ବାଳିକା ହଷ୍ଟେଲରେ ଶିକ୍ଷକଙ୍କ ଭୋଜି : ହଷ୍ଟେଲ ଝିଅମାନଙ୍କ ସହ ନାଚୁଥିବାର ଦୃଶ୍ୟ ଭାଇରାଲ

Published By : Prameya-News7 Bureau | January 20, 2020 IST

କୋରାପୁଟ ୨୦/୧: ବାଳିକା ବିଦ୍ୟାଳୟ ହଷ୍ଟେଲରେ ସ୍କୁଲ ଶିକ୍ଷକଙ୍କ ଭୋଜି । ସେ ପୁଣି ରବିବାର ଛୁଟିଦିନରେ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା କୋଲାବ ହାଇସ୍କୁଲ ବାଳିକା ବିଦ୍ୟାଳୟରେ । ଗତକାଲି ରବିବାର ଥିବା ବେଳେ ସ୍କୁଲର ଶିକ୍ଷକମାନେ ବାଳିକା ହଷ୍ଟେଲକୁ ଯାଇ ହଷ୍ଟେଲ ପରିସରରେ ଭୋଜି ଭାତର ଆସର ଜମାଇଥିଲେ ।

{"id":213660,"sizeSlug":"large"}

ଏମିତିକି ହଷ୍ଟେଲ ଝିଅମାନଙ୍କ ସହ ନାଚୁଥିବାର ମଧ୍ୟ ଦୃଶ୍ୟ ଭାଇରାଲ ହୋଇଛି । ସରକାରଙ୍କ ଗାଇଡ ଲାଇନ୍ ଅନୁଯାୟୀ ବିନା ଅନୁମତିରେ କୌଣସି ଶିକ୍ଷକ କି ପୁରୁଷ ବାଳିକା ବିଦ୍ୟାଳୟ ମଧ୍ୟକୁ ଯାଇପାରିବେ ନାହିଁ । ପୂର୍ବରୁ ବାଳିକା ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ଅସଦାଚରଣ ସହ ଛାତ୍ରୀ ଗର୍ଭବତୀ ହେବା ଘଟଣା ସାମ୍ନାକୁ ଆସିଥିଲା ।

{"id":213661,"sizeSlug":"large"}

କୋରାପୁଟ ଜିଲ୍ଲାରେ ମଧ୍ୟ ବାରମ୍ବାର ଏମିତି ଅଭିଯୋଗ ଦେଖିବାକୁ ମିଳିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି କିଭଳି ରବିବାର ଛୁଟିଦିନରେ ଶିକ୍ଷମାନେ ଯାଇ ହଷ୍ଟେଲ ପରିସରରେ ଭୋଜି କରିଥିଲେ । ଏନେଇ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.