ଖୋଲିଛି ସ୍କୁଲ, 'ଆମେ ଓଡ଼ିଆ ଭାରି ବଢ଼ିଆ' ପରିବାର ପକ୍ଷରୁ ବିଦ୍ୟାଳୟ ବିଶୋଧନ

Published By : Prameya-News7 Bureau | October 26, 2021 IST

ଭୁବନେଶ୍ୱର ୨୬।୧୦: ମଙ୍ଗଳବାରଠୁ ରାଜ୍ୟରେ ଅଷ୍ଟମ ଶ୍ରେଣୀ ପାଇଁ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହୋଇଛି । କରୋନା ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି ସାନିଟାଇଜ୍ କୁ ପ୍ରାଧାନ୍ୟ ଦେଇ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ଆସିଛି ଆମେ ଓଡ଼ିଆ ଭାରି ବଢିଆ ପରିବାର  । ସଂଗଠନ ତରଫରୁ ସୋମବାର ଦିନ କଟକ ଜିଲ୍ଲା ଈଶାଣୀବ୍ରହ୍ମପୁର ଗ୍ରାମ ପଞ୍ଚାୟତର ଚନ୍ଦ୍ର ଶେଖର ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଖେଣ୍ଟାଳୋ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରକୁ ସାନିଟାଇଜ୍ କରାଯାଇଛି ।

{"id":533411,"sizeSlug":"full","linkDestination":"none"}

ସେହିପରି ବିଦ୍ୟାଳୟର ସମସ୍ତ ଶ୍ରେଣୀ ଗୃହ, କମ୍ୟୁନିଟି ଗୃହ , ପାଠାଗାର ଓ ଅନ୍ୟା ସବୁ ଚଳପ୍ରଚଳ ସ୍ଥାନକୁ ସାନିଟାଇଜ କରାଯାଇଛି। ଆମେ ଓଡ଼ିଆ ଭାରି ବଢ଼ିଆ ପରିବାରର ଅଧକ୍ଷ ଜ୍ୟୋତିର୍ବିଦ ଶ୍ରୀ ଜଗନ୍ନାଥ ଆଚାର୍ଯ୍ୟ , ସଂଯୋଜକ ସତ୍ୟବ୍ରତ ସାହୁ, ପରିବାରର ସକ୍ରିୟ ସଦସ୍ୟ ରାକେଶ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।  ଦୁଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ସ୍ବାଇଁ ସରୋଜ କୁମାର ସାହୁ ଓ ତାଙ୍କ ସହିତ (C.r.c) ସୁନାକର ଭୋଇ , ଧରଣୀଧର ସେଠୀ, ସବିତା ପଣ୍ଡା, ଉତ୍ତମ ଚରଣ ପ୍ରଧାନ, ସରିତା ତ୍ରିପାଠୀ, ଗଦାଧର ସେନାପତି, ଶ୍ରଦ୍ଧାଞ୍ଜଳି ସେନାପତି, ଅରୁଣ କୁମାର ମାହାଳୀ, ଦମୟନ୍ତୀ ପ୍ରଧାନ,ସୟଦ୍ ଅନ୍ ୱାର ହୁସେନ୍ , ରାମଚନ୍ଦ୍ର ସାହୁ, ପ୍ରଫୁଲ କୁମାର ଦାସ ,ଚନ୍ଦନ କୁମାର ନନ୍ଦୀ, ନିବେଦିତା ମିଶ୍ର, ତୁଳସୀ ଦାସ, ନିରୁପମା ଆଚାର୍ଯ୍ୟ, ଯସମତୀ ସ୍ବାଇଁ ସୁପ୍ରଭା ମଦେଳୀ, ସଂଘମିତ୍ରା ବେହେରା ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ଆମେ ଓଡ଼ିଆ ଭାରି ବଢିଆ ପରିବାର ଏହି ପରି ମହତ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ପ୍ରଶଂସା କରିବା ସହ ସ୍ବାଗତ କରାଯାଇଛି .

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.