Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ପତି, ପତ୍ନୀ ଓ ସେ : ବଲିଉଡ ଅଭିନେତ୍ରୀଙ୍କ ପ୍ରେମରେ ପଡି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ ; ପ୍ରେମିକା ଏଞ୍ଜେଲ ଗୁପ୍ତା ଗିରଫ

2/11/2018 at 3:14 PM

ନୂଆଦିଲ୍ଲୀ ୨|୧୧: ବଓ୍ବାନାରେ ଶିକ୍ଷୟିତ୍ରୀ ଥିବା ସୁନୀତାଙ୍କ ହତ୍ୟା ଘଟଣାରେ ଜଣେ ବଲିଉଡ୍ ଅଭିନେତ୍ରୀ ଏଞ୍ଜଲ ଗୁପ୍ତାଙ୍କୁ ଗିରଫ କରାଯାଇଛି । ସୁନୀତାଙ୍କ ସ୍ବାମୀ ମଞ୍ଜିତ ଏବଂ ଏଞ୍ଜଲଙ୍କ ଧରମ ବାପା ରାଜୀବ ଗୁପ୍ତାଙ୍କୁ ମଧ୍ୟ ଗିରଫ କରାଯାଇଛି । ଦିଲ୍ଲୀର ଏକ ଗାଁରେ ହୋଇଥିବା ଏହି ହତ୍ୟାକାଣ୍ଡର ଚେର ମୁମ୍ବାଇ ପର୍ଯ୍ୟନ୍ତ ଲମ୍ବିଥିବା ପୋଲିସକୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା ।

ସୂଚନା ଅନୁସାରେ ସୋମବର ଦିନ ଘରଠାରୁ ସାତ କିଲୋମିଟର ଦୂରରେ ସୁନୀତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ସୁନୀତାଙ୍କ ଡାଏରୀର ଲେଖାଯାଇଥିବା କିଛି କଥା ଏବଂ ଏଞ୍ଜେଲଙ୍କ କଲ୍ ରେକର୍ଡରୁ ହତ୍ୟା ଘଟାଣାର ପର୍ଦ୍ଦାଫାଶ ହୋଇଛି ।

ସୁନୀତାଙ୍କ ସ୍ବାମୀ ମଞ୍ଜିତ, ତାଙ୍କ ପ୍ରେମିକା ଏଞ୍ଜେଲ ଏବଂ ଏଞ୍ଜେଲଙ୍କ ଧରମ ବାପା ରାଜୀବ ଗୁପ୍ତା ହତ୍ୟାର ଷଡଯନ୍ତ୍ର ରଚିଥିଲେ । ମଞ୍ଜିତ ମଧ୍ୟ ମୁମ୍ବାଇରେ ମଡେଲିଂ କରୁଥିଲେ । ପ୍ରପର୍ଟି ବ୍ୟବସାୟ ସହ ଅନ୍ୟ ବ୍ୟବସାୟରେ ମଧ୍ୟ ମଞ୍ଜିତ ଜଡିତ ଥିଲେ । ୨୬ବର୍ଷୀୟ ଶଶି ପ୍ରଭା ଓରଫ ଏଂଜେଲ ମଧ୍ୟ ମଡେଲିଂ କରୁଥିଲେ ।  ତାଙ୍କ ଘର ଉତ୍ତରପ୍ରଦେଶ । ତାଙ୍କ ମାଆ ଦିଲ୍ଲୀରେ ସିପିଡବ୍ଳ୍ୟୁଡିରେ କର୍ଯ୍ୟରତ ଥିଲେ । ଏଞ୍ଜେଲଙ୍କ ବାପାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କ ମାଆଙ୍କୁ ଆରକେପୁରମ ସେକ୍ଟର ୪ରେ ସରକାରୀ କ୍ବାର୍ଟର ମିଳିଥିଲା । ସେମାନେ ସେଠାରେ ରହୁଥିଲେ । ମାତ୍ର ଏଞ୍ଜେଲ ବଲିଉଡ୍ ରେ ଏଣ୍ଟ୍ରି କରିବା ପାଇଁ ମୁମ୍ବାଇ ଚାଲିଯାଇଥିଲେ । ସେଠାରେ ସେ ମଡେଲିଂ କଲେ । ସେଠାରୁ ପେଜ୍ ୩ ପାର୍ଟିର ସେଲିବ୍ରିଟି ହୋଇଗଲେ । ତାଙ୍କର ଧରମ ବାପା ରାଜୀବ ଗୁପ୍ତା ଜଣେ ବ୍ୟବସାୟୀ ଥିଲେ । ସେ ରୋହିଣୀ ସେକ୍ଟର ୩ରେ ରହୁଥିଲେ । ତାଙ୍କର ରେଷ୍ଟୁରାଣ୍ଟ ଏବଂ ହୋଟେଲ ବ୍ୟବସାୟ ଥିଲା । ତାଙ୍କର ଏଞ୍ଜେଲଙ୍କ ଘର ସହ ବହୁତ ଭଲ ସଂପର୍କ ଥିଲା । ମୁମ୍ବାଇରେ ତାଙ୍କ ଫ୍ଲାଟ୍ ର ଭଡା ୫୦ହଜାର ଟଙ୍କା ମଧ୍ୟ ରାଜୀବ ଗୁପ୍ତା ଦେଉଥିଲେ ।

ଗୁରଗାଓଁର ଏକ ହୋଟେଲରେ ଏଞ୍ଜେଲ ଏବଂ ମଞ୍ଜିତଙ୍କ ଭେଟ ହୋଇଥିଲା । ଭେଟ ହେବା ପରେ ଉଭୟଙ୍କ ମଧ୍ୟ ପ୍ରେମ ସଂପର୍କ ଗଢିଉଠିଥିଲା । ସେ ଦୁଇଜଣ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ । ସେମାନଙ୍କ ବିବାହ କରାଇବା ପାଇଁ ଏଞ୍ଜେଲଙ୍କ ଧରମା ବାପା ରାଜୀବ ଗୁପ୍ତା ସମସ୍ତ ଦାୟିତ୍ବ ନେଇଥିଲା । ଦୁହିଁଙ୍କ ବିବାହ କରାଇବା ପରେ ସେମାନଙ୍କ ରାସ୍ତାରେ କଣ୍ଟା ହୋଇଥିବା ମଞ୍ଜିତର ପତ୍ନୀକୁ ରାସ୍ତାରୁ ହଟାଇବା ପାଇଁ ସେ ଯୋଜନା ପ୍ରସ୍ତୁତ କରିଥିଲା । ମଞ୍ଜିତ ଏବଂ ଏଞ୍ଜେଲ ମଧ୍ୟ ଏହା ଚାହୁଁଥିଲେ । ସେମାନେ ସୁନୀତାକୁ ମାରିବା ପାଇଁ ଭଡାରେ ବନ୍ଧୁକ ଆଣିଲେ । ସେହି ବନ୍ଧୁକ ସାହାର୍ଯ୍ୟରେ ସେମାନେ ସୁନୀତାକୁ ଗୁଳିକରି ହତ୍ୟା କରିଥିଲେ ।

   Related Posts