେମାନେ ସେତେବେଳେ କୋଠରୀରେ ବସି ଚା' ପିଉଥିଲେ। ହଠାତ ଆର ପଟୁ ଶବ୍ଦ ଶୁଭିଲା। ସେତେବେଳେ ପ୍ରାୟ ୧୧ଟା ବାଜିଥିଲା। କିଛି ସମୟ ପରେ ଗୁଳି ଶବ୍ଦ ସୁଭିଥିଲା। ଗୁଳି ଶବ୍ଦ ଶୁଣି ସେମାନେ ଡରିଗଲେ। ପ୍ରିନ୍ସିପାଲ ଓ ଜଣେ ଶିକ୍ଷକ ବାହାରେ ଚେୟାର ପକାଇ ବସିଥିଲେ। ଗୁଳି ଶବ୍ଦ ଶୁଣି ବାହାରକୁ ଯାଇ ଦେଖିଲା ବେଳକୁ ପ୍ରିନ୍ସିପାଲ ମ୍ୟାଡ଼ାମ ଓ ଶିକ୍ଷକ ତଳେ ପଡ଼ିଥିଲେ। ମ୍ୟାଡ଼ାମ ହଲଚଲ ହେଉଥିଲେ କିନ୍ତୁ ଶିକ୍ଷକ ବିଲକୁଲ ହଲଚଲ ହେଉନଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।

ଜାମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂହ କହିଛନ୍ତି ଯେ ଏହା ସ୍ଥନୀୟ ମୁସଲମାନଙ୍କୁ ବଦନାମ କରିବା ଷଡଯନ୍ତ୍ର। କାଶ୍ମୀରର ସାମ୍ପ୍ରଦାୟିକ ସମନ୍ୱୟ ନଷ୍ଟ କରିବାକୁ କାଶ୍ମୀରର ନିରୀହ ନାଗରିକଙ୍କୁ ହତ୍ୟା କରାଯାଉଛି। ଏଥିରୁ ଆତଙ୍କବାଦୀଙ୍କ ନିରାଶା ଓ ବର୍ବରତା ସ୍ପଷ୍ଟ ନଜର ଆସୁଛି। ଆତଙ୍କବାଦୀ କାଶ୍ମୀରରେ ଭାଇଚାରା ଶେଷ କରିଦେବାକୁ ଚାହୁଁଛନ୍ତି। କିନ୍ତୁ ଆମେ ତାହା କେବେ ବି ହେବାକୁ ଦେବୁ ନାହିଁ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.