Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୧୫ ମୃତ
  • ||
  • ଗାଙ୍ଗୁଲିଙ୍କୁ ହରାଇଲେ ଶାହ : ୧ ରନରେ ପରାସ୍ତ ହେଲା ଦାଦାଙ୍କ ଟିମ୍
  • ||
  • ବାତ୍ୟା ପାଇଁ ଟ୍ରେନ ବାତିଲ, ଯାତ୍ରୀଙ୍କୁ ଟ୍ରେନର ଷ୍ଟକ୍ ରଖିବାକୁ ଅନୁରୋଧ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୩ କରୋନା ସଂକ୍ରମିତ, ୧୦୫୦୦୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଚିଲିକାରେ ବଢୁଛି ବର୍ଷା ଓ ପବନ, ରାସ୍ତାଘାଟ ଖାଁ ଖାଁ
  • ||
  • ଅନୁଗୁଳ : ଟ୍ରକ-ଇନୋଭା ମୁହାଁମୁହିଁ ଧକ୍କା, ୨ ମୃତ
  • ||
  • ନୟାଗଡ : ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍
  • ||
  • ପୃଥିବୀକୁ ବଡ ବିପଦ ! ମାଡି ଆସୁଛି ଗ୍ରହାଣୁ, ମାଡ ହେଲେ ପରମାଣୁ ବୋମାଠୁ ଭୟଙ୍କର ବିସ୍ଫୋରଣ
  • ||
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||

ଇୟରଫୋନ୍ ଲଗାଇ ସ୍କୁଲରୁ ଘରକୁ ଫେରୁଥିଲେ ଶିକ୍ଷୟିତ୍ରୀ : ଟ୍ରେନ୍ ଧକ୍କାରେ ମୃତ୍ୟୁ

31/12/2019 at 2:01 PM

ଯମୁନା ନଗର ୩୧/୧୨: ଯମୁନା ନଗରର ଗାନ୍ଧୀ ନଗର ଗେଟରେ ଗତକାଲି ଇୟରଫୋନ୍ ଲଗାଇ ଗେଟ୍ ପାର କରୁଥିବାବେଳେ ମହିଳାଙ୍କୁ ଟ୍ରେନ୍ ଧକ୍କା ଦେଇଛି। ଘଟଣାସ୍ଥଳ​‌ରେ ମହିଳାଙ୍କ ମୃତ୍ୟୁ ହୋଇଛି। ଜିଆରପି ପୋଲିସକୁ ଏହା ବିଷୟରେ ସୂଚନା ଦିଆଯାଇଛି। ସୂଚନା ମିଳିବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 ଗାନ୍ଧୀ ନଗର ଫାଟକ ସ୍ଥିତ କୁଲଦୀପ ନଗର ବାସିନ୍ଦା ୨୬ବର୍ଷ ବୟସ୍କା ହରମିନ୍ଦର କୌର କ୍ୟାମ୍ପ ସ୍ଥିତ ପ୍ରାଇଭେଟ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ। ସେ ସ୍କୁଲ୍ ଛୁଟି ପରେ ନିଜ ଘରକୁ ଫେରୁଥିବାବେଳେ କାନରେ ଇୟରଫୋନ୍ ଦେଇ ଗୀତ ଶୁଣୁଥିଲେ। ସେ ଗାନ୍ଧୀ ନଗର ଗେଟରେ ରେଲଓ୍ବେ ଲାଇନ୍ ପାର କରୁଥିବାବେଳେ ଅମ୍ବାଲା ପଟୁ ଆସୁଥିବା ପ୍ୟାସେଞ୍ଜର ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା। ଇୟରଫୋନ୍ ଲଗାଇଥିବା କାରଣରୁ ତାଙ୍କୁ ଟ୍ରେନ୍ ଶବ୍ଦ ଶୁଣାଯାଇନଥିଲା।

ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଖପାଖର ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ମିଳିବାରୁ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଶବକୁ ପୋଷ୍ଟମର୍ଟମ ପାଇଁ ନିଆଯାଇଥିଲା। ଟ୍ରେନଟି ତାଙ୍କ ପେଟ ଉପରେ ଚଢ଼ିଯାଇଥିଲା।

   Related Posts