ଆଶ୍ରମ ବିଦ୍ୟାଳୟ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ : ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ମୃତ୍ୟୁ ଅଭିଯୋଗ

Published By : Prameya-News7 Bureau | November 12, 2019 IST

ଉଦଳା ୧୨।୧୧: ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ବାହାନଡା ଆଶ୍ରମ ବିଦ୍ୟାଳୟର ଛାତ୍ରୀ ସୁନିତା ଟୁଡୁଙ୍କ ମୃତ୍ୟୁ ହୋଇଛି । ପରିବାର ଲୋକେ ଝିଅର ମୃତ୍ୟୁ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ।

{"id":182837}

 ସୂଚନାଯୋଗ୍ୟ ଯେ, ସୁନିତା  ଗତକାଲି ବିଳମ୍ବିତ ରାତିରେ ଅସୁସ୍ଥ ହୋଇପଡିଥିଲେ , ପରେ ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ  ଖୁଣ୍ଟା ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର। ଝିଅ ମୃତ୍ୟୁର ଖବର ପାଇ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିଥିଲେ । ପରିବାର ଲୋକଙ୍କ କହିବାଅନୁସାରେ, ଛାତ୍ରୀଙ୍କ ଶରୀର ଅସୁସ୍ଥ ହେବା ପରେ ମଧ୍ୟ  ତାଙ୍କୁ ଉପଯୁକ୍ତ ଚିକିତ୍ସା କରାଯାଇନାହିଁ । ଯାହାକି ଚିକିତ୍ସାର ଅବହେଳାରୁ ଝିଅର ମୃତ୍ୟୁ ହୋଇଛି ବୋଲି ବାପା ଅଭିଯୋଗ କରିଛନ୍ତି ।

{"id":182841}

ଅନ୍ୟପଟେ ଛାତ୍ରୀଙ୍କ ଏହି ମୃତ୍ୟୁ ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କ ସମେତ ହଷ୍ଟେଲ ମଟ୍ରୋନଙ୍କୁ ମଧ୍ୟ ଦାୟୀ କରିଛନ୍ତି  ପରିବାର ଲୋକେ । କିନ୍ତୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏପରି  ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଛାତ୍ରୀ ଜଣଙ୍କ ଅସୁସ୍ଥ ହେବା ଜାଣିବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତି କରାଯାଇଥିଲା , କିନ୍ତୁ  ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଛାତ୍ରୀଙ୍କ ମୃତ୍ୟୁର କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ପ୍ରଧାନଶିକ୍ଷକ କହିଛନ୍ତି  । ଅନ୍ୟପଟେ ଘଟଣାସ୍ଥଳରେ ବ୍ଲକ ମଙ୍ଗଳ ଅଧତ୍କାରୀ ପହଂଚି ମୃତ ଛାତ୍ରୀଙ୍କ ପରିବାରକୁ ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି  । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.