ପ୍ରାଥମିକ ସ୍କୁଲରେ ଶିକ୍ଷକ ଶିଖାଉଥିଲେ ଦୁଷ୍କର୍ମ କରିବା, ଡେମୋ ପାଇଁ ଛାତ୍ରୀଙ୍କ ସହ…

Published By : Prameya-News7 Bureau | September 02, 2019 IST

ବିଜୟଓ୍ବାଡା ୨।୯: ଆନ୍ଧ୍ରପ୍ରଦେଶ ବିଜୟଓ୍ବାଡା ପଶ୍ଚିମ ଗୋଦାବରୀ ଜିଲ୍ଲା ପ୍ରାଥମିକ ସ୍କୁଲର ଦୁଇ ଜଣ ଶିକ୍ଷକଙ୍କ ବିରୋଧରେ ଶ୍ରେଣୀଗୃହ ମଧ୍ୟରେ ଦୁଷ୍କର୍ମ କରିବାର ପ୍ରଶିକ୍ଷଣ ଦେବା ଅଭିଯୋଗ ହୋଇଛି । ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି ଯେ, ସ୍କୁଲରେ ହୋଇଥିବା ଏଭଳି ଘଟଣାର ସତ୍ୟତା ସଂପର୍କରେ ସେ ଯାଞ୍ଚ କରୁଛନ୍ତି ।

ଅଭିଯୋଗ ପରେ ଗାଁଲୋକେ ମିଶି ସଂପୃକ୍ତ ଦୁଇ ଶିକ୍ଷକଙ୍କୁ ମାଡ ମାରିଥିବା ଜଣାପଡିଛି । ଜିଲ୍ଲା ଶିକ୍ଷାଧିକାରୀ ସ୍କୁଲ ଯାଇ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି । ଜିଲ୍ଲା ଶିକ୍ଷାଧିକାରୀଙ୍କୁ ମଣ୍ଡଳ ଶିକ୍ଷାଧିକାରୀ ଯେଉଁ ରିପୋର୍ଟ ଦେଇଛନ୍ତି ସେଥିରେ ଶ୍ରେଣୀ ଗୃହରେ ଏତିମି ଘଟଣା ଘଟିନାହିଁ ବୋଲି ଉଲ୍ଲେଖ ରହିଛି ।

ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି ଯେ, ସ୍କୁଲର ତୃତୀୟ ଶ୍ରେଣୀର ୨ ଛାତ୍ର ଏବଂ ଜଣେ ଛାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ଫଳରେ ଛାତ୍ରୀ ଜଣଙ୍କ ଆହତ ହୋଇଥିଲେ । ମାତ୍ର ଦୁଷ୍କର୍ମ କରିବା ଡେମୋ ଦେଖାଇବାରେ ଛାତ୍ରୀଙ୍କୁ ବ୍ୟବହାର କରାଯାଇନଥିବା  ମଣ୍ଡଳ ଶିକ୍ଷାଧିକାରୀ କହିଛନ୍ତି । ଚିନ୍ତଲପୁଡି ପୋଲିସ କହିଛି ଯେ, ଏ ଘଟଣାରେ ଏ ପର୍ଯ୍ୟନ୍ତ ଦୁଇ ଶିକ୍ଷକଙ୍କ ନାଁରେ କୌଣସି ଅଭିଯୋଗ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.