Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

‘ଆମ ସ୍କୁଲ ବନ୍ଦ କରନି, ଦୂର ସ୍କୁଲରେ ପଢିବାକୁ ଆମେ ଯାଇପାରିବୁନି’… ସ୍କୁଲ ସ୍ଥାନାନ୍ତର ନକରିବା ଦାବିରେ ଧାରଣା ଦେଲେ ଛାତ୍ରଛାତ୍ରୀ

21/11/2020 at 4:19 PM

ଭଦ୍ରକ ୨୧।୧୧: ଆମ ସ୍କୁଲ ବନ୍ଦ କରନି, ନୂଆ ସ୍କୁଲ ବହୁତ ଦୂର । ରାସ୍ତାରେ ଗାଡି ମଟର ଚାଲୁଛି । ଆମେ ଏଇଠି ପଢ଼ିବୁ । ଏମିତି କିଛି ଦାବି ନେଇ ଅଭିଭାବକଙ୍କ ସହ କୁନିକୁନି ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ରାହାଣିଆ ପଞ୍ଚାୟତ କେଶପୁର ହରିଜନ ସାହିର କେଶପୁର ପ୍ରାଥମିକ ବିଦ୍ୟାଳୟରେ ।

ଏହି ବିଦ୍ୟାଳୟ ୨୦୧୨ମସିହାରୁ ସ୍ଥାପିତ ହୋଇଛି । ୨୦୧୯-୨୦ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୪୦ ଥିଲା । ଏହି ଶିକ୍ଷାବର୍ଷରେ ୧୨ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ଇଚ୍ଛୁକ । କିନ୍ତୁ ସରକାରୀ ଚିଠି ଅନୁଯାୟୀ ଅଧିକ ଛାତ୍ରଛାତ୍ରୀଙ୍କୁ ପଞ୍ଜୀକରଣ ପାଇଁ ବାରଣ କରାଯାଇଥିଲା । ସେଥିପାଇଁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇ ପାରିନାହାନ୍ତି । ଅର୍ଥାତ୍ ଚଳିତ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୨ରେ ପହଞ୍ଚିବ ।

କିନ୍ତୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଛାତ୍ରଛାତ୍ରୀମାନେ ନିକଟସ୍ଥ ୧ କିଲୋମିଟରରୁ ଅଧିକ ଦୂର ରହଣିଆ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯିବେ । କିନ୍ତୁ କୁନିକୁନି ଛାତ୍ରଛାତ୍ରୀ କହୁଛନ୍ତି ଯେ ସ୍କୁଲଟି ଦୂର ହେବ । ରାସ୍ତାରେ ଗାଡି ମଟର ପାଇଁ ବହୁ ସମସ୍ୟା ସୃଷ୍ଟି ହେବ । ଅଭିଭାବକମାନେ ମଧ୍ୟ ଛାତ୍ରଛାତ୍ରୀଙ୍କ ସହ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ୫୨ ଛାତ୍ରଛାତ୍ରୀ ବିଦ୍ୟାଳୟରେ ହେଉଥିବାରୁ ସ୍କୁଲକୁ ସ୍ଥାନାନ୍ତର କରାନଯାଉ ବୋଲି ଅନୁରୋଧ କରିଛନ୍ତି ।

   Related Posts