ପାଣି ପାଇଁ ସ୍କୁଲ ସମ୍ମୁଖରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | August 24, 2018 IST

ଚଣ୍ଡିଖୋଲ ୨୪/୮ : ପାଣି ପାଇଁ ଛାତ୍ରଛାତ୍ରୀ କରିଛନ୍ତି ପ୍ରତିବାଦ। ମାସେ ନୁହେଁ ୬ ମାସ ଧରି ସ୍କୁଲରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା । ବାରମ୍ବାର ଅଭିଯୋଗ ପରେ ବି କୈ।ଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ସ୍କୁଲ ସମ୍ମୁଖରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ପ୍ରଥମାଖଣ୍ଡ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲ କ୍ୟାମ୍ପସରେ ଥିବା ନଳକୂପରୁ ଗୋଳିଆ ପାଣି ବାହାରିବା ସହ ଦୁର୍ଗନ୍ଧ ହେଉଛି । ଦୀର୍ଘ ୬ ମାସ ଧରି ସ୍କୁଲରେ ଏହି ସମସ୍ୟା ଲାଗିରହିଥିବା ବେଳେ ଏଠି ପ୍ରତି କେହି ଦୃଷ୍ଟି ଦେଉନାହାନ୍ତି । ଫଳରେ ବାଧ୍ୟହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ସମସ୍ୟାର ସମାଧାନ ନହେବା ଯାଏ ପାଠପଢା ବର୍ଜନ କରି ଧାରଣରେ ବସିରହିବେ ବୋଲି ଚେତାବନୀ ଦେଇଛନ୍ତି ସ୍କୁଲର ଛାତ୍ରଛାତ୍ରୀ । ଏପଟେ ଛାତ୍ରଛାତ୍ରୀଙ୍କ ଧାରଣା ଫଳରେ ସ୍କୁଲର ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ରହିଛି । ଟେବୁଲ ଉପରେ ବହିବସ୍ତାନୀ ସହ କ୍ଲାସ ରୁମ ଖାଲି । ଛାତ୍ରଛାତ୍ରୀଙ୍କ ଦାବିକୁ ସ୍କୁଲ କର୍ତ୍ତୃପକ୍ଷ ଅନୁଭବ କରି ସ୍ଥାନୀୟ ସରପଂଚ, ବିଡିଓ, ଶିକ୍ଷାଧତ୍କାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଏ ସମସ୍ୟା ସଂପର୍କରେ ଜଣାଇଛନ୍ତି । ଏପରିକି ପାଣିର ସମସ୍ୟା ଯୋଗୁ ବାହାର ସ୍ଥାନରୁ ପାଣି ଅଣାଯାଇ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଉଛି । ଛାତ୍ରଛାତ୍ରୀଙ୍କ ସହ ସ୍କୁଲ ପରିଚାଳନା କମିଟି ଏବଂ ଅବିଭାବକ ମଧ୍ୟ ସ୍ୱର ମିଳାଇଛନ୍ତି । ଏପରିକି ସ୍ଥାନୀୟ ସରପଂଚ ଏହି ସମସ୍ୟାକୁ ସମାଧାନ କରିବା ଦିଗରେ ନିଜର ଅସହାୟତା ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.