ଗାଁ ମଝି ରାସ୍ତାରେ ବସି ପାଠ ପଢୁଛନ୍ତି ଛୋଟଛୋଟ ପିଲା

Published By : Prameya-News7 Bureau | September 09, 2018 IST

କଳାହାଣ୍ଡି ୦୮/୦୯: କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ୍ ଲଟକାବାହାଲି ଗାଁ ମଝି ରାସ୍ତାରେ ବସି ପାଠ ପଢୁଛନ୍ତି ଛୋଟଛୋଟ ପିଲା । ଦିନେ କି ଦୁଇ ଦିନ ନୁହେଁ, ୨ ବର୍ଷ ହେଲା ଏଭଳି ସ୍ଥିତିରେ ଚାଲିଛି ପାଠପଢ଼ା । ସ୍କୁଲ୍ ଗୃହ ବିପଦ ସଂକୁଳ ଘୋଷଣାର ୨ ବର୍ଷ ହୋଇଗଲାଣି । ନା ମରାମତି ହେଉଛି ନା ନୂଆ ଗୃହ ତିଆରି ହେଉଛି, ନା ଅନୁଦାନ ଆସୁଛି । ନ୍ୟୁଜ୍ ସେଭେନରେ ଏ ବାବଦରେ ଖବର ପ୍ରସାରଣ ପରେ ଲଟକା ବାହାଲି ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛି ଶିକ୍ଷା ବିଭାଗ । ଆଉ ଛାତ୍ରଛାତ୍ରୀମାନଙ୍କୁ ୩ କିଲୋମିଟର ଫଟକାମାଲ ପ୍ରାଥମିକ ସ୍କୁଲକୁ ସ୍ଥାନନ୍ତର କରାଯାଇଛି । ଯାହାକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.