ସ୍ମାର୍ଟସିଟି ଭୁବନେଶ୍ୱରରେ ବି ଭୁଶୁଡିଲା ସ୍କୁଲ ଛାତ ; ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | August 11, 2018 IST

ଭୁବନେଶ୍ୱର ୧୧/୮ : ରାଜଧାନୀ ଭୁବନେଶ୍ୱରରେ ଭୁଶୁଡିଲା ସ୍କୁଲ ଛାତ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ । ଖଣ୍ଡଗିରି ତପୋବନ ଅଞ୍ଚଳରେ ଥିବା ସତ୍ୟସାଇ ସେବାଶ୍ରମ ସ୍କୁଲର ଛାତ ଭୁଶୁଡିପଡିଛି । ସ୍କୁଲରେ ପାଠପଢା ଚାଲିଥିବାବେଳେ ସ୍କୁଲ ଛାତରୁ ଏକ ବିରାଟ ଅଂଶ ଖସି ପଡିଥିଲା । କିନ୍ତୁ ଏହା ଫଳରେ କାହାର କୌଣସି କ୍ଷତି ହୋଇନାହିଁ । ଏଭଳି ଘଟିଥିବା ଯୋଗୁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଅଭିଭାବକମାନେ ସ୍କୁଲ ସାମ୍ନାରେ ଧାରଣାରେ ମଧ୍ୟ ବସିଥିଲେ । ପୂର୍ବରୁ ଏହି ସ୍କୁଲ ସତ୍ୟ ସାଇ ସେବା ଟ୍ରଷ୍ଟ ଦ୍ବାରା ପରିଚାଳିତ ହେଉଥିଲା । ପରେ ଏହି ବିଦ୍ୟାଳୟ ସରକାରଙ୍କ ଅଧୀନକୁ ଆସିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.