ସେକ୍ସ ରାକେଟ : ଦୁଇ ଡଜନରୁ ଅଧିକ ଯୁବକ ଯୁବତୀ ଆପତ୍ତିଜନକ ଅବସ୍ଥାରେ ଉଦ୍ଧାର , ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ସାମିଲ

Published By : Prameya-News7 Bureau | July 16, 2019 IST

ଇଟାଓ୍ବା ୧୬/୭: ଉତ୍ତରପ୍ରଦେଶର ଇଟାଓ୍ବାରେ କ୍ରାଇମ ବ୍ରାଞ୍ଚ ଏବଂ ମହିଳା ପୋଲିସ୍ ମିଶି ଟିମ୍ ଗଠିତ କରି ଅଧା ଡଜନରୁ ଅଧିକ ସ୍ଥାନରେ ଘେରଉ କରି ସେକ୍ସ ରାକେଟ ପର୍ଦ୍ଦାଫାଶ କରିଛନ୍ତି। ପୋଲିସ୍ ଘେରଉ କରିବାବେଳେ ଦୁଇ ଡଜନରୁ ଅଧିକ ଯୁବକ ଯୁବତୀଙ୍କୁ ଆପତ୍ତିଜନକ ଅବସ୍ଥାରେ ଉଦ୍ଧାର କରିଛନ୍ତି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସ୍କୁଲରେ ପଢ଼ୁଥିବା ନାବାଳକ ଛାତ୍ର ଛାତ୍ରୀ ମଧ୍ୟ ଅଛନ୍ତି। ପୋଲିସ ଏବେ ସେକ୍ସ ରାକେଟର ସଞ୍ଚାଳକଙ୍କୁ ଖୋଜିବାରେ ଲାଗିଛି। ଏସଏସପିଙ୍କ କହିବାନୁସାରେ ଜିଲ୍ଲାରେ ଅନେକ ସ୍ଥାନରୁ ସେକ୍ସ ରାକେଟର ସୂଚନା ମିଳୁଥିଲା। ଏହି ସୂଚନାକୁ ଗୁରୁତ୍ବ ଦେଇ ସିଓ ସିଟି କ୍ରାଇମ ବ୍ରାଞ୍ଚ ଏବଂ ମହିଳା ପୋଲିସ୍ ସମେତ ୮ଟି ଟିମ୍ ଗଠନ କଲେ। ସମସ୍ତ ଟିମ୍ ଭିନ୍ନ ଭିନ୍ନ ସ୍ଥାନରେ ଦୁଇ ଡଜନରୁ ଅଧିକ ଯୁବକ ଯୁବତୀଙ୍କୁ ଆପତ୍ତିଜନକ ଅବସ୍ଥା​ରେ ଉଦ୍ଧାର କଲେ।

ଗିରଫ ହୋଇଥିବା ଯୁବତୀଙ୍କ ମଧ୍ୟରେ ୩ଜଣ ନାବାଳିକା ମଧ୍ୟ ମିଳିଛନ୍ତି। ଏହି ଲୋକମାନେ ଭଡ଼ାଘର ନେଇ ଦେହ ବ୍ୟବସାୟ ଚଲାଇଥିଲେ। ଗିରଫ ହୋଇଥିବା ଯୁବକ ଯୁବତୀଙ୍କ ପାଖରୁ ଅନେକ ଆପତ୍ତିଜନକ ଜିନିଷ ମିଳିଛି। ଏମାନଙ୍କ ମଧ୍ୟରୁ କେତେକ ଛାତ୍ରଛାତ୍ରୀ ଅଟନ୍ତି। ପୋଲିସ୍ ଏମାନଙ୍କ କାଉନସିଲିଂ କରି ବ୍ୟବସାୟରେ ଲିପ୍ତ ହେବାର କାରଣ ପଚାରିବ ଏବଂ ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସହରରେ ଏପରି ଧରଣର ଅପରାଧକୁ ରୋକିବା ପାଇଁ ପୋଲିସଙ୍କ ଅପରେସନ କ୍ଲିନ୍ ଜାରି ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.