ସ୍କୁଲରେ ୫ ସହପାଠୀ ସହ ନିଜକୁ ଗୁଳିମାଡ କରିଲେ ଛାତ୍ର : ୨ ମୃତ ସହ ୩ ଆହତ

Published By : Prameya-News7 Bureau | November 15, 2019 IST

ଆମେରିକା କାଲିଫର୍ଣ୍ଣିଆ ସ୍ଥିତ ସାଉଗସ୍ ହାଇସ୍କୁଲର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୁରୁବାର ଦିନ ସ୍କୁଲରେ ଜଣେ ଛାତ୍ରଙ୍କ ଗୁଳିମାଡରେ ଦୁଇ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ , ତିନିଜଣ ଛାତ୍ର ଗୁରୁତର ଅବସ୍ଥାରେ ମିଡିକାଲରେ ଭର୍ତ୍ତି ।

ସୂଚନାଯୋଗ୍ୟ ଯେ, କାଲିଫର୍ଣ୍ଣିଆ ସ୍ଥିତ ସାଉଗସ୍ ସ୍କୁଲରେ ଜଣେ ଛାତ୍ରଙ୍କ ଜନ୍ମଦିନ ପାଳନ କରିବା ସମୟରେ ଛାତ୍ର ଜଣଙ୍କ ନିଜ ବ୍ୟାଗରୁ ବନ୍ଧୁକ ବାହାର କରି ଶ୍ରେଣୀଗୃହରେ ଗୁଳିଚାଳନା କରିଥିଲେ । ୧୬ସେକେଣ୍ଡରେ ୫ଜଣ ସହପାଠୀଙ୍କ ସହ ନିଜକୁ ଗୁଳିମାଡ କରିଲେ ଛାତ୍ର। ଗୁଳିମାଡରେ ଆହତଙ୍କ ମଧ୍ୟରୁ ଜଣେ ୧୬ବର୍ଷର ଯୁବତୀ ଓ ୧୪ବର୍ଷର ଯୁବକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।ଗୁଳିମାଡ କରିଥିବା ୧୬ବର୍ଷର ଯୁବକଙ୍କ ନାମ ନାଥିୟଲ , ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି ବୋଲି ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.