ପାଠ ବଦଳରେ ପିଲା ବୋହୁଛନ୍ତି ମଧ୍ୟାହ୍ନ ଭୋଜନର ପେଜ, ସାଇକେଲରେ ବୁଲି ବିକ୍ରି କରୁଛନ୍ତି ଚାଉଳ ; ଭିଡିଓ ଭାଇରାଲ୍

Published By : Prameya-News7 Bureau | August 08, 2019 IST

ଟାଙ୍ଗୀ ୮|୮: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ଅଧିନସ୍ଥ ନିଳାଦ୍ରୀପ୍ରସାଦ ପଞ୍ଚାୟତର ଅରାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ଛାତ୍ରମାନେ ସ୍କୁଲର ମଧ୍ୟାହ୍ନ ଭୋଜନ ରୋଷେଇରୁ ବାହାରିଥିବା ପେଜକୁ ବାଲଟିରେ ବୋହି ବୋହି ବାହାରକୁ ନେଉଛନ୍ତି । କେବଳ ସେତିକି ନୁହେଁ ମଧ୍ୟାହ୍ନ ଭୋଜନ ପାଇଁ ଗଚ୍ଛିତ ଥିବା ଚାଉଳକୁ ବିକ୍ରି ପାଇଁ ସାଇକେଲ ଯୋଗେ ଅନ୍ୟତ୍ର ନେଉଛନ୍ତି । ଏସମସ୍ତ ଘଟଣାର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି ।

{"id":142257}

ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହେବାପରେ ବ୍ଲକ୍ ଶିକ୍ଷାଧିକାରୀ ଆକ୍ସନ ମୁଡକୁ ଆସିଛନ୍ତି । ଏହାର ତଦନ୍ତ କରିବା ପାଇଁ ନିଜେ ମଇଦାନକୁ ମଧ୍ୟ ଓହ୍ଲାଇଛନ୍ତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଶିକ୍ଷା ଅଧିକାରୀ । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ଜଣାଶୁଣା ନିଳାଦ୍ରୀପ୍ରସାଦର ଅନେକ ସ୍କୁଲରେ ଏଭଳି ଅବ୍ୟବସ୍ଥା, ଦୁର୍ନୀତି ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.