ଶିକ୍ଷୟିତ୍ରୀଙ୍କୁ ଗଣଦୁଷ୍କର୍ମ : ଭିଡିଓ ଭାଇରାଲ, ଅଭିଯୁକ୍ତ ସେହି ଗାଁର

Published By : Prameya-News7 Bureau | March 06, 2019 IST

ମିରଟ ୬/୩: ଉତ୍ତର ପ୍ରଦେଶର ମିରଟରେ ପୂର୍ବ ପ୍ରଧାନଙ୍କ ପୁଅ ତାଙ୍କ ଦୁଇ ବନ୍ଧୁଙ୍କ ସହ ମିଶି ଜଣେ ଶିକ୍ଷୟିତ୍ରୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଏହାପରେ ନିଶାସକ୍ତ ହୋଇ ଭିଡିଓ ଭାଇରାଲ କରିଛନ୍ତି।
ପାଖାପାଖି ବର୍ଷେ ଯାଏଁ ଶିକ୍ଷୟିତ୍ରୀଙ୍କୁ ଏହି ଭିଡିଓ ପାଇଁ ଯୈାନ ଶୋଷଣ କରାଯାଉଥିଲା। ଭିଡିଓ ଭାଇରାଲ ହେବା ପରେ ଥାନାରେ ମୋକଦ୍ଦମା ରୁଜୁ କରିଛନ୍ତି। କିନ୍ତୁ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ପୀଡ଼ିତା ଅଫିସରଙ୍କ ନିକଟରେ ନ୍ୟାୟ ଭିକ୍ଷା କରିଛନ୍ତି।
ପରିକ୍ଷୀତ ଗଡ଼ ବାସିନ୍ଦା ପୀଡ଼ିତା କହିଛନ୍ତି ଯେ ସେ ବର୍ଷେ ପୂର୍ବେ କ୍ଷେତ୍ରର ଏକ ସ୍କୁଲରେ ପଢ଼ାଉଥିଲେ। ଦିନେ ସେ ତାଙ୍କ ମୋବାଇଲ୍ ଫୋନ୍ ଠିକ୍ କରିବା ପାଇଁ ଘରୁ ବାହାରି ଥିଲେ। ସେ ପରିକ୍ଷୀତ ଗଡ଼ର ମୁଖ୍ୟ ବଜାରକୁ ଯାଉଥିଲେ। ସେ ଶର୍ଟକର୍ଟ ରାସ୍ତାରେ ଯାଇଥିଲେ। ଶୁନଶାନ୍ ସ୍ଥାନରେ ଏକ କାର୍ ଆସି ରହିଥିଲା।
କାରରେ ଗାଁର ଜଣେ ପରିଚିତ ଶାଦାବ ଏବଂ ତାଙ୍କ ଦୁଇ ସାଙ୍ଗ ଫରିୟାଦ ଏବଂ ଅନୀସ ଥିଲେ। ଶାଦାବ ତାଙ୍କୁ କାର୍ ପାଖକୁ ଡାକିଥିଲେ ହଠାତ୍ କିଛି ଶୁଙ୍ଘାଇ ବେହୋସ୍ କରିଦେଇଥିଲେ। ଏହା ପରେ ତାଙ୍କୁ ଗାଡ଼ିରେ ବସାଇ କେଉଁଠି ନେଇ ଯାଇଥିଲେ। ପୀଡ଼ିତାଙ୍କ ହୋସ୍ ଆସିବା ପରେ ଶାଦାବ ତାଙ୍କୁ ମୋବାଇଲରେ ପୀଡ଼ିତାଙ୍କ ଆପତ୍ତିଜନକ ଭିଡିଓ ଦେଖାଇଥିଲେ ଏବଂ କହିଥିଲେ ମୁହଁ ଖୋଲିଲେ ବଦନାମ କରିଦେବେ। ଏହାପରେ ୩ଜଣ ଯୁବକ ତାଙ୍କୁ ଭିଡିଓ ଭାଇରାଲ ଧମକ ଦେଇ ଗଣ ଦୁଷ୍କର୍ମ କରୁଥିଲେ।
ଏହାପରେ ଫରିୟାଦ ଓ ଅନୀସ ଚାଲିଯାଇଥିଲେ। ଶାଦାବ ଲଗାତାର ତାଙ୍କୁ ଦୁଷ୍କର୍ମ କରୁଥିଲେ। ଗତ ଫେବୃୟାରୀରେ ଶାଦାବ ତାଙ୍କ ଭିଡିଓ ଭାଇରାଲ କରି ଦେଇଥିଲେ। ଏହା ଜାଣିବା ପରେ ପୀଡ଼ିତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ଏବଂ ପରିବାରରେ କୋଳାହଳ ସୃଷ୍ଟ ହୋଇଥିଲା।
ପରିବାର ଲୋକଙ୍କ ସହ ସେ ଥାନା ପହଞ୍ଚିଥିଲେ ଏବଂ ୩ଜଣଙ୍କ ବିରୋଧରେ ଗତ ଫେବୃୟାରୀ ୧୭ତାରିଖରେ ମାମଲା ରୁଜୁ କରିଥିଲେ। କିନ୍ତୁ ପୋଲିସ୍ ତାଙ୍କ ମାମଲା ରୁଜୁ କରିନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.